World Cup 2023: ବିଶ୍ବକପରୁ ବାଦ ପଡ଼ିବା ପରେ ବି ମହମ୍ମଦ ଶାମୀଙ୍କୁ ଶାହିନ୍ ଆଫ୍ରିଦିଙ୍କ ଝଟକା
Advertisement

World Cup 2023: ବିଶ୍ବକପରୁ ବାଦ ପଡ଼ିବା ପରେ ବି ମହମ୍ମଦ ଶାମୀଙ୍କୁ ଶାହିନ୍ ଆଫ୍ରିଦିଙ୍କ ଝଟକା

World Cup 2023: ଧୂଳିସାତ୍ ହୋଇଛି ପାକିସ୍ତାନର (Pakistan) ବିଶ୍ୱକପ ଆଶା। ଶନିବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପରାଜୟ ପରେ ପାକ୍ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି । ସେମିଫାଇନାଲ ରେସରୁ ବାଦ ପଡ଼ିଥିଲେ ବି ପାକିସ୍ତାନର (Pakistan) ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି (Shaheen Shah Afridi) ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ (Mohammed Shami) ଏକ ଝଟକା ଦେଇଛନ୍ତି।

ସୌ(ସୋସିଆଲ ମିଡିଆ)

World Cup 2023: କୋଲକତା ଇଡ଼େନ ଗାର୍ଡ଼େନରେ (kolkata Eden Gardens) ଖେଳା ଯାଇଥିବା ମ୍ୟାଚ୍ ରେ ପାକିସ୍ତାନକୁ ୯୩ ରନରେ ହରାଇ ବିଜୟ ସହ ନିଜର ବିଶ୍ବକପ ଅଭିଯାନ ସମାପ୍ତ କରିଛି ଇଂଲଣ୍ତ । ଅନ୍ୟପଟେ ଧୂଳିସାତ୍ ହୋଇଛି ପାକିସ୍ତାନର (Pakistan) ବିଶ୍ୱକପ ଆଶା। ଶନିବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପରାଜୟ ପରେ ପାକ୍ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି । ସେମିଫାଇନାଲ ରେସରୁ ବାଦ ପଡ଼ିଥିଲେ ବି ପାକିସ୍ତାନର (Pakistan) ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି (Shaheen Shah Afridi) ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ (Mohammed Shami) ଏକ ଝଟକା ଦେଇଛନ୍ତି।

ସୂଚନା ଅନୁଯାୟୀ, ଚଳିତ ବିଶ୍ବକପରେ (World Cup 2023) ଅଧିକ ୱିକେଟ୍ ନେଇ ଶାହିନ୍ ଶାହା ଆଫ୍ରିଦି (Shaheen Shah Afridi) ମହମ୍ମଦ ଶାମୀଙ୍କୁ ପଛରେ ପକାଇ ପକାଇଛନ୍ତି। ଶନିବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଶାହିନ୍ ୨ଟି ୱିକେଟ୍ ନେଇଥିଲେ। ବିଶ୍ୱକପରେ ୯ଟି ମ୍ୟାଚ୍ ଖେଳି ସେ ୧୮ଟି ୱିକେଟ୍ ନେଇଛନ୍ତି। ଅଧିକାଂଶ ୱିକେଟ୍ ନେଇଥିବା ବୋଲର ତାଲିକାରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି। ପାକିସ୍ତାନ ବିଶ୍ୱକପରୁ ବାଦ ପଡିଥିବା ବେଳେ ଶାହିନଙ୍କ (Shaheen Shah Afridi) ୱିକେଟ୍ ସଂଖ୍ୟା ୧୮ରେ ସୀମିତ ରହିବ। ଅନ୍ୟପକ୍ଷରେ ଦ୍ରୁତ ବୋଲର ମହମ୍ମଦ ଶାମୀ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଛନ୍ତି। ତାଙ୍କ ନାମରେ ବର୍ତ୍ତମାନ ୧୬ଟି ୱିକେଟ୍ ରହିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶାହିନ୍‌ଙ୍କ ୱିକେଟ୍ ସଂଖ୍ୟା ୧୬ ଥିଲା, କିନ୍ତୁ ମ୍ୟାଚରେ ୨ ୱିକେଟ୍ ନେଇ ସେ ଶାମୀଙ୍କୁ ପଛରେ ପକାଇଛନ୍ତି। ଅଧିକାଂଶ ୱିକେଟ୍ ନେବା ତାଲିକାରେ ଶାମୀ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛନ୍ତି।

Also Read-World Cup 2023: ବିଶ୍ବକପରୁ ବାଦ ପଡ଼ିବା ପରେ ବି ମହମ୍ମଦ ଶାମୀଙ୍କୁ ଶାହିନ୍ ଆଫ୍ରିଦିଙ୍କ ଝଟକା

ପ୍ରକାଶ ଥାଉ କି, ଚଳିତ ବିଶ୍ବକପରେ (World Cup 2023) ଶାମୀ କେବଳ ୪ଟି ମ୍ୟାଚ୍ ଖେଳି ୧୬ଟି ୱିକେଟ୍ ନେଇଛନ୍ତି। ତେବେ ଆଜି ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ମହମ୍ମଦ ଶାମୀ ଶାହିନ୍ ଶାହା ଆଫ୍ରିଦିଙ୍କ ଏହି ରେକର୍ଡ଼ ଭାଙ୍ଗି ପାରଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।