IND vs ENG: ଆଜି ଭାରତ ଓ ଇଂଲଣ୍ତ ୩ୟ ଟେଷ୍ଟ ମ୍ୟାଚ୍, ଯୁବ ଖେଳାଳିଙ୍କ କାନ୍ଧରେ ବଡ଼ ଦାୟିତ୍ବ
Advertisement

IND vs ENG: ଆଜି ଭାରତ ଓ ଇଂଲଣ୍ତ ୩ୟ ଟେଷ୍ଟ ମ୍ୟାଚ୍, ଯୁବ ଖେଳାଳିଙ୍କ କାନ୍ଧରେ ବଡ଼ ଦାୟିତ୍ବ

IND vs ENG: ରାଜକୋଟରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ତ ୩ୟ ଟେଷ୍ଟ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ତିଆ । ତେବେ ଭାରତୀୟ ଦଳରେ ଦୁଇ ଜଣ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।

ପୂର୍ବ ଦୁଇଟି ମ୍ୟାଚ୍ ମଧ୍ଯରୁ ପ୍ରଥମଟିରେ ଇଂଲଣ୍ତ ବିଜୟ ଲାଭ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍ କୁ କବଜ୍ଜା କରିଥିଲା ଟିମ୍ ଇଣ୍ତିଆ । ତେବେ ଇଂଲଣ୍ତ ପୁର୍ନବାର ବିଜୟ ଧାରାକୁ ଫେରିବାକୁ ପ୍ରୟାସ କରିବ । ବିରାଟ କୋହଲି, ଶ୍ରେୟାସ ଆୟର ଓ କେଏଲ ରାହୁଲ ଦଳରେ ନଥିବାରୁ ବର୍ତ୍ତମାନ ଦଳ ନୂଆ ଖେଳାଳିଙ୍କ ଉପରେ ନିର୍ଭର କରିଛି । ଏହି ମ୍ୟାଚ୍ ରେ ବ୍ୟାଟର ସର୍ଫରାଜ ଖାନ୍ ଓ ଧୁବ୍ର ଜୁରେଲ ଦଳରେ ସାମିଲ କରାଯାଇଛି । ଅନ୍ୟପଟେ ରଜତ ପଟିଦାରଙ୍କ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଆଜିର ମ୍ୟାଚ୍ ରେ ସେ ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଓହ୍ଲାଇପାରନ୍ତି । ସେହିପରି ୫ମ ସ୍ଥାନରେ ସର୍ଫରାଜ ଖାନ୍ ଓ ଦେବଦତ୍ତ ପାଡ଼ିକଲ ଦୌଡ଼ରେ ରହିଛନ୍ତି । ତେବେ ଦଲରେ ସର୍ଫରାଜଙ୍କୁ ପ୍ରାଥମିକତା ମିଳିବା ନେଇ ସମ୍ଭାବନା ରହିଛି । ମଧ୍ୟକ୍ରମରେ ଅଭିଜ୍ଞ ବ୍ୟାଟର ଭାବେ କେବଳ ରବିନ୍ଦ୍ର ଜାଡ଼େଜା ରହିଛନ୍ତି । ଫିଟ୍ ହୋଇ ଫେରିଥିବା ଜାଡ଼େଜା ୬ନଂ ସ୍ଥାନରେ ବ୍ୟାଟିଂ କରିବେ ।

ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ୍, ଶୁବମନ ଗିଲ୍‌, ରଜତ ପଟିଦାର, ସର୍ଫରାଜ ଖାନ୍‌, ରବୀନ୍ଦ୍ର ଜାଡ଼େଜା, ଧ୍ରୁବ ‌ଜୁରେଲ୍‌/କେଏସ୍‌ ଭରତ, ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ଯାଦବ, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ।

ଇଂଲଣ୍ଡ ଏକାଦଶ: ଜାକ୍‌ କ୍ରଲି, ବେନ୍‌ ଡକେଟ୍‌, ଓଲି ପୋପ୍‌, ଜୋ ରୁଟ୍‌, ଜନି ବେୟାରଷ୍ଟା, ବେନ୍‌ ଷ୍ଟୋକ୍ସ (ଅଧିନାୟକ), ବେନ୍‌ ଫୋକ୍ସ, ରେହାନ ଅହମଦ, ଟମ୍‌ ହାର୍ଟଲି, ମାର୍କ ଉଡ୍‌, ଜେମ୍ସ ଆଣ୍ଡରସନ୍‌।