Ravichandran Ashwin: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଶ୍ୱିନଙ୍କ ବଡ଼ ଖୁଲାସା, କହିଲେ...
Advertisement
Article Detail0/zeeodisha/odisha1880883

Ravichandran Ashwin: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଶ୍ୱିନଙ୍କ ବଡ଼ ଖୁଲାସା, କହିଲେ...

Ravichandran Ashwin: ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ଖେଳିବେ । ଗତ କିଛି ମାସ ମଧ୍ୟରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇନଥିବା ଅଶ୍ୱିନ କିନ୍ତୁ ସୋସିଆଲ ମିଡିଆ ମାଧ୍ୟମରେ ଏହା ସହ ଜଡିତ ରହିଥିଲେ ।

ସୌ(ସୋସିଆଲ ମିଡିଆ)

Ravichandran Ashwin Kutti Stories: ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ (Ravichandran Ashwin ) ପ୍ରାୟ ଦେଢ଼ ବର୍ଷ ପରେ ଦିନିକିଆ (ODI)ରେ ପ୍ରତ୍ୟାବର୍ତ୍ତନ କରିବେ । ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ଖେଳିବେ ଅଶ୍ୱିନ । ଗତ କିଛି ମାସ ମଧ୍ୟରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇନଥିବା ଅଶ୍ୱିନ କିନ୍ତୁ ସୋସିଆଲ ମିଡିଆ ମାଧ୍ୟମରେ ଏହା ସହ ଜଡିତ ରହିଥିଲେ ।

ସୂଚନା ଅନୁଯାୟୀ, ଖେଳାଳି ଏକ୍ସ (X ) ବ୍ୟତୀତ ୟୁଟ୍ୟୁବରେ ମଧ୍ୟ ବେଶ ଲୋକପ୍ରିୟ ଅଟନ୍ତି । ସେ ୟୁଟ୍ୟୁବରେ କ୍ରିକେଟ୍ ସମ୍ବନ୍ଧୀୟ ଅନେକ ମଜାଦାର ଭିଡ଼ିଓ ସେୟାର କରିଥାଆନ୍ତି । ତେବେ ଏସବୁ ଭିତରେ ଅଶ୍ୱିନ ଏକ ବଡ ଘୋଷଣା କରିଛନ୍ତି। ବୁଧବାର ଦିନ ସେ ଏକ୍ସ ( X) ରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ 'କୁତି ଷ୍ଟୋରିଜ' ଆରମ୍ଭ କରିବା ନେଇ ସୂଚନା ଦେଇଛନ୍ତି । ଅଶ୍ୱିନ୍ ଏହାର ଏକ ଝଲକ ସେୟାର କରି କହିଛନ୍ତି - 'କୁତି ଷ୍ଟୋରିଜ' ପୁଣି ଥରେ ଆସୁଛି ।

 ଏହି 'କୁତି ଷ୍ଟୋରିଜ'?

ଅଶ୍ୱିନଙ୍କ ଏହି 'କୁତି ଷ୍ଟୋରିଜ' (Kutti Stories) ପ୍ରଶଂସକଙ୍କ ମଧ୍ୟରେ ବେଶ ଚର୍ଚ୍ଚିତ ଅଟେ । ଏଥିରେ ଅଶ୍ୱିନ୍ ନିଜ କ୍ୟାରିଅର୍ ସହିତ ଜଡିତ ଅନେକ କାହାଣୀର ଖୁଲାସ କରିଥିଲେ । କିନ୍ତୁ, କିଛି ମାସ ଧରି ସେ ଏହି 'କୁତି ଷ୍ଟୋରିଜ' ସେୟାର କରିନଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସେ ପୁନର୍ବାର ଏହାକୁ ଆରମ୍ଭ କରିବା ନେଇ ପ୍ରସ୍ତୁତ ଥିବା କହିଛନ୍ତି ।

fallback

ପ୍ରକାଶ ଥାଉ କି, ନିକଟରେ ଅଶ୍ୱିନ୍ 'କୁତି ଷ୍ଟୋରିଜ'ରେ ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ୍ ଆର ଶ୍ରୀଧରଙ୍କ ବିଷୟରେ କଥାବାର୍ତ୍ତା କରିଥିଲେ। ଯେଉଁଥିରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜର ଅନେକ କାହାଣୀ ଓ ଅନୁଭୂତି ସେୟାର କରିଥିଲେ ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତଙ୍କ ସ୍ଥାନରେ କେ.ଏଲ ରାହୁଲ ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ଦଳର ନେତୃତ୍ୱ ନେବେ । ରବିନ୍ଦ୍ର ଜାଡେଜା ତାଙ୍କର ଡେପୁଟି ହେବେ।

ପ୍ରଥମ ଦୁଇଟି ଦିନିକିଆ ପାଇଁ ଭାରତ ଦଳ:

କେଏଲ ରାହୁଲ, ରବିନ୍ଦ୍ର ଜାଡେଜା ଶୁଭମାନ ଗିଲ୍, ଗାଏକୱାଡ୍, ଶ୍ରେୟସ୍, ସୂର୍ଯ୍ୟକୁମାର, ତିଲକ ବର୍ମା, ଇଶାନ କିଶନ, ଶାର୍ଦ୍ଦୂଲ, ୱାଶିଂଟନ୍, ଅଶ୍ୱିନୀ, ବୁମ୍‌ରା, ସାମି, ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

ଏହା ବି ପଢନ୍ତୁ-ICC: ବିଶ୍ୱକପ୍ ପାଇଁ ଲଞ୍ଚ ହେଲା ଥିମ୍ ସଙ୍ଗ୍, ଡ୍ୟାନ୍ସ କରି ଉତ୍ସାହ ବଢ଼ାଇଲେ ରଣଭୀର ସିଂ, ଦେଖନ୍ତୁ ଭିଡିଓ