IND vs IRE: ଧୂଆଁଧାର ପ୍ରଦର୍ଶନ ସତ୍ତ୍ୱେ ଏଭଳି ବୟାନ ଦେଲେ ରିଙ୍କୁ ସିଂ, ଆଲିଙ୍ଗନ କଲେ ବୁମରା
Advertisement
Article Detail0/zeeodisha/odisha1833983

IND vs IRE: ଧୂଆଁଧାର ପ୍ରଦର୍ଶନ ସତ୍ତ୍ୱେ ଏଭଳି ବୟାନ ଦେଲେ ରିଙ୍କୁ ସିଂ, ଆଲିଙ୍ଗନ କଲେ ବୁମରା

IND vs IRE: ଆୟର୍ଲାଣ୍ଡ ବିପକ୍ଷ ଟି -20 ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୩୩ ରନ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି । ସିରିଜର ପ୍ରଥମ ମ୍ୟାଚ୍‌ରେ ଡକ୍ୱର୍ଥ ଲୁଇସ୍ ନିୟମ ଦ୍ୱାରା ଭାରତ ୨ ରନରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ମ୍ୟାଚରେ ଭାରତ ୫ ୱିକେଟ୍ ହରାଇ ୧୮୫ ରନ୍ ସ୍କୋର କରିଥିଲା। ରିତୁରାଜ ଗାଏକୱାଡ ୫, ସଞ୍ଜୁ ସାମସନ ୪୦ ଓ ରିଙ୍କୁ ସିଂ ୩୮ ରନ୍ ସ୍କୋର କରିଥିଲେ।

ସୌ(ସୋସିଆଲ ମିଡିଆ)

IND vs IRE: ଜସପ୍ରୀତ ବୁମରାଙ୍କ (Jasprit Bumrah) ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ ବିପକ୍ଷ ଟି -20 ସିରିଜରେ (ind vs ireland t20)  ୨-୦ରେ ଆଗୁଆ ରହିଛି । ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୩୩ ରନ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି । ସିରିଜର ପ୍ରଥମ ମ୍ୟାଚ୍‌ରେ ଡକ୍ୱର୍ଥ ଲୁଇସ୍ ନିୟମ ଦ୍ୱାରା (Duckworth–Lewis–Stern method) ଭାରତ ୨ ରନରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ମ୍ୟାଚରେ ଭାରତ ୫ ୱିକେଟ୍ ହରାଇ ୧୮୫ ରନ୍ ସ୍କୋର କରିଥିଲା। ରିତୁରାଜ ଗାଏକୱାଡ ୫, ସଞ୍ଜୁ ସାମସନ ୪୦ ଓ ରିଙ୍କୁ ସିଂ ୩୮ ରନ୍ ସ୍କୋର କରିଥିଲେ। ଜବାବରେ ଘରୋଇ ଦଳ ମଧ୍ଯକ୍ରମେ ବ୍ୟାଟରଙ୍କ ବିଫଳତା ଯୋଗୁଁ ୮ ୱିକେଟ୍ ହରାଇ ୧୫୨ ରନ୍ କରିଥିଲା । ଆଣ୍ଡ୍ରିୟୁ  ବଲବିର୍ଣ୍ଣେ ୭୧ ରନ୍ କରିଥିବାବେଳେ ବାକି ବ୍ୟାଟର ନିରାଶ କରିଛନ୍ତି । ରିଙ୍କୁ ସିଂ (Rinku singh) ୨୦୨୩ ମସିହାରେ ଟି -20ର ଡ଼େଥ (death overs) ଓଭରରେ ୨୩ଟି ଛକା ମାରିଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ୬ଟି ଛକା ମାରି ନାହାଁନ୍ତି। ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଅଗଷ୍ଟ ୨୩ ତାରିଖରେ ଖେଳାଯିବ ।

