Delhi Test: କଙ୍ଗାରୁ ଦଳ ଦେଖାଇଲା ଖେଳ ଭାବନା, ପୂଜାରଙ୍କ ୧୦୦ ତମ ଟେଷ୍ଟରେ ଦେଲେ ଏହି ବିଶେଷ ଉପହାର
Advertisement

Delhi Test: କଙ୍ଗାରୁ ଦଳ ଦେଖାଇଲା ଖେଳ ଭାବନା, ପୂଜାରଙ୍କ ୧୦୦ ତମ ଟେଷ୍ଟରେ ଦେଲେ ଏହି ବିଶେଷ ଉପହାର

AUS vs IND: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଟିମ୍ ଇଣ୍ଡିଆ ୩ ଦିନ ମଧ୍ୟରେ ୬ ୱିକେଟରେ ଜିତି ନେଇଛି । ଏହା ସହିତ  ଟିମ୍ ଇଣ୍ଡିଆ ବୋର୍ଡର ଗାଭାସ୍କର ଟ୍ରଫିକୁ ନିଜ ପାଖରେ ବଜାୟ ରଖିବାକୁ ସଫଳ ହୋଇଛି । ଏହି ମ୍ୟାଚ୍ ଚେତେଶ୍ୱର ପୂଜାରାଙ୍କ ୧୦୦ ତମ ଟେଷ୍ଟ ଥିଲା । ମ୍ୟାଚ୍ ପରେ ଭ୍ରମଣକାରୀ ଅଷ୍ଟ୍ରେଲିୟ ଦଳ ଖେଳ ଭାବନା ଦେଖାଇ ସମସ୍ତଙ୍କ ହୃଦୟ ଜିତିଛି ।

Pat Cummins and Cheteshwar Pujara

India vs Australia: ଭାରତୀୟ କ୍ରିକେଟ୍ ଦଳ (Indian cricket team) ଅରୁଣ ଜେଟଲୀ ଷ୍ଟାଡିୟମରେ (Arun Jaitley Stadium) ନିଜର ଭଲ ପ୍ରଦର୍ଶନ ବଜାୟ ରଖିଛି । ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଟିମ୍ ଇଣ୍ଡିଆ (Team India) ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି । ଏହି ଟେଷ୍ଟ ମ୍ୟାଚ୍ ଚେତେଶ୍ୱର ପୂଜାରା (Cheteshwar Pujara) କେବେବି ଭୁଲି ପାରିବେ ନାହିଁ, କାରଣ ଏହା ପୂଜାରାଙ୍କର ୧୦୦ ତମ ଟେଷ୍ଟ ମ୍ୟାଚ୍ ଥିଲା । ଦିଲ୍ଲୀ ଟେଷ୍ଟ (Delhi Test) ପରାଜୟ ସତ୍ତ୍ୱେ ଅଷ୍ଟ୍ରେଲିଆ ଦଳ (Australia Team) ଏକ ଚମତ୍କାର ଉଦାହରଣ ସୃଷ୍ଟି କରିଛି । ପୂଜାରାଙ୍କ ୧୦୦ ତମ ଟେଷ୍ଟର କଙ୍ଗାରୁ ଦଳ ତାଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ଏହା ସହ ଅରୁଣ ଜେଟଲୀ ଷ୍ଟାଡିୟମରେ ଗତ ୬୩ ବର୍ଷ ଧରି ଅଷ୍ଟ୍ରେଲିଆ ବିପକ୍ଷରେ ଜିତିବାର ରେକର୍ଡ ଟିମ୍ ଇଣ୍ଡିଆ ବଜାୟ ରଖିଛି ।

