IND Vs PAK: ଏହି ଦିନ ହେବ ଭାରତ-ପାକିସ୍ତାନ ମ୍ୟାଚ୍, BCCI ସଚିବ ଦେଲା ବଡ଼ ସୂଚନା!
Advertisement

IND Vs PAK: ଏହି ଦିନ ହେବ ଭାରତ-ପାକିସ୍ତାନ ମ୍ୟାଚ୍, BCCI ସଚିବ ଦେଲା ବଡ଼ ସୂଚନା!

IND Vs PAK: ସେପ୍ଟେମ୍ବରରେ ଏସିଆ କପ୍ ଅନୁଷ୍ଠିତ ହେବ । ଏଥର ଏହି ଟୁର୍ଣ୍ଣାମେଣ୍ଟ ODI ଫର୍ମାଟରେ ହେବ । ଏସୀୟ କ୍ରିକେଟ୍ ପରିଷଦ ଏଥିପାଇଁ ଭାରତ ଓ ପାକିସ୍ତାନକୁ ସମାନ ଗ୍ରୁପ୍ ରଖିଲା  ।

ସୌ: ସୋସିଆଲ ମିଡିଆ

Asia Cup 2023: IND Vs PAK, ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ସମଗ୍ର ବିଶ୍ୱ ଅପେକ୍ଷା କରିଥାଏ । ନିକଟରେ ଏସିଆ କପରେ ଏହି ଦଳ ଦୁଇଥର ସଂଘର୍ଷ କରିଥିଲେ ଓ ଟି-୨୦ ବିଶ୍ୱକପ ୨୦୨୨ ରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏବେ ପୁଣି ଥରେ ଭାରତ-ପାକିସ୍ତାନ ମ୍ୟାଚ୍ ସ୍ଥିର ହୋଇଛି । ଏହି ଉଭୟ ଦଳ ଏସିଆ କପ୍ ୨୦୨୩ ରେ ସଂଘର୍ଷ କରିବାକୁ ଯାଉଛନ୍ତି । ଗୁରୁବାର ଦିନ ଏସୀୟ କ୍ରିକେଟ୍ ପରିଷଦ ଏକ ବଡ଼ ଘୋଷଣା କରିବାକୁ ଯାଇ ଟୁର୍ଣ୍ଣାମେଣ୍ଟର ଫର୍ମାଟ୍ ଓ ଗ୍ରୁପ୍ ଘୋଷଣା କରିଛି । ଏସିଆ କ୍ରିକେଟ୍ ପରିଷଦର ସଭାପତି ତଥା ବିସିସିଆଇ ସଚିବ ଜୟ ଶାହା ଗୁରୁବାର ଦିନ ଟ୍ୱିଟ୍ କରି କହିଛନ୍ତି ଯେ ଏସିଆ କପ୍ ରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ ଓ ଏହି ଦଳଗୁଡିକ ଦୁଇଟି ଦଳରେ ବିଭକ୍ତ ହୋଇଛନ୍ତି । ବଡ ଖବର ହେଉଛି ଭାରତ ଓ ପାକିସ୍ତାନ ଦଳ ସମାନ ଗ୍ରୁପରେ ଅଛନ୍ତି ।

ସେପ୍ଟେମ୍ବରରେ ଏସିଆ କପ୍ ଅନୁଷ୍ଠିତ ହେବ ଓ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଖେଳୁଥିବା ଦେଖିବାକୁ ମିଳିବ । ଏଥର ଟୁର୍ଣ୍ଣାମେଣ୍ଟ ODI ଫର୍ମାଟରେ ହେବ ଓ ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଏସିସି ଦ୍ୱାରା ପ୍ରସ୍ତୁତ ଫର୍ମାଟ୍ ଅନୁଯାୟୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ସ୍ଥିର ହୋଇ ସାରିଛି ।