୨୫ ବର୍ଷୀୟ ରିଙ୍କୁ ସିଂ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚରେ ବ୍ୟାଟିଂ କରି ମ୍ୟାନ୍ ଅଫ ଦି ମ୍ୟାଚ୍ (Man of the Match) ହୋଇଛନ୍ତି । ସେ ୨୧ଟି ବଲରେ ୩୮ ରନ୍ ସଂଗ୍ରହ କରିଥିବା ବେଳେ ତାଙ୍କ ଷ୍ଟ୍ରାଇକ ରେଟ୍ ୧୮୧ ରହିଛି । ଏଥିରେ ୨ଟି ଚୌକା ୩ଟି ସାମିଲ ରହିଛି । ମ୍ୟାଚ୍ ପରେ ରିଙ୍କୁ କହିଛନ୍ତି, ମୋର ମୋ ବ୍ୟାଟିଂ ଉପରେ ବିଶ୍ୱାସ ରହିଥିଲା । ଆଇପିଏଲରୁ ମିଳିଥିବା ଅଭିଜ୍ଞତା ବ୍ୟବହାର କରିବାକୁ ଚେଷ୍ଟା କରୁଛି। ମୁଁ ଶେଷ ପର୍ଯ୍ୟନ୍ତ ଖେଳିବାକୁ ଚେଷ୍ଟା କରୁଥିଲି । ସେ ଆଉ ମଧ୍ଯ କହିଛନ୍ତି, ମୁଁ ୧୦ ବର୍ଷ ଧରି କ୍ରିକେଟ୍ ଖେଳୁଆସୁଛି, ତାହାର ପୁରସ୍କାର ମତେ ଏବେ ମିଳୁଛି । ଆନ୍ତର୍ଜାତୀୟ କ୍ରିକେଟ୍ ର ପ୍ରଥମ ମ୍ୟାଚ୍ ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇ ମୁଁ ଖୁସି । ମ୍ୟାଚ୍ ଶେଷ ହେବା ପରେ କ୍ୟାପଟେନ୍ ଜସପ୍ରୀତ ବୁମ୍ରା ମଧ୍ୟ ରିଙ୍କୁ ସିଂଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା ।

Also Read-ODI World Cup 2023: ଜାଣନ୍ତୁ କେଉଁଠି ଓ କିପରି କରିବେ ବିଶ୍ବକପ ପାଇଁ ଟିକେଟ୍ ବୁକିଂ

ଚଳିତ ବର୍ଷ ଟି -20ର ଡ଼େଥ ଓଭରରେ ରିଙ୍କୁ ସିଂଙ୍କ ଷ୍ଟ୍ରାଇକ୍ ରେଟ ୨୦୦ ରହିଛି । ରିଙ୍କୁ ସିଂ ୧୩ଟି ମ୍ୟାଚରେ ୨୬୬ ରନ୍ ସ୍କୋର କରିଛନ୍ତି। ତାଙ୍କ ଆଭରେଜ ୩୮ ରହିଛି । ସେ ୨୩ଟି ଛକା ଓ ୧୬ଟି ଚୌକା ମାରିଛନ୍ତି। ରିଙ୍କୁ ଶେଷ ଓଭରରେ ଅଧିକ ଛକା ମାରିଛନ୍ତି । ଡ଼େଥ ଓଭର ବିଷୟରେ କହିବାକୁ ଗଲେ, ଅଷ୍ଟ୍ରେଲିଆର ଡେଭିଡ୍ ଚଳିତ ବର୍ଷ ରିଙ୍କୁଙ୍କ ଅପେକ୍ଷା ଅଧିକ ଛକା ମାରିଛନ୍ତି। ଡେଭିଡ ୨୨ ଇନିଂସରେ ୨୮ ଛକା ମାରିଛନ୍ତି। ଆନ୍ତଜାର୍ତୀୟ ଟି -20ରେ ରିଙ୍କୁ ସିଂ ଆରମ୍ଭ ବେଶ ଭଲ ରହିଛି । ସେ ଷ୍ଟ୍ରାଇକ୍ ରେଟରେ ୧୮୧ ରନ୍ ସଂଗ୍ରହ କରିଛନ୍ତି । ଯଦି ଅନ୍ୟ ଭାରତୀୟ ଖେଳାଳିଙ୍କ ଆନ୍ତଜାର୍ତୀୟ ଟି -20 ଷ୍ଟ୍ରାଇକ ରେଟ୍ ଦେଖାଯାଏ, ତେବେ ରିଙ୍କୁ ସିଂ ସୂର୍ଯ୍ୟକୁମାର ଯାଦବଙ୍କ (suryakumar yadav) ପଛରେ ରହିଛନ୍ତି। ଟି -20ର ନମ୍ବର ୧ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆନ୍ତଜାର୍ତୀୟ ଟି-୨୦ ପ୍ରଥମ ଇନିଂସରେ ୧୮୪ ଷ୍ଟ୍ରାଇକ୍ ରେଟରେ ରନ୍ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ତିଲକ ବର୍ମା ୧୭୭ ଓ ଇଶାନ କିଶନ ୧୭୫ର ଷ୍ଟ୍ରାଇକ ରେଟ୍ ରନ ସ୍କୋର କରିଥିଲେ। ସେପଟେ ଆନ୍ତଜାର୍ତୀୟ ଟି -20 ପ୍ରଥମ ଇନିଂସରେ ସେ ସର୍ବାଧିକ ୬ଟି ଛକା ମାରି ରିଙ୍କୁ ସିଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତ ପାଇଁ ଡେବ୍ୟୁ ଇନିଂସରେ ଇଶାନ କିଶନ ସର୍ବାଧିକ ୪ଟି ଛକା ମାରିଛନ୍ତି।