Bhuvneshwar Kumar: ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ଘୋଷଣା ହେବା ମାତ୍ରେ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିଅର!
Advertisement

Bhuvneshwar Kumar: ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ଘୋଷଣା ହେବା ମାତ୍ରେ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିଅର!

India vs Sri Lanka Series: ଦିନିକିଆ ଦଳର ଅଧିନାୟକତ୍ୱର କମାଣ ରୋହିତ ଶର୍ମାଙ୍କ ହାତରେ ଥିବାବେଳେ ଟି-20 ଦଳର କମାଣ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଛି । ଟି-୨୦ ସିରିଜ ପାଇଁ ରୋହିତ ଶର୍ମା ଦଳରେ ସ୍ଥାନ ପାଇନାହାଁନ୍ତି । ତାଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ମନେ କରାଯାଉଛି ।

Bhuvneshwar Kumar: ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ଘୋଷଣା ହେବା ମାତ୍ରେ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିଅର!

India vs Sri Lanka Series: ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-20 ଓ ODI ସିରିଜ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳ ଘୋଷଣା କରିଦେଇଛି । ଦିନିକିଆ ଦଳର ଅଧିନାୟକତ୍ୱର କମାଣ ରୋହିତ ଶର୍ମା (Rohit Sharma) ଙ୍କ ହାତରେ ଥିବାବେଳେ ଟି-20 ଦଳର କମାଣ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ମିଳିଛି । ଟି-୨୦ ସିରିଜ (IND vs SL T20 Series) ପାଇଁ ରୋହିତ ଶର୍ମା ଦଳରେ ସ୍ଥାନ ପାଇନାହାଁନ୍ତି । ତାଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ମନେ କରାଯାଉଛି । ଚୟନକର୍ତ୍ତାମାନେ ଉଭୟ ଫର୍ମାଟରେ ଯୁବ ଖେଳାଳିଙ୍କୁ ଅଗ୍ରାଧିକାର ଦେଇଛନ୍ତି । ଅନ୍ୟପଟେ ଅନେକ ଭେଟେରାନ୍ ଖେଳାଳି ଅଛନ୍ତି ଯେଉଁମାନେ ଦଳରେ ସ୍ଥାନ ପାଇ ନାହାଁନ୍ତି । ଏଥି ମଧ୍ୟରେ ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant), ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର (Bhuvneshwar Kumar) ସାମିଲ ଅଛନ୍ତି । ଏହି ଉଭୟ ଖେଳାଳି କୌଣସି ଦଳରେ ସ୍ଥାନ ପକ୍କା କରିବାରେ ସକ୍ଷମ ହୋଇ ନାହାଁନ୍ତି ।

ନିକଟ ଅତୀତରେ ଅନ୍ତର୍ଜାତୀୟ କ୍ରିକେଟରେ ଭୁବନେଶ୍ୱର କୁମାର (Bhuvneshwar Kumar) ଭଲ ପ୍ରଦର୍ଶନ କରିନଥିଲେ । ସେ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶେଷ ଟି-20 ସିରିଜ୍ ଖେଳିଥିଲେ । ଏଥି ସହିତ ଜାନୁଆରୀ ୨୦୨୨ ଠାରୁ ସେ ODI କ୍ରିକେଟ୍ ଖେଳି ନାହାଁନ୍ତି । ଚଳିତ ବର୍ଷର ଟି-20 ବିଶ୍ୱକପ ଓ ଏସିଆ କପରେ ଭୁବନେଶ୍ୱରଙ୍କ ବୋଲିଂକୁ ନେଇ ପ୍ରଶ୍ନ ଉଠିଛି । ୩୨ ବର୍ଷୀୟ ଭୁବନେଶ୍ୱର କୁମାରଙ୍କ ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ଏପରି ଲାଗୁଛି ଯେ ଚୟନକର୍ତ୍ତାମାନେ ତାଙ୍କୁ ଦଳରେ ସୁଯୋଗ ଦେବାର ମୁଡରେ ନାହିଁ ।

