BCCI ଏମ ଏସ ଧୋନିଙ୍କୁ ଦେଇପାରେ ବଡ଼ ଦାୟିତ୍ବ, ହେବାକୁ ଯାଉଛନ୍ତି 'ଡିରେକ୍ଟର ଅଫ କ୍ରିକେଟ'
Advertisement

BCCI ଏମ ଏସ ଧୋନିଙ୍କୁ ଦେଇପାରେ ବଡ଼ ଦାୟିତ୍ବ, ହେବାକୁ ଯାଉଛନ୍ତି 'ଡିରେକ୍ଟର ଅଫ କ୍ରିକେଟ'

BCCI on Mahendra Singh Dhoni: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିସିସିଆଇ ଏକ ବଡ଼ ଦାୟିତ୍ବ ଦେଇପାରେ । ବାସ୍ତବରେ ତାଙ୍କୁ କ୍ରିକେଟର ନିର୍ଦ୍ଦେଶକ କରାଯାଇପାରେ ।

ସୌ: ସୋସିଆଲ ମିଡିଆ

BCCI on Mahendra Singh Dhoni: ଆଇସିସି ଟି-୨୦ ବିଶ୍ୱକପର (ICC T20 World Cup) ସେମିଫାଇନାଲରୁ ବାଦ ପଡ଼ିବା ଓ ବଡ ଟୁର୍ନାମେଣ୍ଟରେ କ୍ରମାଗତ ବିଫଳ ହେବା ପରେ ଭାରତରେ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି । ଏହି ପ୍ରସ୍ତୁତି ମଧ୍ୟରେ ବିସିସିଆଇ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ (Mahendra Singh Dhoni) ଏକ ବଡ଼ ଦାୟିତ୍ବ ଦେବାକୁ ଯାଉଛି । ଖବର ଅନୁଯାୟୀ, ଭାରତୀୟ ଟି-୨୦ କ୍ରିକେଟ୍ ସେଟଅପ୍ ସହିତ ଏକ ବଡ଼ ଭୂମିକା ପାଇଁ ଧୋନିଙ୍କୁ ଏକ SOS ପଠାଇବାକୁ ବିସିସିଆଇ ପ୍ରସ୍ତୁତ ଅଛି । ଭାରତୀୟ କ୍ରିକେଟରେ ସ୍ଥାୟୀ ଭୂମିକା ପାଇଁ ଧୋନିଙ୍କୁ ଡାକିବାକୁ ବିସିସିଆଇ ବିଚାର କରୁଛି ।

ଦି ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଇଣ୍ଡିଆ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଅନୁଭବ କରୁଛି ଯେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ପାଇଁ ତିନୋଟି ଫର୍ମାଟରେ ପରିଚାଳନା କାର୍ଯ୍ୟ କରିବା ଟିକେ ଭାରୀ । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ କୋଚିଂର ଭୂମିକାକୁ ଭାଗ କରିବାକୁ ଚିନ୍ତା କରୁଛି । ଏହାକୁ ଦୃଷ୍ଟିରେ ରଖି ଧୋନିଙ୍କୁ ଅନ୍ତର୍ଭୁକ୍ତ କରିବା ଓ ଟିମ୍ ଇଣ୍ଡିଆର ସ୍ତର ବଢ଼ାଇକୁ ବିସିସିଆଇ ଉଦ୍ୟମ କରୁଛି । ଖବର ଅନୁଯାୟୀ, ଚଳିତ ମାସ ଶେଷରେ ହେବାକୁ ଥିବା ଆପେକ୍ସ କାଉନସିଲ ବୈଠକରେ ଏହା ଉପରେ ଆଲୋଚନା କରାଯିବ ।

ରିପୋର୍ଟରେ ଦାବି କରାଯାଇଛି ଯେ ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୩ ଖେଳରୁ ଅବସର ନେଇପାରନ୍ତି । ଯାହା ପରେ ବିସିସିଆଇ ତାଙ୍କୁ ତାଙ୍କ ଅଭିଜ୍ଞତା ଏବଂ କୌଶଳକୁ ସଠିକ୍ ଭାବରେ ବ୍ୟବହାର କରିବା ପାଇଁ ଏକ ବଡ଼ ଦାୟିତ୍ବ ଦେଇପାରେ । ଦୁଇଥର ଭାରତକୁ ବିଶ୍ୱକପ ଚାମ୍ପିୟନ କରାଇଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ଟିମ ଇଣ୍ଡିଆ ସହିତ ବିଶେଷ କରି ଟି-୨୦ ଟିମ୍ ଚଳାଇବାକୁ କୁହାଯାଇପାରେ ।

ତେବେ ଧୋନିଙ୍କୁ କେବେ ଓ କେଉଁ ଫର୍ମାଟରେ ଦାୟିତ୍ୱ ଦିଆଯିବ, ସେନେଇ ବିସିସିଆଇ ପକ୍ଷରୁ କୌଣସି ସରକାରୀ ନିଶ୍ଚିତକରଣ ହୋଇନାହିଁ । ତେବେ ଚଳିତ ମାସ ଶେଷ ସୁଦ୍ଧା ହେବାକୁ ଥିବା ବିସିସିଆଇ ଆପେକ୍ସ ପରିଷଦ ବୈଠକରେ ଧୋନିଙ୍କ ଭୂମିକା ଉପରେ ଆଲୋଚନା କରାଯିବ ।

ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳର ପ୍ରଦର୍ଶନ ଖାସ୍ ନଥିଲା । ସେମିଫାଇନାଲରେ ହାରିଯିବା ପରେ ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲା । ଏହି ପରାଜୟ ପରେ ଆଗାମୀ ଦିନରେ ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ ହୋଇପାରେ । ବାସ୍ତବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡସୀମିତ ଓଭର କ୍ରିକେଟରେ ଦୁଇ ଜଣ ଅଲଗା ଅଲଗା ଅଧିନାୟକ କରିବା ଉପରେ ମଧ୍ୟ ବିଚାର କରୁଛି । 

ଏହା ବି ପଢ଼ନ୍ତୁ: Shubhman Sara Dating: ସାରା ଅଲି ଖାନଙ୍କୁ ଡେଟ କରିବାକୁ ନେଇ ଶୁଭମନ ଗିଲ କଲେ ସ୍ୱୀକାର!

ଏହା ବି ପଢ଼ନ୍ତୁ: Team India: ଟିମ୍ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ, ODI ଓ T20 ପାଇଁ ମିଳିବ ଅଲଗା ଅଲଗା ଅଧିନାୟକ!