Asia cup: ଶ୍ରୀଲଙ୍କା ସହ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ତିଆକୁ ଝଟ୍‌କା, ବାଦ୍‌ ପଡିଲେ ଏହି ଖେଳାଳି
Advertisement

Asia cup: ଶ୍ରୀଲଙ୍କା ସହ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ତିଆକୁ ଝଟ୍‌କା, ବାଦ୍‌ ପଡିଲେ ଏହି ଖେଳାଳି

India vs sri lanka: ଏସିଆ କପରେ (Asia cup 2023 ) ଶ୍ରୀଲଙ୍କା ବିପକ୍ଷ ଟାଇଟଲ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ତିଆକୁ ଲାଗିଲା ବଡ଼ ଝଟକା (IND vs SL) । 

ସୌ(ସୋସିଆଲ ମିଡିଆ)

Asia cup 2023 India vs sri lanka: ଏସିଆ କପରେ (Asia cup 2023 ) ଶ୍ରୀଲଙ୍କା ବିପକ୍ଷ ଟାଇଟଲ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ତିଆକୁ ଲାଗିଲା ବଡ଼ ଝଟକା (IND vs SL) । ଆହତ କାରଣରୁ ଦଳରୁ ବାଦ ପଡ଼ିଲେ ଅଲରାଉଣ୍ଡର ଖେଳାଳି ଅକ୍ଷର ପଟେଲ (Axar Patel) । ତାଙ୍କ ବଦଳରେ ଟିମ୍ ରେ ୱାଶିଂଟନ୍ ସୁନ୍ଦରଙ୍କୁ (Washington Sundar) ସାମିଲ କରାଯାଇଛି। ଖୁବଶୀଘ୍ର ସେ ଶ୍ରୀଲଙ୍କା ଗସ୍ତ କରିବା ନେଇ ସୂଚନା ରହିଛି ।

ସୂଚନା ଅନୁଯାୟୀ, ଏସିଆ କପ ୨୦୨୩ରେ (Asia cup 2023 ) ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ତିଆ । ରବିବାର ଦିନ କଲମ୍ବୋରେ ଶ୍ରୀଲଙ୍କା ସହ ମୁହାଁମୁହିଁ ହେବ ଭାରତ । କିନ୍ତୁ ଏହା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା। ଶୁକ୍ରବାର ଦିନ ବାଂଲାଦେଶ ବିପକ୍ଷ ଖେଳାଯାଉଥିବା ମ୍ୟାଚରେ ଭାରତ ପରାସ୍ତ ହୋଇଥିବା ବେଳେ ବାଟିଂ ସମୟରେ ଆହତ ହୋଇଥିଲେ ଅକ୍ଷର ପଟେଲ । ଯାହାପରେ ତାଙ୍କୁ ଟିମରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ୱାଶିଂଟନ୍ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇଛି ।

ୱାଶିଂଟନ୍ ସୁନ୍ଦରଙ୍କ ରେକର୍ଡ

୨୩ ବର୍ଷୀୟ ସୁନ୍ଦର ଶେଷ ଥର ପାଇଁ ଚଳିତ ବର୍ଷ ଜାନୁଆରୀରେ ଏକ ଦିନିକିଆ ଖେଳିଥିଲେ । ଗତ ଅଗଷ୍ଟ ମାସରେ ସେ ଆୟର୍ଲାଣ୍ଡ ଟି-୨୦ ସିରିଜ ପାଇଁ ଦଳରେ ସାମିଲ ହୋଇଥିଲେ । ଏଥିରେ ସେ ଦୁଇଟି ମ୍ୟାଚ୍ ଖେଳିଥିଲେ। ୧୬ଟି ୱାନ ଡ଼େ (ODI) ଖେଳି ସେ ୨୩୩ ରନ୍ ସ୍କୋର କରିଥିବା ବେଳେ ୧୬ଟି  ୱିକେଟ୍ ନେଇଛନ୍ତି।

ଅକ୍ଷର ପଟେଲଙ୍କ ଚମତ୍କାର ପ୍ରଦର୍ଶନ

ଅନ୍ୟପକ୍ଷରେ ଅକ୍ଷର ପଟେଲ ଏସିଆ କପରେ ଶ୍ରୀଲଙ୍କା ଓ ବାଂଲାଦେଶ ବିପକ୍ଷରେ ଦୁଇଟି ମ୍ୟାଚ ଖେଳିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ସେ ୨୬ ରନ୍ ସ୍କୋର କରିଥିବା ବେଳେ ମାତ୍ର ୨୯ ଦେଇ ରନ୍ ନେଇ ପାଞ୍ଚଟି ୱିକେଟ୍ ହାସଲ କରିଥିଲେ । ବାଂଲାଦେଶ ବିପକ୍ଷରେ ସେ ଭଲ ପ୍ରଦର୍ଶନ କରିଥିଲେ । ୮ ନମ୍ବରରେ ସ୍ଥାନରେ ବ୍ୟାଟିଂ କରି ସେ ୩୪ ବଲରେ ୪୨ ରନ୍ ସଂଗ୍ରହ କରିଥିଲେ। ଏଥିରେ ୩ଟି ଚୌକା ଓ ୨ଟା ଛକା ସାମିଲ ରହିଛି । କିନ୍ତୁ ପରେ ସେ ଆଉଡ଼ ହୋଇଯାଇଥିଲେ । ତେବେ ସେପଟେ ଅକ୍ଷରଙ୍କ ଆହତ ହେବା ଟିମ୍ ମ୍ୟାନଜମେଣ୍ଟ ପାଇଁ ଚିନ୍ତାର ବିଷୟ ପାଲଟିଛି । ଖେଳାଳି ବିଶ୍ବକପ ୨୦୨୩ ପାଇଁ ଦଳରେ ସାମିଲ ରହିଛନ୍ତି ।  ଯଦି ସେ ସମୟ ପୂର୍ବରୁ ସୁସ୍ଥ ନହୁଅନ୍ତି ତାହାଲେ ତାଙ୍କ ସ୍ଥାନରେ ଦଳରେ ଅନ୍ୟ କାହାକୁ ସାମିଲ କରାଯିବ ବୋଲି ଆଲୋଚନା ହେଉଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ-IND vs BAN: ବ୍ୟର୍ଥ ହେଲା ଗିଲଙ୍କ ଶତକ; ଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ହରାଇଲା ବାଂଲାଦେଶ