IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ରେ ପଡ଼ିଆକୁ ଓହ୍ଲାଇବେ ଏହି ୧୧ ଖେଳାଳି
Advertisement
Article Detail0/zeeodisha/odisha1945480

IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ରେ ପଡ଼ିଆକୁ ଓହ୍ଲାଇବେ ଏହି ୧୧ ଖେଳାଳି

IND Playing 11: ରବିବାର ଟିମ୍ ଇଣ୍ତିଆ ବିଶ୍ୱକପ ୨୦୨୩ରେ ଅଷ୍ଟମ ମ୍ୟାଚ୍ ଖେଳିବାକୁ ଯାଉଛି । ଆଜି କୋଲକାତା ଇଡ଼େନ୍ ଗାର୍ଡ଼େନରେ (kolkata Eden Gardens) ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ବିଶ୍ୱକପ ପଏଣ୍ଟ ଟେବୁଲରେ (World cup points table 2023) ଭାରତ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା ।

ସୌ(ସୋସିଆଲ ମିଡିଆ)

ଆଜିର ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ବେଶ ଖାସ୍ ହେବାକୁ ଯାଉଛି । କାରାଣ ଆଜି ହେଉଛି ଭାରତୀୟ ଦଳର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ୩୫ତମ ଜନ୍ମଦିନ। ଏଭଳି ସ୍ଥିତିରେ, ରୋହିତ ବାହିନୀ କ୍ରମାଗତ ଅଷ୍ଟମ ମ୍ୟାଚ୍ ଜିତି କିଙ୍ଗ କୋହଲିଙ୍କୁ ଭେଟି ଦେବାକୁ ଚାହିଁବ । ସବୁଠାରୁ ବଡ଼ ପ୍ରଶ୍ନ ଆଜି କେଉଁ ଖେଳାଳି ସହ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ।

ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାକୁ ବିଶ୍ବକପରୁ ବାଦ ଦେଇଛି ଆଇସିସି । ସ୍ପିନ୍ ପାଇଁ ଅନୁକୂଳ ଥିବା କୋଲକାତା ଇଡ଼େନ ଗାର୍ଡ଼େନକୁ ଟିମ୍ ଇଣ୍ଡିଆ ତିନି ଜଣ ସ୍ପିନରଙ୍କ ସହ ପଡ଼ିଆକୁ ଓହ୍ଲାଇବ । ଫର୍ମରେ ଥିବା କୁଲଦୀପ ଯାଦବ ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଭଳି ଅଭିଜ୍ଞ ସ୍ପିନର ଦଳକୁ ଫାଇଦା ଦେବେ । ଅନ୍ୟପଟେ, ଦକ୍ଷିଣ ଆଫ୍ରିକା ନିକଟରେ ଡି. କକ୍ ଓ ମିଲରଙ୍କ ପରି ବାମହାତୀ ବ୍ୟାଟ୍ସମ୍ୟାନ୍ ରହିଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାଙ୍କ ବିରୋଧରେ ଅଶ୍ୱୀନଙ୍କର ଭଲ ରେକର୍ଡ ରହିଛି । କିନ୍ତୁ ରବିଚନ୍ଦ୍ରନ ଅଶ୍ୱିନ ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ କେବଳ ଥରେ ଖେଳିବାକୁ ସୁଯୋଗ ମିଳିଛି । ଅନ୍ୟପଟେ ବିଶ୍ବକପରେ ଶାମୀ, ବୁମରା ଓ ସିରାଜଙ୍କ ଧୂଆଁଧାର ବୋଲିଂ ଦେଖିବାକୁ ମିଳିଛି । ବିପକ୍ଷ ଟିମ୍ ଉପରେ ଚାପ ପକାଉଥିବା ଏହି ୩ ଖେଳାଳି ଦଳରେ ଅଶ୍ୱିନଙ୍କ ସ୍ଥାନ ପୂରଣ କରିପାରିବେ ବୋଲି ଆଶା କରାଯାଉଛି ।

Also Read-IND vs SA: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମହା ମୁକାବିଲା, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି?

ସମ୍ଭାବ୍ୟ ଇଣ୍ତିଆ ଟିମ୍- ରୋହିତ ଶର୍ମା (ଅଧିନାୟକ), ଶୁଭମନ୍ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ଉପ-ଅଧିନାୟକ, ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମୀ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ।