T20I World Record: ରୋହିତ ଶର୍ମାଙ୍କ ଠାରୁ ମୁକୁଟ ଛଡାଇ ନେଲେ ଏହି ଖେଳାଳି
Advertisement

T20I World Record: ରୋହିତ ଶର୍ମାଙ୍କ ଠାରୁ ମୁକୁଟ ଛଡାଇ ନେଲେ ଏହି ଖେଳାଳି

T20I Record: ହିଟ୍ ମ୍ୟାନଙ୍କ ମୁକୁଟ ଛଡାଇ ନେଲେ ଆରୋନ ଫିଞ୍ଚ।  ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ରଚିଲେ ଇତିହାସ। ଦ୍ରୁତତମ ବ୍ୟାଟର ଭାବରେ ସେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୩୦୦୦ ରନ୍ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି।

T20I World Record: ରୋହିତ ଶର୍ମାଙ୍କ ଠାରୁ ମୁକୁଟ ଛଡାଇ ନେଲେ ଏହି ଖେଳାଳି

AUS vs ENG T20I, ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛି। ଅଷ୍ଟ୍ରେଲିଆ ଟି-୨୦ ଅଧିନାୟକ ଆରୋନ ଫିଞ୍ଚ କ୍ରିକେଟ ଦୁନିଆରେ ନୂଆ ମାଇଲଷ୍ଟୋନ ପ୍ରତିଷ୍ଠା କରିଛନ୍ତି। ସେ ଟି-୨୦ କ୍ରିକେଟରେ ସବୁଠାରୁ କମ ବଲରେ ୩୦୦୦ ରନ କରି ରୋହିତଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ରବିବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଫିଞ୍ଚ ଏହି ସଫଳତା ହାସଲ କରିଛନ୍ତି। ୩୫ ବର୍ଷୀୟ ଆରୋନ ଫିଞ୍ଚ ୨୦୭୮ ବଲରେ ୩୦୦୦ ରନ୍ କରିଛନ୍ତି। ରୋହିତ ଶର୍ମା ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ୨୧୪୯ ବଲ ଖେଳିଥିଲେ।ଡେଲିଭରି ନେଇଥିଲେ।

ଗତ ମାସରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି। କିନ୍ତୁ ଅନ୍ୟ ଫର୍ମାଟରେ ଖେଳ ଜାରି ରଖିଛନ୍ତି। ଦ୍ରୁତତମ ବ୍ୟାଟର ଭାବରେ ସେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୩୦୦୦ ରନ୍ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ରବିବାର ପର୍ଥରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଫିଞ୍ଚ୍, ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି। ୩୫ ବର୍ଷୀୟ ଡାହାଣହାତୀ ବ୍ୟାଟର ୨୦୭୮ ବଲରେ ୩୦୦୦ ପାର କରିଛନ୍ତି। ୨୦୨୧ ମସିହାରେ ନାମିବିଆ ବିପକ୍ଷ ମ୍ୟାଚ ବେଳେ ୨୧୪୯ ବଲରେ ରୋହିତ ଏହି ରେକର୍ଡ ଭାଙ୍ଗିଥିଲେ। ବର୍ତ୍ତମାନ ଫିଞ୍ଚ ତାଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲା ପରେ ରୋହିତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି।

Also Read: ବାବର ଆଜମ କଲେ ଆହୁରି ୪ଟି ରେକର୍ଡ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବି ପଛକୁ ଛାଡ଼ିଲେ

ଅନ୍ତର୍ଜାତୀୟ ଟି-୨୦ରେ ୩୦୦୦ ରନର ଲ୍ୟାଣ୍ଡମାର୍କ ପୂରଣ କରିବାରେ ଅଷ୍ଟ୍ରେଲିଆ ଅଧିନାୟକ ଫିଞ୍ଚ ଷଷ୍ଠ ଖେଳାଳି ହୋଇଛନ୍ତି। ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଭାରତୀୟଙ୍କ କବଜାରେ ରହିଛି। ଶୀର୍ଷରେ ରୋହିତ ଶର୍ମା (୩୭୩୭) ଏବଂ ବିରାଟ କୋହଲି (୩୭୧୨) ରହିଥିବା ବେଳେ ତୃତୀୟରେ କିୱି ବ୍ୟାଟର ମାର୍ଟିନ ଗୁପଟିଲ (୩୪୯୭) ଅଛନ୍ତି। ଚତୁର୍ଥ ସ୍ଥାନରେ ପାକିସ୍ତାନ ଅଧିନାୟକ ବାବର ଆଜମ (୩୧୪୦) ଏବଂ ପଞ୍ଚମରେ ଇଂଲଣ୍ଡର ପାଉଲ ଷ୍ଟିରଲିଙ୍ଗ (୩୦୧୧) ରହିଛନ୍ତି। ତେବେ ଇନିଂସ ଦୃଷ୍ଟିରୁ ଆରୋନ ଫିଞ୍ଚ ୩୦୦୦ ରନ କରିବାରେ ଦ୍ୱିତୀୟ ଅଛନତି। ଫିଞ୍ଚ  ୯୮ ଇନିଂସରେ ଏହି ସଫଳତା ହାସଲ କରିଥିବାବେଳେ କୋହଲି ଏବଂ ବାବର ଭାବେ ୮୧ ଇନିଂସରେ ଏହା ହାସଲ କରିଛନ୍ତି।

ରବିବାର ପାର୍ଥରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମ୍ୟାଚ ବିଷୟରେ କହିବାକୁ ଗଲେ ଭ୍ରମଣକାରୀ ଦଳ ମାତ୍ର ୮ ରନରେ ବିଜୟ ହୋଇଛି। ଡେଭିଡ୍ ୱାର୍ଣ୍ଣରଙ୍କ ୪୪ ବଲରେ ୭୩ ରନ ବେକାର ଯାଇଛି। ଅଧିନାକ ଫିଞ୍ଚ ୭ ବଲରେ ୧୨ ରନ କରି ରନ ଆଉଟ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୬ ୱିକେଟ ବିନିମୟରେ ଘରୋଇ ଦଳ ଆଗରେ ୨୦୯ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଅଧିନାୟକ ଜୋସ୍ ବଟଲର ଏବଂ ଆଲେକ୍ସ ହାଲ୍ସ ଅର୍ଦ୍ଧ ଶତକ କରିଥିଲେ। ଏହି ବିଜୟ ସହ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି। ତେବେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ ବେଳେ ଗ୍ୟାଲେରୀରେ କିଛି ଭାରତୀୟ ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।