IND vs AUS: ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ପ୍ଲେଇଂ 11 ରୁ ବାଦ ପଡିଲେ ପାଣ୍ଡ୍ୟା ଓ ଶାମି
Advertisement

IND vs AUS: ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ପ୍ଲେଇଂ 11 ରୁ ବାଦ ପଡିଲେ ପାଣ୍ଡ୍ୟା ଓ ଶାମି

IND vs AUS: ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ଭାରତୀୟ ଦଳ ୨-୦ ରେ ଆଗୁଆ ରହିଛି । ଏଥି ସହିତ ଭାରତ-ଅଷ୍ଟ୍ରେଲିଆ ସିରିଜର ଶେଷ ଦିନିକିଆ ମ୍ୟାଚ୍ ବୁଧବାର ଦିନ ରାଜକୋଟରେ ଖେଳାଯିବ ।

IND vs AUS 3rd ODI (ସୌ: ସୋସିଆଲ ମିଡିଆ)

IND vs AUS 3rd ODI: ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ୍ ବୁଧବାର ଦିନ ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ଖେଳାଯିବ । ରାଜକୋଟରେ ଉଭୟ ଦଳ ମୁହାଁମୁହିଁ ହେବେ । ଏଥି ସହିତ, ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୧.୩୦ ରେ ଆରମ୍ଭ ହେବ । ତେବେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ପୂର୍ବରୁ ବଡ ଖବର ସାମ୍ନାକୁ ଆସୁଛି । ମିଡିଆ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (Hardik Pandya) ବ୍ୟତୀତ ଓପନର୍ ଶୁବମନ ଗିଲ, ଦ୍ରୁତ ବୋଲର ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର ଓ ଅକ୍ଷର ପଟେଲ ପ୍ଲେଇଂ ଇଲେଭେନର ଅଂଶ ହେବେ ନାହିଁ ।

ଏହି ଖେଳାଳିଙ୍କ ବିନା ପଡ଼ିଆକୁ ଉହ୍ଲାଇବ ଟିମ୍ ଇଣ୍ଡିଆ
ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ସିରିଜର ପ୍ରଥମ ୨ଟି ମ୍ୟାଚରେ ମଧ୍ୟ ପ୍ଲେଇଂ ଇଲେଭେନରେ ଅଂଶ ନଥିଲେ । କିନ୍ତୁ ବିଶ୍ୱାସ କରାଯାଉଥିଲା ଯେ ରାଜକୋଟ ODI ମ୍ୟାଚ୍ ପାଇଁ ପ୍ଲେଇଂ ଇଲେଭେନରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଭାରତୀୟ ଦଳକୁ ଫେରିପାରନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କ ବ୍ୟତୀତ ଓପନର୍ ଶୁବମନ ଗିଲ, ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁର ତୃତୀୟ ଦିନିକିଆରେ ଅଂଶଗ୍ରହଣ କରିବେ ନାହିଁ । ଇନ୍ଦୋର ODI ରେ ଶୁବମନ ଗିଲ ଏକ ଚମତ୍କାର ଶତକ ହାସଲ କରିଥିଲେ । ଏହି ମ୍ୟାଚ୍‌ରେ ଶୁବମନ ଗିଲ ୯୭ ବଲରେ ୧୦୪ ରନର ଏକ ଇନିଂସ ଖେଳିଥିଲେ । ସେ ନିଜର ଏହି ଇନିଂସରେ ୬ଟି ଚୌକା ଓ ୪ଟି ଛକା ମାରିଥିଲେ ।

ରାଜକୋଟରେ ଖେଳାଯିବ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ 
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଶୁବମନ ଗିଲ, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର ଓ ଅକ୍ଷର ପଟେଲଙ୍କ ଅନୁପସ୍ଥିତି ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି । କିନ୍ତୁ ଭାରତୀୟ ଦଳ ପାଇଁ ଭଲ କଥା ହେଉଛି ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଏହା ୨-୦ ଅଗ୍ରଣୀ ହାସଲ କରିଛି । ତୃତୀୟ ଦିନିକିଆରେ ଭାରତୀୟ ଦଳ ହାରିଗଲେ ମଧ୍ୟ କେଏଲ ରାହୁଲଙ୍କ ନେତୃତ୍ୱରେ ଦଳ ସିରିଜରେ ବିଜୟୀ ହେବା ନିଶ୍ଚିତ । କହିରଖୁଛୁ ଯେ ଭାରତୀୟ ଦଳ ମୋହାଲିରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଥିଲା । ଏହା ପରେ ଇନ୍ଦୋରରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୯୯ ରନରେ ପରାସ୍ତ କରିଛି ।

ଏହା ବି ପଢ଼ନ୍ତୁ: Asian Games 2023: ଇତିହାସ ସୃଷ୍ଟି କଲା ଭାରତୀୟ ଘୋଡା ଚାଳନା ଦଳ, ୪୧ ବର୍ଷ ପରେ ଜିତିଲା ସ୍ୱର୍ଣ୍ଣ ପଦକ