IND vs PAK: ଦୀର୍ଘ ୪ ବର୍ଷ ପରେ ଦିନିକିଆରେ ଭାରତ ପାକିସ୍ତାନ ଟକ୍କର, ଜାଣନ୍ତୁ କାହା ପଲ୍ଲା ରହିଛି ଭାରି?
Advertisement

IND vs PAK: ଦୀର୍ଘ ୪ ବର୍ଷ ପରେ ଦିନିକିଆରେ ଭାରତ ପାକିସ୍ତାନ ଟକ୍କର, ଜାଣନ୍ତୁ କାହା ପଲ୍ଲା ରହିଛି ଭାରି?

IND vs PAK Live:  ଏହି ମ୍ୟାଚ୍ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ୨୦୧୯ ଦିନିକିଆ ବିଶ୍ବକପ୍‌ ପରଠାରୁ ଦୁଇ ଦଳ ପରସ୍ପରକୁ ଦିନିକିଆରେ ‌ପ୍ରଥମ ଥର ଭେଟିବାକୁ ଯାଉଛନ୍ତି। ଶେଷ ଥର ପାଇଁ ଏହି ଦୁଇ ଦଳ ୨୦୧୯ ମସିହା ଜୁନ୍ ମାସରେ ସାମ୍ନା ସାମ୍ନି ହୋଇଥିଲେ  । ଏଥିରେ ରୋହିତ ଶର୍ମା ୧୪୦ ଓ ବିରାଟ କୋହଲି ୭୭ ରନ୍ ସ୍କୋର କରିଥିବା ବେଳେ ଭାରତ ୮୯ ରନ୍ ରେ ମ୍ୟାଚ୍ ଜିତିଥିଲା।

ସୌ(ସୋସିଆଲ ମିଡିଆ)

Asia Cup 2023 IND vs PAK Live: ଏସିଆ କପର (Asia Cup 2023 ) ତୃତୀୟ ମ୍ୟାଚ୍ ରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଶ୍ରୀଲଙ୍କା ପାଲେକେଲ ଷ୍ଟାଡ଼ିୟମରେ ଏହି ରୋମାଞ୍ଚକର ମ୍ୟାଚ୍ ନେଇ ଆୟୋଜନ ହୋଇଛି । ଏସିଆର ଏହି ଦୁଇ ଶକ୍ତିଶାଳୀ ଦଳ ଦୀର୍ଘ ୪ ବର୍ଷ ପରେ ଦିନିକିଆରେ (ODI)ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏହି ମ୍ୟାଚ୍ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ୨୦୧୯ ଦିନିକିଆ ବିଶ୍ବକପ୍‌ ପରଠାରୁ ଦୁଇ ଦଳ ପରସ୍ପରକୁ ଦିନିକିଆରେ ‌ପ୍ରଥମ ଥର ଭେଟିବାକୁ ଯାଉଛନ୍ତି। ଶେଷ ଥର ପାଇଁ ଏହି ଦୁଇ ଦଳ ୨୦୧୯ ମସିହା ଜୁନ୍ ମାସରେ ସାମ୍ନା ସାମ୍ନି ହୋଇଥିଲେ  । ଏଥିରେ ରୋହିତ ଶର୍ମା ୧୪୦ ଓ ବିରାଟ କୋହଲି ୭୭ ରନ୍ ସ୍କୋର କରିଥିବା ବେଳେ ଭାରତ ୮୯ ରନ୍ ରେ ମ୍ୟାଚ୍ ଜିତିଥିଲା।

ବିଗତ ୪ ବର୍ଷ ମଧ୍ୟରେ ପାକିସ୍ତାନ ୨୯ଟି ଦିନିକିଆ ଖେଳଥିବା ବେଳେ ଭାରତ ୫୭ଟି ମ୍ୟାଚ୍‌ ଖେଳିସାରିଛି। ଏସିଆ କପ୍‌ରେ ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ଯରେ ପୂର୍ବରୁ ପ୍ରାୟ ୧୩ଥର ମୁକାବିଲା ହୋଇଛି । ଏଥିରେ ଭାରତ ୭ଥର ଓ ପାକିସ୍ତାନ ୫ଥର ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।

କାହା ପଲ୍ଲା ଭାରି?

ଏହି ଦୁଇ ଦଳ ମୋଟ ୧୩୨ଟି ODI ମ୍ୟାଚ୍ ଖେଳିଥିବା ବେଳେ ସେଥି ମଧ୍ୟରୁ ଭାରତ ୫୫ଟି ଓ ପାକିସ୍ତାନ ୭୩ଟି ମ୍ୟାଚ୍ ରେ ବିଜୟୀ ହୋଇଛି । ତେବେ ପରିସଂଖ୍ୟାନ ଅନୁଯାୟୀ, ପାକିସ୍ତାନର ପଲ୍ଲା ଭାରି ରହିଛି ।

ପାଲେକେଲ ଷ୍ଟାଡିୟମ ପିଚ୍ କେମିତି ?

ଏହି ପିଚ୍ ରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଏସିଆ କପ୍ ୨୦୨୩ର ଦ୍ୱିତୀୟ ମ୍ୟାଚ୍ ଖେଳାଯାଇଥିଲା । ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ଲାଗି ଏହି ପିଚଟି ବେଶ ଭଲ ରହିଛି ।

କେମିତି ଦେଖିବେ IND ବନାମ PAK ଲାଇଭ ଷ୍ଟ୍ରିମିଂ?

ଭାରତ ଓ ପାକିସ୍ଥାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଷ୍ଟାର ସ୍ପୋର୍ଟସ ଓ ମୋବାଇଲରେ ଡିଜନି ପ୍ଲସ ହଟଷ୍ଟାରରେ ଦେଖି ହେବ।

ସମ୍ଭାବ୍ୟ ଭାରତ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଯଶପ୍ରୀତ୍‌ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି।

ପାକିସ୍ତାନ ଦଳ: ଫଖାର ଜମାନ, ଇମାମ ଉଲ୍‌ ହକ୍‌, ବାବର ଆଜମ୍‌ (ଅଧିନାୟକ), ମହମ୍ମଦ ରିଜୱାନ୍‌, ଆଘା ସଲମାନ, ଇଫତିକାର ଅହମ୍ମଦ, ସଦାବ ଖାନ୍‌, ମହମଦ ନୱାଜ, ହାରିସ ରୌଫ୍‌, ସାହିନ ଶାହ ଆଫ୍ରିଦି, ନସିମ ଶାହ।

ପ୍ରକାଶ ଥାଉ କି, ପାକିସ୍ତାନ ଫର୍ମରେ ଥିବା ବେଳେ ଭାରତୀୟ ଖେଳାଳି ମଧ୍ୟ ଫର୍ମକୁ ଫେରିଛନ୍ତି । ଉଭୟଙ୍କ ମଧ୍ୟରେ କଡାକଡି ମୁକାବିଲା ହେବା ନେଇ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।