SL vs AFG: ତୃତୀୟ ବିଜୟ ଲକ୍ଷ୍ୟରେ ଆଜି ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା
Advertisement
Article Detail0/zeeodisha/odisha1936325

SL vs AFG: ତୃତୀୟ ବିଜୟ ଲକ୍ଷ୍ୟରେ ଆଜି ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା

SL vs AFG: ଆଇସିସି ବିଶ୍ବକପରେ (World cup 2023) ସୋମବାର ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା (SL vs AFG) । ଏହି ମ୍ୟାଚ୍ ପୁଣେରେ ଅନୁଷ୍ଠିତ ହେବ । ଆଜି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ (World cup 2023 Points table) ଉପରକୁ ଆସିବ ପ୍ରୟାସ କରିବେ ଦୁଇ ଦଳ ।

ସୌ(ସୋସିଆଲ ମିଡିଆ)

ଚଳିତ ବିଶ୍ବକପରେ ଶ୍ରୀଲଙ୍କା ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ବିଜୟୀ ହୋଇଛି । ମୋଟ ୪ ଅଙ୍କ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ସିଂହଳ ଦଳ । ତେବେ ଆଜିର ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ନିଜର ସ୍ଥିତି ମଜଭୁତ କରିବା ନେଇ ଲକ୍ଷ୍ୟ ରଖିଛି ଦଳ । ସେପଟେ ଆଫଗାନିସ୍ତାନ (Afghanistan) ମଧ୍ଯ ୫ଟି ମୁକାବିଲା ଖେଳିସାରିଥିବା ବେଳେ ଦଳ ୨ଟି ମ୍ୟାଚ୍ ରେ ବିଜୟୀ ଓ ୩ରେ ପରାଜିତ ହୋଇଛି । ଶେଷ ମ୍ୟାଚ୍ ରେ ପାକିସ୍ତାନ ବିପକ୍ଷରେ ବିଜୟ ଦଳର ମନୋବଳକୁ ସୁଦୃଢ ହୋଇଛି । ତେବେ ୪ ଅଙ୍କ ସହ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଥିବା ଆଫଗାନିସ୍ତାନ ଶ୍ରୀଲଙ୍କାରେ (Sri lanka) ବିପକ୍ଷରେ ମ୍ୟାଚ୍ ଜିତିବା ନେଇ ଲକ୍ଷ୍ୟ ରଖିଛି ।

ସମ୍ଭାବ୍ୟ ଆଫଗାନିସ୍ତାନ ପ୍ଲେଇଙ୍ଗ ଇଲେଭେନ୍- ହସମତୁଲ୍ଲା ସାହିଦି (ଅଧିନାୟକ) ରହମନୁଲ୍ଲା ଗୁରବାଜ, ଇବ୍ରାହିମ୍ ଜାଡ୍ରାନ୍, ରହମତ ଶାହ, ଅଜମତୁଲ୍ଲା ଓମରାଜାଇ, ଇକରାମ୍ ଅଲିଖିଲ, ମହମ୍ମଦ ନବୀ, ରସିଦ ଖାନ୍, ମୁଜିବ ଉର ରେହମାନ, ନବୀନ-ଉଲ-ହକ୍, ଫଜଲହକ ଫାରୁକି ।

ସମ୍ଭାବ୍ୟ ଶ୍ରୀଲଙ୍କା ପ୍ଲେଇଙ୍ଗ ଇଲେଭେନ୍- କୁଶଲ ମେଣ୍ତିସ୍ (ଅଧିନାୟକ), ପଥୁମ୍ ନିଶଙ୍କା, କୁଶଲ ପେରେରା, ଦିମୁଥ୍ କରୁଣାରତ୍ନେ, ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା, ଧନଞ୍ଜୟ ଡ଼ି ସିଲଭା, ଆଞ୍ଜେଲୋ ମାଥ୍ୟୁସ୍, ମହୀଶ ତୀକ୍ଷଣା, କାସୁନ୍ ରଜିଥା, ଦୁଷ୍ମନ୍ତ ଚାମୀରା, ଦିଲସାନ୍ ମଦୁଶଙ୍କା ।

Also Read-IND Vs ENG: ମ୍ୟାଚ୍ ଜିତିବା ପରେ ସୋସିଆଲ ମିଡ଼ିଆରେ ସୂର୍ଯ୍ୟକୁମାର ଯାଦବଙ୍କ ପୋଷ୍ଟ ଭାଇରାଲ