Rohit Sharma: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ରୋହିତଙ୍କୁ ମିଳିପାରେ ବଡ଼ ଦାୟିତ୍ବ
Advertisement

Rohit Sharma: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ରୋହିତଙ୍କୁ ମିଳିପାରେ ବଡ଼ ଦାୟିତ୍ବ

Rohit Sharma: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ହରାଇବା ପରେ ମଧ୍ୟ ରୋହିତ୍ ଟି -20 ବିଶ୍ୱକପରେ ଅଧିନାୟକ ଭାବେ ବିସିସିଆଇର ପ୍ରଥମ ପସନ୍ଦ ଥିଲେ । କିନ୍ତୁ ଏନେଇ ବିସିସିଆଇ ପକ୍ଷରୁ ସରକାରୀ ଭାବେ କୌଣସି ଘୋଷଣା କରାଯାଇନାହିଁ । ତେଣୁ ଟି -20 ଇଣ୍ଟରନ୍ୟାସନାଲରେ ରୋହିତ ଅଧିନାୟିକତ୍ବ କରିବେ କି ନାହିଁ, ସେନେଇ କଳ୍ପନା ଜଳ୍ପନା ଜାରି ରହିଥିଲା । 

ସୌ(ସୋସିଆଲ ମିଡିଆ)

Rohit Sharma Team India T20 Captaincy: ହିଟ୍ ମ୍ୟାନ ରୋହିତ ଶର୍ମା ୨୦୨୨ ପରଠାରୁ କୌଣସି ଟି-୨୦ ବିଶ୍ୱକପ୍ ବା ଟି -20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି । ଏମିତି କି, ସେ କୌଣସି ଟି -20 ଇଣ୍ଟରନ୍ୟାସନାଲରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ମଧ୍ଯ କରିନାହାଁନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ହରାଇବା ପରେ ମଧ୍ୟ ରୋହିତ୍ ଟି -20 ବିଶ୍ୱକପରେ ଅଧିନାୟକ ଭାବେ ବିସିସିଆଇର ପ୍ରଥମ ପସନ୍ଦ ଥିଲେ । କିନ୍ତୁ ଏନେଇ ବିସିସିଆଇ ପକ୍ଷରୁ ସରକାରୀ ଭାବେ କୌଣସି ଘୋଷଣା କରାଯାଇନାହିଁ । ତେଣୁ ଟି -20 ଇଣ୍ଟରନ୍ୟାସନାଲରେ ରୋହିତ ଅଧିନାୟିକତ୍ବ କରିବେ କି ନାହିଁ, ସେନେଇ କଳ୍ପନା ଜଳ୍ପନା ଜାରି ରହିଥିଲା । ଟି -20 ଇଣ୍ଟରନ୍ୟାସନାଲରେ ଅଧିନାୟକତ୍ୱ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ଉପ-ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଆହତ ଅଛନ୍ତି । ଜାନୁଆରୀ ୧୧ରୁ ଭାରତ ଓ ଆଫଗାନିସ୍ତାନ ମଧ୍ଯରେ ଘରୋଇ ଟି -20 ସିରିଜ୍ ଖେଳାଯିବ ।

ଜୁନ୍ ମାସରେ ହେବାକୁ ଥିବା ଟି -20 ବିଶ୍ୱକପ ୨୦୨୪ ପୂର୍ବରୁ ଏହା ଭାରତୀୟ ଦଳର ଶେଷ ଟି -20 ସିରିଜ୍ ହେବ । ଏଭଳି ସ୍ଥିତିରେ ରୋହିତ ଟି -20 ଅଧିନାୟକ ହେବେ କି ନାହିଁ ସେନେଇ ପ୍ରଶ୍ନ ଉଠିଛି। ସେପଟେ କେ.ଏଲ୍ ରାହୁଲଙ୍କୁ ଆଫଗାନିସ୍ତାନ ସିରିଜରେ ଅଧିନାୟକ ଦାୟିତ୍ବ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ତେବେ କେବଳ ରୋହିତ କି ବିରାଟ ନୁହଁନ୍ତି, ରାହୁଲ ମଧ୍ୟ ୨୦୨୨ ଟି -20 ବିଶ୍ୱକପ ପରଠାରୁ କୌଣସି ଟି -20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି।

ହାର୍ଦ୍ଦିକ ୨୦୨୨ ଟି-୨୦ ବିଶ୍ୱକପ ପରଠାରୁ କ୍ରମାଗତ ଭାବେ ଟି -20 ଇଣ୍ଟରନ୍ୟାସନାଲରେ ଭାରତୀୟ ଦଳର ଅଧିନାୟକତ୍ବ କରିଆସୁଥିଲେ। ହାର୍ଦ୍ଦିକଙ୍କ ବ୍ୟତୀତ ଗୋଟିଏ ସିରିଜରେ ଜସପ୍ରୀତ ବୁମ୍ରା ଓ ଦୁଇଟି ସିରିଜରେ ସୁର୍ଯ୍ୟକୁମାର ଯାଦବ ଅଧିନାୟକ ହୋଇଥିଲେ । ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଦଳର ପ୍ରଦର୍ଶନ ବେଶ ଭଲ ରହିଥିଲା। ସୂର୍ଯ୍ୟଙ୍କ ଅଧିନାୟକତ୍ୱରେ ଭାରତ ଅଷ୍ଟ୍ରେଲିଆକୁ ୪-୧ରେ ପରାସ୍ତ କରିଥିଲା ​​ । ସେହିପରି ଦକ୍ଷିଣ ଆଫ୍ରିକାରେ ସିରିଜ୍ ରେ ମ୍ୟାଚ୍ ୧-୧ ଡ୍ର ହୋଇଥିଲା। ସେହିପରି ବୁମରାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡରେ ସିରିଜ୍ ଜିତିଥିଲା ​​।

Also Read-India vs South Africa: ଟେଷ୍ଟ ସିରିଜ୍ ପାଇଁ ବଦଳିଲା ଦଳ; ଋତୁରାଜ ବଦଳରେ ଟିମରେ ସାମିଲ ହେଲେ ଏହି ଖେଳାଳି..