Pujara vs Virat: ବିସିସିଆଇର ପାତର ଅନ୍ତର! କୋହଲିଙ୍କ ପରି ସମାନ ପଦର୍ଶନ କରିବା ସତ୍ତ୍ୱେ ମଧ୍ୟ ଦଳରୁ କାହିଁକି ବାଦ ପଡିଲେ ପୂଜାରା?
Advertisement

Pujara vs Virat: ବିସିସିଆଇର ପାତର ଅନ୍ତର! କୋହଲିଙ୍କ ପରି ସମାନ ପଦର୍ଶନ କରିବା ସତ୍ତ୍ୱେ ମଧ୍ୟ ଦଳରୁ କାହିଁକି ବାଦ ପଡିଲେ ପୂଜାରା?

Cheteshwar Pujara vs Virat Kohli: ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ସେ ଟିମ୍ ଇଣ୍ଡିଆର ଅଂଶ ନୁହଁନ୍ତି । କିନ୍ତୁ କାହିଁକି ବର୍ତ୍ତମାନ ସମସ୍ତେ କହୁଛନ୍ତି ଯେ ପୂଜାରାଙ୍କ ସହ ସାବତ ପୁଅ ପରି ବ୍ୟବହାର କରାଯାଇଛି? ଆପଣ ଏହାକୁ ବିରାଟଙ୍କ ରେକର୍ଡ ସହ ମିଶାଇ ଦେଖିଲେ ଜାଣିପାରିବେ ।

ସୌ: ସୋସିଆଲ ମିଡିଆ

Cheteshwar Pujara vs Virat Kohli: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଚେତେଶ୍ୱର ପୂଜାରା (Cheteshwar Pujara) ଭାରତୀୟ ଦଳରେ ସ୍ଥାନ ପାଇନାହାଁନ୍ତି । ତିନି ନମ୍ବରରେ ଖେଳୁଥିବା ପୂଜାରାଙ୍କ ପ୍ରଦର୍ଶନ ଭଲ ନ ଥିବାରୁ ତାଙ୍କୁ ବାଦ ଦିଆଯାଇଛି । କିନ୍ତୁ ଏହା ନୁହେଁ ଯେ ଦଳରେ କେବଳ ପୂଜାରାଙ୍କ ବ୍ୟାଟ୍ ଶାନ୍ତ ରହିଛି । ଟେଷ୍ଟ ଚାମ୍ପିୟନସିପ୍‌ର (Test Championship) ଫାଇନାଲରେ ଭାରତର ବ୍ୟାଟିଂ ବିଫଳ ହୋଇଥିଲା । ବିରାଟ କୋହଲିଙ୍କ (Virat Kohli) ସ୍ଥିତି ପୂଜାରାଙ୍କ ଭଳି, ତଥାପି ସେ ଦଳର ଏକ ଅଂଶ ହୋଇ ରହିଛନ୍ତି । ୨୦୨୩ ପରେ ଟେଷ୍ଟରେ ବିରାଟ ଓ ପୂଜାରା କିପରି ପ୍ରଦର୍ଶନ କରିଛନ୍ତି ଆସନ୍ତୁ ଆପଣଙ୍କୁ କହୁଛୁ ।

ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ଟେଷ୍ଟ ପ୍ରଦର୍ଶନ

ବିରାଟ କୋହଲି ୪ ନମ୍ବରରେ ଓ ଚେତେଶ୍ୱର ପୂଜାରା ଟେଷ୍ଟରେ ୩ ନମ୍ବରରେ ଖେଳନ୍ତି । ୨୦୨୦ ପରଠାରୁ ପୂଜାରା ଭାରତ ପାଇଁ ୨୮ଟି ଟେଷ୍ଟ ଖେଳିଛନ୍ତି । ଏଥିରେ ସେ ହାରାହାରି ୨୯.୬୯ ରେ ୧୪୫୫ ରନ୍ କରିଛନ୍ତି । ଏହି ସମୟ ମଧ୍ୟରେ ସେ ୧୧ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକୀୟ ଇନିଂସ ରହିଛି । ପୂଜାରାଙ୍କ ସବୁଠୁ ବଡ ଇନିଂସ ୧୦୨ ରନ୍  ସ୍କୋର ଥିଲା ।

ବିରାଟ କୋହଲିଙ୍କ ବିଷୟରେ କହିବାକୁ ଗଲେ ସେ ୨୦୨୦ ପରଠାରୁ ୨୫ଟି ଟେଷ୍ଟ ଖେଳିଛନ୍ତି । ଏଥିରେ ପୂର୍ବତନ ଅଧିନାୟକ ହାରାହାରି ୨୯.୬୯ ରେ ୧୨୭୭ ରନ୍ ସ୍କୋର କରିଛନ୍ତି । ବିରାଟ ମଧ୍ୟ ପୂଜାରାଙ୍କ ପରି କେବଳ ଗୋଚିଏ ଶତକ ହାସଲ କରିଛନ୍ତି । ଓ ଏହାଛଡା ମାତ୍ର ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୦୨୨ ପରଠାରୁ, ବିରାଟ କେବଳ ଥରୁଟିଏ ୫୦ ମାର୍କ ଅତିକ୍ରମ କରିଛନ୍ତି ।

ଦ୍ୱିତୀୟ ଥର ପାଇଁ ଦଳରୁ ବାଦ ପଡ଼ିଛନ୍ତି ପୂଜାରା 
୨୦୨୩ ପରଠାରୁ ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ପ୍ରଦର୍ଶନ ପ୍ରାୟ ସମାନ । ତଥାପି ପୂଜାରା ଦ୍ୱିତୀୟ ଥର ପାଇଁ ଟେଷ୍ଟ ଦଳରୁ ବାଦ ପଡିଛନ୍ତି । ଗତ ବର୍ଷ ଆରମ୍ଭରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଏକ ଟେଷ୍ଟ ସିରିଜ୍ ଖେଳିଥିଲା । ଏଥିରୁ ପୂଜାରାଙ୍କୁ ମଧ୍ୟ ବାଦ ଦିଆଯାଇଥିଲା । ସେତେବେଳେ ମଧ୍ୟ ବିରାଟ କୋହଲିଙ୍କୁ ଦଳରେ ସ୍ଥାନ ମିଳିଥିଲା ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ 
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ରିତୁରାଜ ଗାଇକୱାଡ, ବିରାଟ କୋହଲି, ଯଶସ୍ୱୀ ଜୌସୱାଲ, ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), କେ.ଏସ୍ ଭରତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର ମୋ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକତ ଓ ନବଦୀପ ସାଇନି ।

ଏହା ବି ପଢନ୍ତୁ: Jasprit Bumrah Update: ପ୍ରଶଂସକଙ୍କ ପାଇଁ ଖୁସି ଖବର; ଜସପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ବଡ ଅପଡେଟ୍, ଏହି ଦିନ ଟିମ୍ ଇଣ୍ଡିଆରେ ହେବେ ସାମିଲ

ଏହା ବି ପଢନ୍ତୁ: Team India’s Squad for West Indies Tour: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ବିସିସିଆଇ ଘୋଷଣା କଲା ଦଳ, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ ଓ କିଏ ପଡିଲେ ବାଦ