ମ୍ୟାଚ୍ ପରେ ଅଧିନାୟକ ପ୍ୟାଟ୍ କମିନ୍ସ (Pat Cummins) ଏକ ଜର୍ସିରେ ଅଷ୍ଟ୍ରେଲୀୟ ଟେଷ୍ଟ ଦଳର ଖେଳାଳିଙ୍କ ଦସ୍ତଖତ କରି ଚେତେଶ୍ୱର ପୂଜାରାଙ୍କୁ ପ୍ରଦାନ କରିଛନ୍ତି । କମିନ୍ସ ଏହି ଉପହାରକୁ ଡ୍ରେସିଂ ରୁମରେ ଚେତେଶ୍ୱର ପୂଜାରାଙ୍କୁ ଦେଇଥିଲେ । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) ପ୍ୟାଟ୍ କମିନ୍ସ ଓ ଚେତେଶ୍ୱର ପୂଜାରାଙ୍କ ଜର୍ସି ସହିତ ସୋସିଆଲ ମିଡିଆରେ ଏହି ଫଟୋ ଅପଲୋଡ୍ କରିଛି । ବିସିସିଆଇ କ୍ୟାପସନ୍ ଲେଖିଛି, 'ସ୍ପିରିଟ୍ ଅଫ୍ କ୍ରିକେଟ୍ '। ଏହାପୂର୍ବରୁ ଭାରତ ମଧ୍ୟ ୧୦୦ ତମ ଟେଷ୍ଟ ଅବସରରେ ମ୍ୟାଚ୍ ପରେ ଅଫ୍ ସ୍ପିନର ନାଥନ୍ ଲିଅନ୍ଙ୍କୁ ଏକ ଜର୍ସି ପ୍ରଦାନ କରିଥିଲା ।

fallback

 

ବୋର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳି ଭାରତ ବିଜୟୀ ହେବାର ସଫଳ ହୋଇଛି । ପୂର୍ବରୁ ମଧ୍ୟ ଏହି ଟ୍ରଫି ଭାରତ ନାମରେ ଥିଲା । ଟିମ୍ ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଟେଷ୍ଟ ମ୍ୟାଚକୁ ୩ ଦିନ ମଧ୍ୟରେ ଜିତିବାରେ ସଫଳ ହୋଇଛି । ଦିଲ୍ଲୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ୧ ରନ୍‌ର ଅଗ୍ରଣୀ ହାସଲ କରିଥିଲେ ଓ ଦେଇଥିବା ୧୧୫ ରନ୍ ଲକ୍ଷ୍ୟକୁ ଭାରତ ୪ ୱିକେଟ୍ ହରାଇ ସହଜରେ ହାସଲ କରି ନେଇଛି ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ୧ ମାର୍ଚ୍ଚରୁ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ । ପ୍ରଥମେ ଏହି ମ୍ୟାଚ୍ ଧର୍ମଶାଳାରେ ଖେଳା ଯିବାର ଥିଲା । ଦିଲ୍ଲୀ ଟେଷ୍ଟ ମ୍ୟାଚ୍ ଜିତିବା ପରେ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତୀୟ ଦଳ ଏକ ନମ୍ବରରେ ପହଞ୍ଚିଛି । ଏହି ସମୟରେ ଟିମ୍ ଇଣ୍ଡିଆ ଏକ ନମ୍ବରରେ ଥିବା ଅଷ୍ଟ୍ରେଲିଆକୁ ପଛରେ ପକାଇ ଦେଇଛି । ବର୍ତ୍ତମାନ କ୍ରିକେଟ୍ ର ତିନୋଟି ଫର୍ମାଟରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି ।

ଏହା ବି ପଢ଼ନ୍ତୁ: WTC Final: ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ ଖେଳିବ ଟିମ୍ ଇଣ୍ଡିଆ! ବାଦ ପଡିପାରେ ଅଷ୍ଟ୍ରେଲିଆ, ଜାଣନ୍ତୁ ସମୀକରଣ

ଏହା ବି ପଢ଼ନ୍ତୁ: IND vs AUS: ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜ୍ ପାଇଁ ଦଳ ଘୋଷଣା କଲା BCCI, ରୋହିତଙ୍କ ବଦଳରେ ଏହି ଖେଳାଳି ହେବେ ଅଧିନାୟକ