Asian Games 2023 Day 6: ଟ୍ରାକ୍ ଆଣ୍ଡ ଫିଲ୍ଡରେ ଭାରତକୁ ମିଳିଲା ପ୍ରଥମ ପଦକ, ଜାଣନ୍ତୁ କେମିତି ଥିଲା ଆଜିର ଦିନ
Advertisement
Article Detail0/zeeodisha/odisha1893521

Asian Games 2023 Day 6: ଟ୍ରାକ୍ ଆଣ୍ଡ ଫିଲ୍ଡରେ ଭାରତକୁ ମିଳିଲା ପ୍ରଥମ ପଦକ, ଜାଣନ୍ତୁ କେମିତି ଥିଲା ଆଜିର ଦିନ

Asian Games 2023 Updates: ଚୀନରେ ଚାଲିଥିବା ଉନବିଂଶ ଏସୀୟାନ ଗେମ୍ସରେ ମହିଳା ସଟ ପୁଟ୍ ଇଭେଣ୍ଟରେ ଭାରତର କିରଣ ବାଲିଆନ୍ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି । ଏହା ସମେତ ଭାରତର ପଦକ ସଂଖ୍ୟା ବର୍ତ୍ତମାନ ୩୩ ରେ ପହଞ୍ଚିଛି ।

 

ସୌ: ସୋସିଆଲ ମିଡିଆ (Asian Games 2023 Day 6)

Asian Games 2023 Day 6: ଶୁକ୍ରବାର ଦିନ (୨୯ ସେପ୍ଟେମ୍ବର ) ହେଉଛି ଏସୀୟାନ ଗେମ୍ସର ଷଷ୍ଠ ଦିନ । ଏହି ଷଷ୍ଠ ଦିନରେ ସୁଟିଂରେ ଭାରତ ପାଞ୍ଚଟି ପଦକ ପାଇଛି । ଟେନିସରେ ଗୋଟିଏ ରୌପ୍ୟ ଏବଂ ସଟ୍ ପୁଟ୍ ଓ ସ୍କ୍ୱାସ୍ ରେ ଗୋଟିଏ ଲେଖାଁଏ ବ୍ରୋଞ୍ଜ୍ ପଦକ ହାସଲ କରିଛି । ଏହା ସହିତ ଭାରତର ମୋଟ ପଦକ ସଂଖ୍ୟା ବର୍ତ୍ତମାନ 33 ରେ ପହଞ୍ଚିଛି । ଏହାପୂର୍ବରୁ ଖେଳର ପଞ୍ଚମ ଦିନ ପର୍ଯ୍ୟନ୍ତ ଭାରତ ୬ ଟି ସ୍ୱର୍ଣ୍ଣ, ଆଠଟି ରୌପ୍ୟ ଓ ୧୧ ଟି ବ୍ରୋଞ୍ଜ ସହ ପଞ୍ଚମ ସ୍ଥାନରେ ରହିଥିଲା । ବର୍ତ୍ତମାନ ଭାରତ ଝୁଲାରେ ଆଠଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ରହିଛି । ବର୍ତ୍ତମାନ ଏସୀୟାନ ଗେମ୍ସରେ ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

ଷଷ୍ଠ ଦିନର ଭାରତର ମ୍ୟାଚ୍ ଓ ରେଜଲ୍ଚ

  • ଆଥଲେଟିକ୍ସ: କିରଣ ବାଲିଆନ ମହିଳା ସଟ୍‌ରେ ବ୍ରୋଞ୍ଜ ପଦକ ଜିତିଥିଲେ ।
  • ସ୍କ୍ୱାସ୍: ଭାରତୀୟ ପୁରୁଷ ଦଳ ସେମିଫାଇନାଲରେ ଜିତି ପଦକ ନିଶ୍ଚିତ କରିଛି ।
  • ହକି: ପୁଲ୍ ଏ ମ୍ୟାଚ୍ ରେ ଭାରତୀୟ ମହିଳା ଦଳ ମାଲେସିଆକୁ ୬-୦ରେ ପରାସ୍ତ କରିଛି ।
  • ବକ୍ସିଂ: ନିକହତ ଜରିନ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓ ପଦକ ନିଶ୍ଚିତ କରିଛନ୍ତି ।
  • ବ୍ୟାଡମିଣ୍ଟନ୍: ଭାରତୀୟ ମହିଳା ଦଳ ପରାଜୟ ସହ ବାଦ ପଡିଛି, ପୁରୁଷ ଦଳ ସେମିଫାଇନାଲ କରି ପଦକ ହାସଲ କରିଛନ୍ତି ।
  • ଶୁଟିଂ: ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର ପୁରୁଷ ୫୦ ମିଟର ରାଇଫଲରେ ରୌପ୍ୟ ପଦକ ଜିତିଛନ୍ତି ।
  • ସ୍କ୍ୱାସ୍: ଭାରତୀୟ ମହିଳା ଦଳ ବ୍ରୋଞ୍ଜ ଜିତିଛନ୍ତି ।
  • ଟେନିସ୍: ପଦକ ନିଶ୍ଚିତ ହୋଇଥିବା ବୋପାନ୍ନା-ଭୋସଲେ ମିଶ୍ରିତ ଡବଲ୍ସ ଫାଇନାଲରେ ପହଞ୍ଚିଛନ୍ତି ।
  • ଶୁଟିଂ: ପଲକ ଓ ଇଶା ସିଂ ୧୦ ମିଟର ଏୟାର ପିସ୍ତଲ ଫାଇନାଲରେ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତିଛନ୍ତି ।
  • ଟେନିସ୍: ପୁରୁଷ ଡବଲ୍ସ ଫାଇନାଲରେ ସାକେତ୍-ରାମକୁମାରଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି ।
  • ଶୁଟିଂ: ପୁରୁଷ ୫୦ ମିଟର ରାଇଫଲ୍-୩ ପୋଜିସନ୍ ଟିମରେ ଭାରତ ଏକ ନଆ ବିଶ୍ୱ ରେକର୍ଡ ସହିତ ସ୍ୱର୍ଣ୍ଣ ପଦକ ଜିତିଛି ।
  • ଶୁଟିଂ: ମହିଳା ୧୦ ମିଟର ଏୟାର ପିସ୍ତଲ ଦଳରେ ଭାରତ ରୌପ୍ୟ ପଦକ ଜିତିଛି ।
  • ରେସ୍ ୱାକ: ବିକାଶ ସିଂ, ପ୍ରିୟଙ୍କା ଗୋସ୍ୱାମୀ ୨୦ କିଲୋମିଟର ଫାଇନାଲରେ ପଞ୍ଚମ ସ୍ଥାନରେ ରହିଥିଲେ ।
  • ଏସୀୟାନ ଗେମ୍ସରେ ଭାରତର ମୋଟ ପଦକ ସଂଖ୍ୟା ୩୩ ରେ ପହଞ୍ଚିଛି ।