NED Vs AFG: ଆଜି ନେଦରଲାଣ୍ତସ୍ ଓ ଆଫଗାନିସ୍ତାନ ଲଢେଇ, ଜାଣନ୍ତୁ କ’ଣ ରହିଛି ହେଡ଼ ଟୁ ହେଡ଼ ରେକର୍ଡ଼
Advertisement

NED Vs AFG: ଆଜି ନେଦରଲାଣ୍ତସ୍ ଓ ଆଫଗାନିସ୍ତାନ ଲଢେଇ, ଜାଣନ୍ତୁ କ’ଣ ରହିଛି ହେଡ଼ ଟୁ ହେଡ଼ ରେକର୍ଡ଼

World cup 2023: ଆଜି ବିଶ୍ବକପର (World cup 2023) ୩୪ତମ ମ୍ୟାଚରେ ମୁହାଁମୁହିଁ ହେବେ ନେଦରଲାଣ୍ତସ୍ ଓ ଆଫଗାନିସ୍ତାନ (NED Vs AFG)। ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍ ଏକନାରେ (Atal bihari vajpayee ekana stadium) ଖେଳାଯିବ ଏହି ମ୍ୟାଚ୍ । ସେମି ଫାଇନାଲରେ (world cup semi final) ପ୍ରବେଶ କରିବା ନେଇ ଉଭୟ ଦଳ ନିକଟରେ ଏବେ ବି ସୁଯୋଗ ରହିଛି ।

ସୌ(ସୋସିଆଲ ମିଡିଆ)

NED Vs AFG: ଆଜି ବିଶ୍ବକପର (World cup 2023) ୩୪ତମ ମ୍ୟାଚରେ ମୁହାଁମୁହିଁ ହେବେ ନେଦରଲାଣ୍ତସ୍ ଓ ଆଫଗାନିସ୍ତାନ (NED Vs AFG)। ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍ ଏକନାରେ (Atal bihari vajpayee ekana stadium) ଖେଳାଯିବ ଏହି ମ୍ୟାଚ୍ । ସେମି ଫାଇନାଲରେ (world cup semi final) ପ୍ରବେଶ କରିବା ନେଇ ଉଭୟ ଦଳ ନିକଟରେ ଏବେ ବି ସୁଯୋଗ ରହିଛି ।

ସୂଚନା ଅନୁଯାୟୀ, ନେଦରଲାଣ୍ତସ୍ (Netherlands )ବର୍ତ୍ତମାନ ସୁଦ୍ଧା ମୋଟ ୬ଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ୨ଟି ମ୍ୟାଚରେ ବିଜୟୀ ହୋଇଛି । ୪ ପଏଣ୍ଟ ସହ ନେଦରଲାଣ୍ତସ୍ ଟିମ୍ ପଏଣ୍ଟ ଟେବୁଲର (World Cup Points table) ୮ମ ସ୍ଥାନରେ ରହିଛି । ଆଗକୁ ଦଳ ଆହୁରି ୩ଟି ମ୍ୟାଚ୍ ଖେଳିବ। ସମସ୍ତ ମ୍ୟାଚରେ ବିଜୟୀ ହେଲେ ଟିମ୍ ୧୦ ପଏଣ୍ଟ ହାସଲ କରିବା ନେଇ ସୁଯୋଗ ରହିଛି । ସେହିପରି ଆଫଗାନିସ୍ତାନ (Afghanistan) ମଧ୍ଯ ୬ଟି ମ୍ୟାଚ୍ ଖେଳିଥିବା ବେଳେ ୩ରେ ବିଜୟୀ ହୋଇଛି । ଦଳ ୬ ଅଙ୍କ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ତେବେ ଇଂଲଣ୍ତ, ଶ୍ରୀଲଙ୍କା ଓ ପାକିସ୍ତାନକୁ ହରାଇବା ପରେ ଆଫଗାନିସ୍ତାନ ମନୋବଳ ବେଶ ବଢିଛି। ଆଜି ବି ଭଲ ପ୍ରଦର୍ଶନ ନେଇ ଟିମ୍ ଲକ୍ଷ୍ୟ ରଖିଛି । ପୂର୍ବରୁ ଉଭୟ ଦଳ ମଧ୍ଯରେ ଖେଳାଯାଇଥିବା ୯ ମ୍ୟାଚରେ ଆଫଗାନିସ୍ତାନ ୭ଟି ଓ ନେଦରଲାଣ୍ତସ୍ ମାତ୍ର ୨ଟି ମ୍ୟାଚ୍ ଜିତିଛି ।

ସମ୍ଭାବ୍ୟ ନେଦରଲାଣ୍ଡ୍ ଦଳ: ବିକ୍ରମଜୀତ ସିଂହ, ମାକ୍ସ ଓଦାଉଦ, ୱେସଲେ ବାରେସି, କଲିନ ଆକରମନ, ସ୍କଟ ଏଡୱାର୍ଡ୍ସ, ବାସ ଡି ଲିଡେ, ସିବ୍ରାଣ୍ଡ ଏଞ୍ଜେଲବ୍ରେଚଟ, ଲୋଗାନ ଭାନ ବିକ, ସାରିଜ ଅହମଦ, ଆର୍ଯ୍ୟନ ଦତ୍ତ, ପଲ ଭାନ ମିକେରନ।

ସମ୍ଭାବ୍ୟ ଆଫଗାନିସ୍ତାନ ଦଳ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ହସମତୁଲ୍ଲା ସାହିଦି, ଅଜମାତୁଲ୍ଲା ଓମରଜାଇ, ଇକ୍ରାମ ଅଲିଖିଲ, ମହମ୍ମଦ ନବି, ରସିଦ ଖାନ, ମୁଜୀବ ଉର ରହମାନ, ନବୀନ ଉଲ ହକ୍‌/ନୂର ଅହମଦ, ଫଜଲହକ ଫାରୁକି।

Also Read-World Cup 2023: ଭାରତ ପାଖରୁ ପରାଜୟ ପରେ ଶ୍ରୀଲଙ୍କାର ମୁଖ୍ୟ କୋଚ୍ ଦେଲେ ବଡ଼ ବୟାନ, ନିଜ ଖେଳାଳିଙ୍କୁ ନେଇ କିଛି ଏପରି କହିଲେ