PAK vs NEP: ନିଜର ୧୯ ତମ ଶତକ କରି ଇତିହାସ ରଚିଲେ ବାବର ଆଜାମ, ବହୁ ପଛରେ ରହିଗଲେ ଆମଲା-କୋହଲିଙ୍କ ପରି ଖେଳାଳି
Advertisement

PAK vs NEP: ନିଜର ୧୯ ତମ ଶତକ କରି ଇତିହାସ ରଚିଲେ ବାବର ଆଜାମ, ବହୁ ପଛରେ ରହିଗଲେ ଆମଲା-କୋହଲିଙ୍କ ପରି ଖେଳାଳି

Babar Azam: ପାକିସ୍ତାନ ଅଧିନାୟକ ବାବର ଆଜାମ ପାକିସ୍ତାନ ପାଇଁ ୧୩୧ ବଲରେ ୧୫୧ ରନ ସଂଗ୍ରହ କରିଥିଲେ । ସେ ନିଜର ଏହି ଇନିଂସରେ ୧୪ଟି ଚୌକା ଓ ୪ଟି ଛକା ମାରିଥିଲେ । ଏହା ବ୍ୟତୀତ ଇଫତିଖର ଅହମ୍ମଦ ମଧ୍ୟ ଶତକ ମାରିଥିଲେ ।

 

ସୌ: ସୋସିଆଲ ମିଡିଆ

Babar Azam 19th Century: ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ନେପାଳ ସହ ପାକିସ୍ତାନ ମୁହାଁମୁହିଁ ହୋଇଛି । ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam) ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୬ ୱିକେଟ୍ ହରାଇ ୩୪୨ ରନ୍ ସଂଗ୍ରହ କରିଥିଲା । ପାକିସ୍ତାନ ପାଇଁ ଅଧିନାୟକ ବାବର ଆଜମ ୧୩୧ ବଲରେ ୧୫୧ ରନର ଇନିଂସ ଖେଳିଥିଲେ । ସେ ନିଜ ଏହି ଇନିଂସରେ ୧୪ ଚୌକା ଓ ୪ଟି ଛକା ମାରିଥିଲେ । ଏହା ବ୍ୟତୀତ ଇଫ୍ତିଖାର ଅହମ୍ମଦ (Iftikhar Ahmed) ମାତ୍ର ୭୧ ବଲରେ ୧୦୯ ରନ୍ ସଂଗ୍ରହ କରିଥିଲେ ।

ନିଜ ନାମରେ ଅନେକ ବଡ଼ ବଡ଼ ରେକର୍ଡ କରିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ
ପାକିସ୍ତାନ ଅଧିନାୟକ ବାବର ଆଜାମ ନିଜ ନାମରେ ଅନେକ ବଡ଼ ରେକର୍ଡ କରିଛନ୍ତି । ବାବର ଆଜାମ ନେପାଳ ବିପକ୍ଷରେ ନିଜ ODI କ୍ୟାରିୟରର ୧୯ତମ ଶତକ ମାରିଥିଲେ । ବାବର ଆଜାମ ୧୦୨ଟି ଇନିଂସରେ ନିଜର ୧୯ ତମ ଶତକ ମାରିଥିଲେ । ଏହିପରି, ବାବର ଆଜାମ ସର୍ବନିମ୍ନ ସଂଖ୍ୟକ ଇନିଂସରେ ୧୯ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ଏଥି ସହିତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ହାସିମ ଆମଲା । ହାସିମ ଆମଲା ୧୦୪ଟି ଇନିଂସରେ ନିଜର ୧୯ ତମ ଶତକ ହାସଲ କରିଥିଲେ ।

ତାଲିକାରେ ଏହା ରହିଛି ବିରାଟ କୋହଲିଙ୍କ ସ୍ଥାନ
ଏହା ପରେ ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି । ବିରାଟ କୋହଲି ୧୨୪ଟି ଇନିଂସରେ ନିଜର ୧୯ ତମ ଶତକ ହାସଲ କରିଥିଲେ । ଏଥି ସହିତ ବିରାଟ କୋହଲିଙ୍କ ପରେ ଅଷ୍ଟ୍ରେଲିଆର ଓପନର୍ ଡେଭିଡ ୱାର୍ଣ୍ଣର ଅଛନ୍ତି । ୧୩୯ ଇନିଂସରେ ଡେଭିଡ ୱାର୍ନର ନିଜର ୧୯ ତମ ଶତକ ହାସଲ କରିଥିଲେ । ଦକ୍ଷିଣ ଆଫ୍ରିକାର ଖେଳାଳି ଏବି ଡି ଭିଲିୟର୍ସ ୧୭୧ ଇନିଂସରେ ନିଜର ୧୯ ତମ ଶତକ ହାସଲ କରିଥିଲେ । ଏହିପରି ଭାବରେ ପାକିସ୍ତାନ ଅଧିନାୟକ ବାବର ଆଜାମ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ଏହାସମେତ ବାବର ଆଜାମ ହାସିମ ଆମଲା, ବିରାଟ କୋହଲି ଓ ଡେଭିଡ ୱାର୍ନରଙ୍କ ଭଳି ଭେଟେରାନ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: IND vs PAK: ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ହେବ କି? ଜାଣନ୍ତୁ କିପରି ରହିବ ପାଣିପାଗ

ଏହା ବି ପଢ଼ନ୍ତୁ: Mohammed Shami: ଶାମିଙ୍କୁ ବାଧିଗଲା ପନ୍ତଙ୍କ କଥା? ହେୟାର ଟ୍ରାନ୍ସପ୍ଲାଣ୍ଟ କରିଦେଲେ ଭାରତୀୟ ବୋଲର, ନୂଆ ଲୁକ୍ ଭାଇରାଲ୍