SA vs NED: ଆଜି ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ ଲଢେଇ, ବାଧକ ସାଜିପାରେ ବର୍ଷା
Advertisement
Article Detail0/zeeodisha/odisha1918963

SA vs NED: ଆଜି ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ ଲଢେଇ, ବାଧକ ସାଜିପାରେ ବର୍ଷା

SA vs NED: ଆଜି ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ (Sa vs Ned 2023) ଲଢେଇ । ଏହି ମ୍ୟାଚ୍ ଧର୍ମଶାଳାର (Dharamshala) ଖେଳାଯିବ। ଗତ କିଛି ଦିନ ହେବ ଏଠାରେ ହାଲୁକା ବର୍ଷା ଲାଗି ରହିଥିବା ବେଳେ ଆଜି ବି ପାଗ ଏପରି ରହିବା ନେଇ ସମ୍ଭାବନା ରହିଛି । ତେବେ ବର୍ଷା ହେତୁ ମ୍ୟାଚ୍ ସମ୍ପୂର୍ଣ୍ଣ ଧୋଇ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, ଚଳିତ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ ସହ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତିଥିବା ଦକ୍ଷିଣ ଆଫ୍ରିକା (South Africa) ଆଜି ଧର୍ମଶାଳାରେ ନେଦରଲ୍ୟାଣ୍ଡ ସହ ମୁହାଁମୁହିଁ ହେବ । ଏହି ମ୍ୟାଚ୍‌ ଜିତି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ରଖିଛି‌ ଟିମ୍। ନୂଆଦିଲ୍ଲୀରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୦୨ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଏହାପରେ ଲକ୍ଷ୍ନୌରେ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ଭେଟିଥିଲା ଦଳ । ଏହି ମ୍ୟାଚରେ କଙ୍ଗାରୁ ଦଳକୁ ୧୩୪ ରନ୍‌ରେ ମାତ୍‌ ଦେଇ ୨ୟ ଥର ବିଜୟୀ ହୋଇଥିଲା ଟିମ୍ । ତେବେ ଦଳର ସମସ୍ତ ଖେଳାଳି ଏବେ ଫର୍ମରେ ରହିଛନ୍ତି । ସେପଟେ ଚଳିତ ବିଶ୍ବକପରେ ଏବେ ଯାଏଁ ନେଦରଲ୍ୟାଣ୍ଡ (Netherlands) ଦୁଇଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ପରାଜୟର ସାମ୍ନା କରିବାକୁ ପଡିଛି । ପ୍ରଥମ ମ୍ୟାଚରେ ଦଳ ପାକିସ୍ତାନଠାରୁ ଓ ଦ୍ବିତୀୟ ମ୍ୟାଚର ଦଳ ନ୍ୟୁଜଲିଲାଣ୍ତଠାରୁ ପରାସ୍ତ ହୋଇଥିଲା । ଏବେ ପଏଣ୍ଟ ଟେବୁଲରେ ଶେଷରେ ରହିଛି ଦଳ । ତେବେ ମଙ୍ଗଳବାର ଦିନ ଧର୍ମଶାଳାରେ ହାଲୁକା ବର୍ଷା ହେବା ନେଇ ସମ୍ଭବନା ରହିଛି ।

Also Read-Cricket: କ୍ରିକେଟ୍ ଜଗତରେ ଖେଳାଯିବ ଆଉ ଏକ ବିଶ୍ବକପ, ମୋହର ମାରିଲା ଆଇଓସି

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ୍ ଡି଼ କକ୍ (wk), ଟେମ୍ବା ବଭୁମା, ରାସି ଭାନ୍ ଡେର୍ ଡୁସେ, ଏଡନ ମାକ୍ରମ, ଡେଭିଡ ମିଲର, ହେନ୍ ରିକ କ୍ଲାସେନ, ମାର୍କୋ ୟାନସିନ, କାଗିସୋ ରାବାଡା, କେଶବ ମହାରାଜ, ଲୁଙ୍ଗି ଏନଗିଡ଼ି, ତାବ୍ରିଜ ଶାମୀ / ଜେରାଲ୍ଡ କୋଏଜି।

ନେଦରଲ୍ୟାଣ୍ଡ: ବିକ୍ରମଜିତ୍ ସିଂ, ମ୍ୟାକ୍ସ ଓ’ଡୋଡ୍, କୋଲିନ୍ ଆକରମେନ୍, ବାସ୍ ଡି଼ ଲିଡ଼, ତେଜା ନିଦାମାନୁର, ସ୍କଟ୍ ଏଡୱାର୍ଡସ୍ (ଅଧିନାୟକ, ୱିକେଟ୍ କିପର), ସିବ୍ରାଣ୍ଡ ଏଙ୍ଗଲବ୍ରେଚଟ, ରୋଏଲ୍ଫ ୱାନ ଡେର୍ ମରୱେ, ଲୋଗନ୍ ୱାନ୍ ୱିକ / ରିଆନ୍ କ୍ଲାଇନ୍, ଆର୍ଯ୍ୟନ୍ ଦତ୍ତ, ପଲ୍ ୱାନ୍ ମିକରନ୍।