Kohli On Maxwell: ମାକ୍ସୱେଲଙ୍କ ଡବଲ ସେଞ୍ଚୁରୀର ଏପରି ପ୍ରଶଂସା କଲେ ବିରାଟ, ଦେଖନ୍ତୁ ଫଟୋ
Advertisement
Article Detail0/zeeodisha/odisha1950221

Kohli On Maxwell: ମାକ୍ସୱେଲଙ୍କ ଡବଲ ସେଞ୍ଚୁରୀର ଏପରି ପ୍ରଶଂସା କଲେ ବିରାଟ, ଦେଖନ୍ତୁ ଫଟୋ

Maxwell: ହାରିବା ମ୍ୟାଚ୍ କୁ ଜିତାଇବା ସହ ଚଳିତ ବିଶ୍ବକପରେ (World cup 2023) ପ୍ରଥମ ଦ୍ବିଶତକ ହାସଲ କରିଥିବା ପ୍ରଥମ ବ୍ୟାଟର ଭାବେ ରେକର୍ଡ଼ କରିଛନ୍ତି ମାକ୍ସୱେଲ । ୧୨୮ ବଲରେ ଦ୍ବିଶତକ ହାସଲ କରି ଦମଦାର ପ୍ରଦର୍ଶନ କରିଥିଲେ ଏହି ମହାନ ଖେଳାଳି । ଏଥିରେ ୧୦ଟି ଛକା ଓ ୨୧ଟି ଚୌକା ସାମିଲ ରହିଥିଲା ।

ସୌ(ସୋସିଆଲ ମିଡିଆ)

Kohli On Maxwell: ମୁମ୍ବାଇ ୱାଙ୍ଖଡ଼େ ଷ୍ଟାଡିୟମରେ (Mumbai Wankhede Stadium) ସାରା ଦୁନିଆ ଦେଖିଲା ମାକ୍ସୱେଲଙ୍କ (Glenn Maxwell) ମ୍ୟାଜିକ୍ । ହାରିବା ମ୍ୟାଚ୍ କୁ ଜିତାଇବା ସହ ଚଳିତ ବିଶ୍ବକପରେ (World cup 2023) ପ୍ରଥମ ଦ୍ବିଶତକ ହାସଲ କରିଥିବା ପ୍ରଥମ ବ୍ୟାଟର ଭାବେ ରେକର୍ଡ଼ କରିଛନ୍ତି ମାକ୍ସୱେଲ । ୧୨୮ ବଲରେ ଦ୍ବିଶତକ ହାସଲ କରି ଦମଦାର ପ୍ରଦର୍ଶନ କରିଥିଲେ ଏହି ମହାନ ଖେଳାଳି । ଏଥିରେ ୧୦ଟି ଛକା ଓ ୨୧ଟି ଚୌକା ସାମିଲ ରହିଥିଲା ।

ଏହି ମ୍ୟାଚରେ ଆଫଗାନିସ୍ତାନ (Afghanistan)  ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୨ ଓପନର ଇବ୍ରାହିମ୍ ଜଦରାନ ଓ ରେହମାନୁଲ୍ଲା ଗୁରବାଜ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଗୁରବାଜ ୨୧ ରନ୍ କରି ଆଉଟ ହୋଇଥିଲେ । ଜଦରାନ ନିଜର ଦମଦାର ବ୍ୟାଟିଂ ଫଳରେ ଶତକ ହାସଲ କରି ଅପରାଜିତ ୧୨୯ ରନ୍ କରିଥିଲେ । ଏହି ବିଶ୍ବକପରେ ଶତକ ଅର୍ଜନ କରିବାରେ ସେ ପ୍ରଥମ ଆଫଗାନିସ୍ତାନ ଖେଳାଳି ହୋଇଛନ୍ତି । ତେବେ ଆଫଗାନିସ୍ତାନ ଅଷ୍ଟ୍ରେଲିଆ (Aus vs AFG) ଆଗର ୨୯୧ର ବିଜୟ ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ପଡ଼ିଆକୁ ଓହ୍ଲାଇଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ (Australia) ମାତ୍ର ୯୧ ରନ୍ ରେ ୭ଟି ୱିକେଟ୍ ହାରଇଥିବା ବେଳେ ଆଫଗାନିସ୍ତାନ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ଏହାପରେ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିଲା ମାକ୍ସୱେଲ୍ ସୋ । ଖରାପ ପରିସ୍ଥିତିରେ ଧୈର୍ଯ୍ୟର ସହ ଖେଳି ଆଫଗାନିସ୍ତାନ ହାତରୁ ମ୍ୟାଚ୍ ଛଡ଼ାଇନେଇଥିଲେ ମାକ୍ସୱେଲ୍ । ଧୂଆଁଧାର ବ୍ୟାଟିଂ ଫଳରେ ଦ୍ବିଶତକ ହାସଲ କରି ଇତିହାସ ରଚିଥିଲେ ଏହି ମହାନ ଖେଳାଳି । ଅନ୍ୟପଟେ ପ୍ୟାଟ କମିନ୍ସ (Pat Cummins) କ୍ରିଜରେ ରହି ତାଙ୍କୁ ସହଯୋଗ କରିଥିଲେ । ଶେଷରେ ୩ ୱିକେଟ୍ ଜିତିଥିଲା କଙ୍ଗାରୁ ଦଳ ।

fallback

ଏପରି ପ୍ରଶଂସା କଲେ କୋହଲି

ମାକ୍ସୱେଲଙ୍କ ଏହି ଅଦ୍ଭୁତ, ଅବିଶ୍ୱସନୀୟ ଦ୍ୱିଶତକକୁ ସାରା ବିଶ୍ବ ୱା ୱା କରୁଥିବା ବେଳେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି (virat kohli) ମଧ୍ଯ ମାକ୍ସୱେଲଙ୍କୁ ପ୍ରଶଂସା କରିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୋହଲି ମାକ୍ସୱେଲଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଏହା କେବଳ ତୁମେ ହିଁ କରିପାରିବ’, ଫ୍ରିକ୍ । ଏହାସହ ସେ ଏକ ହାର୍ଟ ଇମୋଜି ଦେଇଛନ୍ତି । ପ୍ରକାଶ ଥାଉ କି, ଏହି ବିଜୟ ସହ ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି କଙ୍ଗାରୁ ଟିମ୍ ।

Also Read-AUS vs AFG: ହାରିଲା ଆଫଗାନିସ୍ତାନ, ହେଲେ ରଚିଲା ଇତିହାସ; ସଚିନଙ୍କୁ ଧନ୍ୟବାଦ ଦେଲେ ଜାଦରାନ