ICC Tournament: କେଉଁ ଦଳ ଜିତିବ WTC ଫାଇନାଲ ଓ ବିଶ୍ୱକପ ୨୦୨୩? ବ୍ରେଟ୍ ଲି କଲେ ଏକ ବଡ ଭବିଷ୍ୟବାଣୀ
Advertisement

ICC Tournament: କେଉଁ ଦଳ ଜିତିବ WTC ଫାଇନାଲ ଓ ବିଶ୍ୱକପ ୨୦୨୩? ବ୍ରେଟ୍ ଲି କଲେ ଏକ ବଡ ଭବିଷ୍ୟବାଣୀ

Brett Lee On ICC Tournament: ଅଷ୍ଟ୍ରେଲୀୟ କ୍ରିକେଟ୍ ଭେଟରାନ ବ୍ରେଟ୍ ଲି ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ ଓ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲର ବିଜେତା ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ ଉଭୟ ମ୍ୟାଚରେ କିଏ ବିଜେତା ହେବ ତାହା ବିଷୟରେସ୍ପଷ୍ଟ ସୂଚନା ଦେଇଛନ୍ତି ।

ସୌ: ସୋସିଆଲ ମିଡିଆ

Brett Lee On ICC Tournament: କ୍ରିକେଟ୍ ପ୍ରେମୀ ଓ ପ୍ରତ୍ୟେକ କ୍ରିକେଟ୍ ଦଳ ପାଇଁ ଏହି ବର୍ଷ ଅତ୍ୟନ୍ତ ସ୍ୱତନ୍ତ୍ର । ଚଳିତ ବର୍ଷ ଦୁଇଟି ଆଇସିସି ଟ୍ରଫି ଉପରେ ସବୁ ଦଳର ନଜର ରହିବ ଓ ଉଭୟ ଟ୍ରଫିକୁ ଜିତିବା ପାଇଁ ଭାରତ ପାଖରେ ମଧ୍ୟ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ୨୦୩ ମସିହାରେ ୯ ଜୁନ ରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ଖେଳାଯିବ । ଏଥି ସହିତ ଅକ୍ଟୋବରରେ ଦିନିକିଆ ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ।

ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ୍‌ରେ ୧୬ଟି ଦଳ ଭାଗ ନେଉଥିବା ବେଳେ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ବିପକ୍ଷରେ ମୁକାବିଲା କରିବେ । ଏହି ଟୁର୍ଣ୍ଣାମେଣ୍ଟ ହେବାକୁ ଯଦିଓ ବହୁତ ସମୟ ବାକି ଅଛି, କିନ୍ତୁ ବର୍ତ୍ତମାନଠାରୁ ଅନେକ ବିଶେଷଜ୍ଞଙ୍କ ଦ୍ୱାରା ପୂର୍ବାନୁମାନ କରାଯାଉଛି । ଏହି କ୍ରମରେ ଅଷ୍ଟ୍ରେଲୀୟ ଭେଟେରାନ ବ୍ରେଟ୍ ଲି କହିଛନ୍ତି ଯେ ତାଙ୍କ ଅନୁଯାୟୀ ଚଳିତ ବର୍ଷ କେଉଁ ଦଳ ବିଶ୍ୱକପ ଓ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିବ ।

fallback

କେଉଁ ଦଳ ଜିତିବ WTC ଫାଇନାଲ୍?
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ପାଇଁ ଭାରତ ଓ ଅଷ୍ଟ୍ରେଲିଆ ଯୋଗ୍ୟତା ଅର୍ଜନ କରିଛନ୍ତି । ୯ ଜୁନ୍ ୨୦୨୩ ରୁ ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ହେବ । ସ୍ପୋର୍ଟସ ୟାରିରେ ଡବ୍ଲୁଟିଏସି ଫାଇନାଲ ବିଷୟରେ ପଚରାଯିବାରୁ ବ୍ରେଟ୍ ଲି ଉତ୍ତର ଦେଇ କହିଛନ୍ତି, ଅଷ୍ଟ୍ରେଲିଆ ଜିତିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏକ ଭଲ ଦଳ, କିନ୍ତୁ ମ୍ୟାଚ୍ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଅଛି ।

କିଏ ଜିତିବ ODI ବିଶ୍ୱକପ ୨୦୨୩?
ଅକ୍ଟୋବର ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ୨୦୨୩ ଆୟୋଜିତ ହେବ । ଏକ ସାକ୍ଷାତକାରରେ ବିଜେତା ବିଷୟରେ ପଚରାଯିବାରୁ ବ୍ରେଟ ଲି କହିଛନ୍ତି, 'ବିଶ୍ୱକପରେ ଭାରତରେ ଭାରତକୁ ପରାସ୍ତ କରିବା କଷ୍ଟସାଧ୍ୟ ହେବ । ଭାରତ ଏଠାରେ ଥିବା ଅବସ୍ଥାକୁ ଭଲ ଭାବେ ଜାଣିଛି, ତେଣୁ ମୁଁ ଭାବୁଛି ଭାରତ ବିଶ୍ୱକପ ଜିତିବା ପାଇଁ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ।

ଏହା ବି ପଢ଼ନ୍ତୁ: Virat Kohli’s love life: ଅନୁଷ୍କା ଶର୍ମାଙ୍କ ପୂର୍ବରୁ ଏସବୁ ମହିଳାଙ୍କ ସହ ପ୍ରେମରେ ପଡିଥିଲା ବିରାଟ, ଦେଖନ୍ତୁ ଫଟୋ

ଏହା ବି ପଢ଼ନ୍ତୁ: India Vs Australia 3rd ODI: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚେନ୍ନାଇରେ ଅନୁଷ୍ଠିତ ହେବ ତୃତୀୟ ODI, ଜାଣନ୍ତୁ ଏହି ଗ୍ରାଉଣ୍ଡ ସହିତ ଜଡିତ ୧୦ଟି ମଜାଦାର କଥା

ଏହା ବି ପଢ଼ନ୍ତୁ: IPL 2023: ଆଇପିଏଲ୍ ୨୦୨୩ରେ ଋଷଭ ପନ୍ତଙ୍କ ସ୍ଥାନରେ ଖେଳିବେ ଏହି ଡ୍ୟାସିଂ ବ୍ୟାଟ୍ସମ୍ୟାନ! ସାମ୍ନାକୁ ଆସିଲା ବଡ଼ ଅପଡେଟ୍