BCCI Review Meeting: କିପରି ଜିତିବେ ବିଶ୍ୱକପ୍? ରାହୁଲ-ରୋହିତଙ୍କ ଉପସ୍ଥିତିରେ BCCIର ବଡ଼ ବୈଠକ, ଏହି ୩ଟି ନିଷ୍ପତ୍ତି ଉପରେ ଲାଗିଲା ମୋହର
Advertisement

BCCI Review Meeting: କିପରି ଜିତିବେ ବିଶ୍ୱକପ୍? ରାହୁଲ-ରୋହିତଙ୍କ ଉପସ୍ଥିତିରେ BCCIର ବଡ଼ ବୈଠକ, ଏହି ୩ଟି ନିଷ୍ପତ୍ତି ଉପରେ ଲାଗିଲା ମୋହର

BCCI Review Meeting: ୨୦୨୨ ମସିହାରେ ଟିମ୍ ଇଣ୍ଡିଆ ପୁଣି ଥରେ ବିଶ୍ୱକପ୍ ଜିତିବାର ସୁଯୋଗ ହରାଇଥିଲା ଓ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଆସିଥିଲା । ଏସବୁ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇରେ ବର୍ଷର ପ୍ରଥମ ଦିନରେ ଅର୍ଥାତ୍ ରବିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ, ରୋଡମ୍ୟାପ୍ ଏବଂ ଅନ୍ୟାନ୍ୟ ଚିନ୍ତା ଉପରେ ଆଲୋଚନା କରାଯାଇଛି ।

BCCI Review Meeting: କିପରି ଜିତିବେ ବିଶ୍ୱକପ୍? ରାହୁଲ-ରୋହିତଙ୍କ ଉପସ୍ଥିତିରେ BCCIର ବଡ଼ ବୈଠକ, ଏହି ୩ଟି ନିଷ୍ପତ୍ତି ଉପରେ ଲାଗିଲା ମୋହର

BCCI Review Meeting: ନୂଆ ବର୍ଷ ଆରମ୍ଭ ହୋଇସାରିଛି ଓ ଟିମ୍ ଇଣ୍ଡିଆ (Team India) ମଧ୍ୟ ଏହାର ନୂତନ ମିଶନକୁ ଅପେକ୍ଷା କରିଛି । ୨୦୨୨ ମସିହାରେ ଟିମ୍ ଇଣ୍ଡିଆ ପୁଣି ଥରେ ବିଶ୍ୱକପ୍ (T20 World Cup 2022) ଜିତିବାର ସୁଯୋଗ ହରାଇଥିଲା ଓ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଆସିଥିଲା । ଏସବୁ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ରେ ବର୍ଷର ପ୍ରଥମ ଦିନରେ ଅର୍ଥାତ୍ ରବିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ, ରୋଡମ୍ୟାପ୍ ଏବଂ ଅନ୍ୟାନ୍ୟ ଚିନ୍ତା ଉପରେ ଆଲୋଚନା କରାଯାଇଛି ।

ମୁମ୍ବାଇର ବିସିସିଆଇ କାର୍ଯ୍ୟାଳୟରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବିସିସିଆଇ ଅଧ୍ୟକ୍ଷ (BCCI President) ରୋଜର ବିନ୍ନି (Roger Binny), ସଚିବ ଜୟ ଶାହ (Jai Shah), ଭାରତୀୟ ଅଧିନାୟକ  (Indian Captain) ରୋହିତ ଶର୍ମା (Rohit Sharma), ମୁଖ୍ୟ କୋଚ୍ (Head Coach) ରାହୁଲ ଦ୍ରାବିଡ (Rahul Dravid), ଏନସିଏ ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ (VVS Laxman) ଏବଂ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା (Chetan Sharma) ଉପସ୍ଥିତ ଥିଲେ ।

୨୦୨୨ ମସିହାରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ, ଟି-20 ବିଶ୍ୱକପ ୨୦୨୨ରେ ମିଳିଥିବା ପରାଜୟ ଉପରେ ବୈଠକରେ ଆଲୋଚନା କରାଯାଇଛି । ଏହା ସହିତ କାର୍ଯ୍ୟଭାର ପରିଚାଳନା, ଫିଟନେସ୍ ପାରାମିଟର ଏବଂ ODI ବିଶ୍ୱକପ୍ ୨୦୨୩ ପାଇଁ ରୋଡ୍ ମ୍ୟାପ୍ ଲାଗି ଏକ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି ।

ବୈଠକରେ ଏହି ତିନୋଟି ବିଷୟ ଉପରେ ଲାଗିଲା ମୋହର

୧. ଉଦୀୟମାନ ଖେଳାଳୀଙ୍କୁ ବର୍ତ୍ତମାନ ଘରୋଇ ସିରିଜରେ କ୍ରମାଗତ ଖେଳିବାକୁ ପଡିବ । ଯାହା ଦ୍ୱାରା ସେମାନେ ଜାତୀୟ ଦଳରେ ଚୟନ ପାଇଁ ପ୍ରସ୍ତୁତ ହୋଇପାରିବେ । 

୨.ୟୋ-ୟୋ ଟେଷ୍ଟ ଓ ଡେକ୍ସା ଚୟନ ପ୍ରକ୍ରିୟାର ଏକ ଅଂଶ ହେବ, ଯାହା ସିନିୟର ଦଳର ପୁଲରେ ଥିବା ଖେଳାଳିଙ୍କ ଉପରେ ଲାଗୁ ହେବ । 

୩. ODI ବିଶ୍ୱକପ୍ ୨୦୨୩ ଓ ଅନ୍ୟାନ୍ୟ ସିରିଜ୍କୁ ଦୃଷ୍ଟିରେ ରଖି NCA ସମସ୍ତ ଆଇପିଏଲ୍ ଫ୍ରାଞ୍ଚାଇଜ୍ ସହିତ କଥା ହେବ ଓ ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନା ବିଷୟରେ ଆଲୋଚନା କରିବ ।

ଆପଣଙ୍କୁ କହି ରଖୁଛୁ ଯେ, ଏହି ବୈଠକକୁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଉଥିଲା  । କାରଣ ଟି-20 ବିଶ୍ୱକପ ୨୦୨୨ର ପରାଜୟ ପରେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନର ଲକ୍ଷଣ ଦେଖାଦେଇଥିଲା । ଟି-20 ଦଳର କମାଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଥିବାବେଳେ ରୋହିତ ଶର୍ମାଙ୍କୁ ODI ଓ ଟେଷ୍ଟର କମାଣ ଦିଆଯାଇଛି ।

ଅଧିକ ପଢ଼ନ୍ତୁ:-ଏହି ଖେଳାଳିଙ୍କୁ ସୁଯୋଗ ଦେଇ ନିଜ ଗୋଡ଼ରେ କୁରାଢ଼ୀ ମାରିଲା BCCI, ଅଧିନାୟକ ହାର୍ଦ୍ଦିକ ପୂରା ଟି-20 ସିରିଜରେ ରଖିବେ ବାହାର!

ଅଧିକ ପଢ଼ନ୍ତୁ:-ମାତ୍ର କିଛି ମିନିଟରେ ଜାଣନ୍ତୁ ଗ୍ରୀନ୍ ମଟର ଅସଲି ନା ନକଲି, FSSAI କହିଲା ଏହି ସହଜ ଟ୍ରିକ୍

ଅଧିକ ପଢ଼ନ୍ତୁ:-ଖୁସି ଖବର: ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ଆସିଲା ବଡ଼ ଅପଡେଟ୍, ଏହି ଦିନ ବଢ଼ିବ ଦରମା!