ଗ୍ରୁପ୍- ୧ ରେ ଭାରତ ଓ ପାକିସ୍ତାନକୁ ରଖାଯାଇଛି । ଏହି ଦଳରେ ଶ୍ରୀଲଙ୍କା ଦଳ ମଧ୍ୟ ଅଛି । ଅନ୍ୟପକ୍ଷରେ, ଗ୍ରୁପ୍-୨ ରେ ଆଫଗାନିସ୍ତାନ, ବାଂଲାଦେଶର ଦଳ ଅଛି ଓ ଏଥିରେ ଏକ ଯୋଗ୍ୟତା ଦଳ ମଧ୍ୟ ସାମିଲ ହେବ । ଲିଗ୍ ପର୍ଯ୍ୟାୟରେ ମୋଟ ୬ ଟି ମ୍ୟାଚ୍ ଖେଳାଯିବ । ଏଥି ସହିତ ଲିଗ୍ ପର୍ଯ୍ୟାୟ ପରେ ସୁପର-୪ ରାଉଣ୍ଡ ଖେଳାଯିବ । ଏହାର ଅର୍ଥ ହେଉଛି ଭାରତ, ପାକିସ୍ଥାନ ଓ ଶ୍ରୀଲଙ୍କା ଦଳ ମଧ୍ୟରୁ କୌଣସି ଗୋଟିଏ ଦଳର ଯାତ୍ରା ଗ୍ରୁପ୍ ପର୍ଯ୍ୟାୟରୁ ହିଁ ଶେଷ ହେବ । ସୁପର -୪ ରାଉଣ୍ଡରେ ମୋଟ ୪ ଟି ମ୍ୟାଚ୍ ଖେଳାଯିବ ଓ ଏହା ପରେ ଅନ୍ତିମ ଦୁଇଟି ଦଳ ନିଷ୍ପତ୍ତି ନିଆଯିବ । ଅର୍ଥାତ୍ ଏସିଆ କପ୍‌ରେ ମୋଟ ୧୩ ଟି ମ୍ୟାଚ୍ ଖେଳାଯିବ ।

କହି ରଖୁିଛୁ ଯେ ଚଳିତ ବର୍ଷ ଏସିଆ କପରେ ଭାରତ-ପାକିସ୍ଥାନ ମଧ୍ୟରା ତିନି ଥର ମ୍ୟାଚ୍ ଦେଖିବାକୁ ମିଳିପାରେ । ଲିଗ୍ ରାଉଣ୍ଡରେ ଉଭୟଙ୍କ ପ୍ରତିଯୋଗିତା ସ୍ଥିର ହୋଇଛି । ଏହା ପରେ ଉଭୟ ଦଳ ସୁପର-୪ ରାଉଣ୍ଡରେ ମଧ୍ୟ ମୁକାବିଲା କରିପାରିନ୍ତି । ପଏଣ୍ଟ ଦୃଷ୍ଟିରୁ ଯଦି ଉଭୟ ଦଳ ମାନ୍ୟତାରେ ଶୀର୍ଷ-୨ ରେ ରୁହନ୍ତି, ତେବେ ଉଭୟଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍ ମଧ୍ୟ ଦେଖିବାକୁ ମିଳିପାରେ । ଯଦିଓ ଏସିଆ କପ୍ ୨୦୨୩ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ନିକଟରେ ଏସିସି ମୁଖ୍ୟ ଜୟ ଶାହା କହିଥିଲେ ଯେ ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନୀ ମାଟିରେ ଅନୁଷ୍ଠିତ ହେବ ନାହିଁ । ଏବେ ଦେଖିବାକୁ ବାକି ରହିଲା ଏହି ଟୁର୍ଣ୍ଣାମେଣ୍ଟ କେଉଁଠାରେ ଆୟୋଜିତ ହେଉଛି ।

ଏହା ବି ପଢ଼ନ୍ତୁ : IND vs SL 2nd T20: ଦ୍ୱିତୀୟ ଟି-20 ମ୍ୟାଚ ପାଇଁ ସ୍ଥିର ହୋଇସାରିଛି ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ! ଦଳରୁ ବାଦ ପଡ଼ିବେ ଏହି ୩ ବଡ଼ ଖେଳାଳି