ବିରାଟ କୋହଲି ଓ କେ.ଏଲ୍ ରାହୁଲ ମଧ୍ୟ ଟି-20 ଦଳରେ ସ୍ଥାନ ପାଇ ନାହାଁନ୍ତି ଓ ୨୦୨୪ ଟି-20 ବିଶ୍ୱକପକୁ ଦୃଷ୍ଟିରେ ରଖି ବିରାଟ କୋହଲି, କେଏଲ ରାହୁଲ ଏବଂ ରୋହିତ ଶର୍ମାଙ୍କୁ ଏହି ଫର୍ମାଟରେ ଚୟନ କରାଯାଇ ନ ପାରେ । ଦିନିକିଆ ଦଳରେ ଉପ-ଅଧିନାୟକ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଚୟନ କରାଯାଇଥିବାବେଳେ ଗତ ବର୍ଷ ଚମତ୍କାର ପ୍ରଦର୍ଶନ କରିଥିବା ସୂର୍ଯ୍ୟକୁମାର ଯାଦବ ଟି-20 ଦଳର ଉପ-ଅଧିନାୟକ ହେବେ ।

ଅଧିକ ପଢ଼ନ୍ତୁ:-୩୨ ବର୍ଷ ବୟସରେ ଦଳର ଉପ-ଅଧିନାୟକ ହେଲେ ଏହି ଖେଳାଳି, BCCI ହଠାତ୍ ହସ୍ତାନ୍ତର କଲା ଦାୟିତ୍ୱ

ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା; ରୋହିତ-ରାହୁଲ ନୁହଁନ୍ତି, ଏହି ଖେଳାଳି ହେଲେ ଟି-20 ଦଳର ଅଧିନାୟକ

ଅଧିକ ପଢ଼ନ୍ତୁ:-ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର; ସରକାର ଦେଉଛନ୍ତି ୧୦୦୦ ଟଙ୍କା ନଗଦ, ଜାରି ହେଲା ନୋଟିଫିକେସନ୍!

ପ୍ରଥମ ସିଜିନରେ ଗୁଜୁରାଟ ଟାଇଟାନ୍ସକୁ ଆଇପିଏଲ୍ ଟାଇଟଲ ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତ ଇଂଲଣ୍ଡଠୁ ହାରିବା ପରଠାରୁ ରୋହିତ ଶର୍ମାଙ୍କ ସ୍ଥାନ ନେବାକୁ ପ୍ରତିଯୋଗୀ ଭାବରେ ଦେଖାଯାଉଥିଲେ । ଦ୍ରୁତ ବୋଲର ଶିବମ ମାଭି ଓ ମୁକେଶ କୁମାର ପ୍ରଥମ ଥର ପାଇଁ ଟି-20 ଦଳରେ ସୁଯୋଗ ପାଇଛନ୍ତି । ମାଭିଙ୍କୁ ଆଇପିଏଲ ନିଲାମରେ ଟାଇଟାନ୍ସ ୬ କୋଟି ଟଙ୍କାରେ କିଣିଥିବାବେଳେ ମୁକେଶଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୫.୫ କୋଟିରେ କିଣିଛି । ଋତୁରାଜ ଗାଇକୱାଡ ଓ ରାହୁଲ ତ୍ରିପାଠୀ ମଧ୍ୟ ଟି-20 ଦଳରେ ଅଛନ୍ତି । ଆହତ ଅବସ୍ଥାରେ ସୁସ୍ଥ ହେବା ପରେ ମହମ୍ମଦ ଶାମି ଦିନିକଆ ଦଳକୁ ଫେରିଛନ୍ତି । ଶିଖର ଧାୱନ ଦିନିକିଆ ଦଳରେ ନାହାଁନ୍ତି ।