World Cup 2023: ବିଶ୍ୱକପରେ ଅଷ୍ଟ୍ରେଲିଆର କ୍ରମାଗତ ଦ୍ୱିତୀୟ ପରାଜୟ, ଭାରତ ପରେ ଦକ୍ଷିଣ ଆଫ୍ରିକା କଲା ପରାସ୍ତ
Advertisement
Article Detail0/zeeodisha/odisha1912516

World Cup 2023: ବିଶ୍ୱକପରେ ଅଷ୍ଟ୍ରେଲିଆର କ୍ରମାଗତ ଦ୍ୱିତୀୟ ପରାଜୟ, ଭାରତ ପରେ ଦକ୍ଷିଣ ଆଫ୍ରିକା କଲା ପରାସ୍ତ

ODI World Cup 2023: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ବିଶ୍ୱକପ ମ୍ୟାଚ୍‌ରେ ଟସ୍‌ ହରାଇବା ପରେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଚମତ୍କାର ବ୍ୟାଟିଂ କରିଥିଲା । କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ପାଇଁ ଓପନର୍ କ୍ୱିଣ୍ଟନ୍ ଡି କକ୍ ଏକ ଶତକ ହାସଲ କରିଥିବାବେଳେ ଆଡେନ ମାର୍କ୍ରାମ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । 

 

ସାଙ୍କେତିକ ଛବି (SA vs AUS)

World Cup 2023: AUS vs SA, ଆଇସିସି ଦିନିକିଆ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଦଳ ଚାମ୍ପିଆନ ଭଳି ଖେଳ ଆରମ୍ଭ କରିଛି । ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ୍ ରେ ପ୍ରୋଟିସ୍ ଦଳ ଅଷ୍ଟ୍ରେଲିଆକୁ ୧୩୪ ରନରେ ପରାସ୍ତ କରି ଏକପାଖିଆ ବିଜୟ ପଞ୍ଜିକରଣ କରିଛି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା କ୍ୱିଣ୍ଟନ୍ ଡି କକଙ୍କ ଶତକ ବଳରେ ୫୦ ଓଭରରେ ୭ ୱିକେଟ୍ ହରାଇ ୩୧୧ ରନ୍ ସଂଗ୍ରହ କରିଥିଲା । ଟାର୍ଗେଟକୁ ପିଛାକରି ଅଷ୍ଟ୍ରେଲିଆ ଦଳ ୧୭୭ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା ।

ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟିଂ
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ବିଶ୍ୱକପ ମ୍ୟାଚ୍‌ରେ ଟସ୍‌ ହରାଇବା ପରେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଚମତ୍କାର ବ୍ୟାଟିଂ କରିଥିଲା । କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ପାଇଁ ଓପନର୍ କ୍ୱିଣ୍ଟନ୍ ଡି କକ୍ ଏକ ଶତକ ହାସଲ କରିଥିବାବେଳେ ଆଡେନ ମାର୍କ୍ରାମ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଡି କକ୍ ୧୦୬ ଟି ବଲରେ ୮ଟି ଚୌକା ଓ ୫ଟି ଛକା ସହାୟତାରେ ୧୦୯ ରନ୍ ସଂଗ୍ରହ କରିଥିଲେ । ଆଡେନ ମାର୍କ୍ରାମ ୪୪ ବଲରେ ୫୪ ରନ୍ ସଂଗ୍ରହ କରିଥିଲେ ।

ଅଷ୍ଟ୍ରେଲୀୟ ବୋଲରମାନଙ୍କ ଖରାପ ପ୍ରଦର୍ଶନ
ଅଷ୍ଟ୍ରେଲିଆର ସମସ୍ତ ଅଗ୍ରଣୀ ବୋଲରଙ୍କୁ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନେ ଜୋରଦାର ପିଟିଥିଲେ । କ୍ୟାପଟେନ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଜୋସ୍ ହୋଜଲେଉଡ୍ ଓ ଆଡାମ ଜାମ୍ପା ମହଙ୍ଗା ପ୍ରମାଣିତ ହୋଇଥିଲେ । କମିନ୍ସ ୯ ଓଭରରେ ୭୧ ରନ୍ ସଂଗ୍ରହ ଦେଇଥିବାବେଳେ ଜାମ୍ପା ସମାନ ସଂଖ୍ୟକ ଓଭରରେ ୭୦ ରନ୍ ସଂଗ୍ରହ ଦେଇଥିଲେ । ଶେଷ ଓଭରରେ ହାଜଲେଉଡ୍ ଓ ଷ୍ଟାର୍କ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଯଥାକ୍ରମେ ୫୩ ଓ ୬୦ ରନ୍ ମାଡ ଖାଇଥିଲେ ।

ତାସ୍ ପତା ପରି ଖସି ପଡିଥିଲା ଅଷ୍ଟ୍ରେଲିଆର ସର୍ବୋଚ୍ଚ ଅର୍ଡର
ଦକ୍ଷିଣ ଆଫ୍ରିକା ଦେଇଥିବା ୩୧୨ ରନ୍‌ର ଟାର୍ଗେଟକୁ ପିଛାକରି ଅଷ୍ଟ୍ରେଲିଆର ସର୍ବୋଚ୍ଚ ଅର୍ଡର ଖରାପ ଆରମ୍ଭ କରିଥିଲା । ଅଧାରୁ ଅଧିକ ଦଳ ୭୦ ରନ୍ ସ୍କୋରରେ 
ପ୍ୟାଭିଲେନ ଫେରି ଯାଇଥିଲେ । ଅଷ୍ଟ୍ରେଲିଆ ଦଳ ନିଜର ୭ ୱିକେଟ୍ ହରାଇ ଦେଇଥିଲା । ମିଚେଲ ମାର୍ଶ, ଡେଭିଡ ୱାର୍ଣ୍ଣର, ଷ୍ଟିଭ ସ୍ମିଥ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ପରି ବଡ଼ ଖେଳାଳି ମାନେ ବ୍ୟକ୍ତିଗତ ୨୦ ରନ ଲେଖାଁଏ ସ୍କୋର ମଧ୍ୟ କରି ପାରି ନଥିଲା ।