Ind vs Aus world cup 2023: ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବକପ ମ୍ୟାଚକୁ ନେଇ କ’ଣ କହୁଛି ସମୀକରଣ
Advertisement

Ind vs Aus world cup 2023: ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବକପ ମ୍ୟାଚକୁ ନେଇ କ’ଣ କହୁଛି ସମୀକରଣ

World cup 2023: ଆଜି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବିଶ୍ବକପରେ ନିଜର ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ତିଆ । ଚେନ୍ନାଇ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ଏହି ହାଇଭେଲଟେଜ ମ୍ୟାଚ୍‌ । ୩ ଜଣ ସ୍ପିନରଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଭାରତ ।

ସୌ(ସୋସିଆଲ ମିଡିଆ)

Ind vs Aus world cup 2023: ଆଜି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବିଶ୍ବକପରେ ନିଜର ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ତିଆ । ଚେନ୍ନାଇ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ଏହି ହାଇଭେଲଟେଜ ମ୍ୟାଚ୍‌ । ଶୁଭମାନ ଗିଲ ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ଇସାନ କିଶାନ ଓପନିଂ କରିପାରନ୍ତି । ଏହାସହ ୩ ଜଣ ସ୍ପିନରଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଭାରତ ।

ସୂଚନାଯୋଗ୍ୟ, ଆଜି ବିଶ୍ବକପ ୨୦୨୩ରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଉଭୟ ଦଳଙ୍କ ମଧ୍ଯରେ କଡ୍ଡା ଟକ୍କର ଦେଖିବାକୁ ମିଳିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ । ତେବେ ଆସନ୍ତୁ ଜାଣିବା ପୂର୍ବରୁ ଖେଳାଯାଇଥିବା ମ୍ୟାଚରେ କାହାର ପଲ୍ଲା ରହିଥିଲା ଭାରି ।

ଭାରତ – ଅଷ୍ଟ୍ରେଲିଆ ହେଡ଼ ଟୁ ହେଡ଼

ବର୍ତ୍ତମାନ ସୁଦ୍ଧା ୧୪୯ଟି ଦିନିକିଆ ବିଶ୍ବକପ ମ୍ୟାଚରେ ପରସ୍ପର ସହ ମୁହାଁମୁହଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ଏଥିରୁ ଅଷ୍ଟ୍ରେଲିଆ ୮୩ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଭାରତ ମାତ୍ର ୫୬ଟି ମ୍ୟାଚରେ ବିଜୟୀ ହୋଉଛି । ସେହିପରି କଙ୍ଗାରୁ ଦଳ ଠାରୁ ଟିମ୍ ଇଣ୍ତିଆ ୮୩ ଥର ପରାଜୟ ହୋଇଥିବା ବେଳେ ଭାରତଠାରୁ ୫୬ ଥର ହାରିଛି ଅଷ୍ଟ୍ରେଲିଆ । ୧୦ଟି ମ୍ୟାଚରେ ରେଜଲ୍ଟ ଶୂନ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୁଇ ଦଳ ମଧ୍ଯରେ କୌଣସି ମ୍ୟାଚ୍ ଟାଏ ହୋଇନାହିଁ । ସେହିପରି ଘରୋଇ ମଇଦାନରେ ଅଷ୍ଟ୍ରେଲିଆ ୩୮ ମ୍ୟାଚରେ ଜିତିଥିବା ବେଳେ ଭାରତ ୩୨ଟି ମ୍ୟାଚ ଜିତିଛି । ଘରୋଇ ଗ୍ରାଣ୍ତ ବ୍ୟତୀତ ଅନ୍ୟ ମଇଦାନରେ ଭାରତ ୧୪ଟି ମ୍ୟାଚ ଜିତିଥିବା ବେଳେ  ଅଷ୍ଟ୍ରେଲିଆ ୩୩ଟି ମ୍ୟାଚ୍ ଜିତିଛି । ତେବେ ଏହି ଆକଳନକୁ ଦେଖିଲେ ଅଷ୍ଟ୍ରେଲିଆର ପଲ୍ଲା ଭାରି ଥିବା ଜଣାପଡୁଛି ।

ସମ୍ଭାବ୍ୟ ଭାରତୀୟ ପ୍ଲେଇଂ ଇଲେଭେନ: ଇଶାନ କିଷାନ, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟାର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ୍, କୁଳଦୀପ ଯାଦବ, ଯଶପ୍ରୀତ୍ ବୁମରା, ମହମ୍ମଦ ସିରାଜ୍। 

ସମ୍ଭାବ୍ୟ ଅଷ୍ଟ୍ରେଲିଆ ପ୍ଲେଇଂ ଇଲେଭେନ: ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ମାର୍ନସ ଲବୁସାନ୍, ଷ୍ଟିଭ୍ ସ୍ମିଥ୍, କାମେରୁନ ଗ୍ରିନ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ଆଲେକ୍ସ କ୍ୟାରୀ, ମାର୍କସ ଷ୍ଟୋଇନି୍ସ, ଆଦାମ ଜାମ୍ପା, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ।

Also Read- IND vs AUS Match: ଆଉକିଛି ଘଣ୍ଟା ପରେ ହାଇଭୋଲଟେଜ୍ ମ୍ୟାଚ୍, କ'ଣ କହୁଛି ଚେନ୍ନାଇ ପାଣିପାଗ

Also Read- IND VS AUS live Scorecard: ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ, ଦେଖନ୍ତୁ ଲାଇଭ ଅପଡେଟ