Video: ବିଶ୍ୱକପ ଫାଇନାଲରେ ଲମ୍ବା ଜମ୍ପ ମାରି ଗୋଟିଏ ହାତରେ କ୍ୟାଚ୍ କରି ଭାଇରଲ ହେଉଛନ୍ତି ଭାରତର ଏହି ମହିଳା କ୍ରିକେଟର
Advertisement

Video: ବିଶ୍ୱକପ ଫାଇନାଲରେ ଲମ୍ବା ଜମ୍ପ ମାରି ଗୋଟିଏ ହାତରେ କ୍ୟାଚ୍ କରି ଭାଇରଲ ହେଉଛନ୍ତି ଭାରତର ଏହି ମହିଳା କ୍ରିକେଟର

Archana Devi Catch Video: ଅର୍ଚ୍ଚନା ଦେବୀ ଏହାକୁ କ୍ୟାଚ୍ କରିବା ପାଇଁ ପବନରେ ଏକ ଲମ୍ବା ଜମ୍ପ ମାରିଥିଲେ ଓ କ୍ୟାଚ କରିନେଇଥିଲେ । ପ୍ରଥମେ କେହି ଏହାକୁ ବିଶ୍ୱାସ କରି ପାରିନଥିଲେ ଓ ଏହି କ୍ୟାଚକୁ ନିଶ୍ଚିତ କରିବା ପାଇଁ ଅମ୍ପାୟାରମାନେ ତୃତୀୟ ଅମ୍ପାୟାରଙ୍କ ସହାୟତା ମଧ୍ୟ ନେଇଥିଲେ ।

ସାଙ୍କେତିକ ଛବି

U19 Women T20 World Cup: Archana Devi Catch Video, ଭାରତର ଅଣ୍ଡର-୧୯ ମହିଳା କ୍ରିକେଟ୍ ଦଳ ମହିଳା ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବିଶ୍ୱକପ ଫାଇନାଲରେ (T20 World Cup final) ଭାରତ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମ ବଡ଼ ଟୁର୍ଣ୍ଣାମେଣ୍ଟ ଓ ସାଧାସଳଖ ଫାଇନାଲରେ ଖେଳିବାର ସୁଯୋଗ ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଏଭଳି ପରିସ୍ଥିତିରେ, ଏହିପରି ସୁଯୋଗ ଯାହାକୁ ମିଳେ ସେ ତାକୁ କିପରି ହାତଛଡା କରିବେ? ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଖେଳାଯାଉଥିବା ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତର ଯୁବ ଖେଳାଳିମାନେ ଏହି ସୁଯୋଗର ସଦୁପଯୋଗ କରିଥିଲେ, ଯେଉଁଠାରେ ଫାଇନାଲରେ ସେମାନଙ୍କର ମାରାତ୍ମକ ବୋଲିଂ ଓ ଜବରଦସ୍ତ ଫିଲ୍ଡିଂ ସହିତ ଟିମ୍ ଇଣ୍ଡିଆ ଇଂଲଣ୍ଡର ମାତ ଦେଇ ବିଶ୍ୱ ଚମ୍ପିୟାନ ହୋଇଥିଲା । ଏହାର ସର୍ବୋତ୍ତମ ଉଦାହରଣ ଏକ ଅବିଶ୍ୱାସନୀୟ କ୍ୟାଚ୍ ।

ଦକ୍ଷିଣ ଭାରତର ପୋଟେଫଷ୍ଟରୁମରେ ୨୯ ଜାନୁଆରୀ ଅର୍ଥାତ ରବିବାର ଦିନ ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିଥିଲା ​​। କ୍ୟାପଟେନ ଶେଫାଲୀ ଭର୍ମା ଟସ୍ ଜିତିବା ପରେ ଏହି ନିଷ୍ପତ୍ତି ନେଇଥିଲେ ଓ ତାଙ୍କ ବୋଲରମାନେ ଏହାକୁ ସଠିକ୍ ପ୍ରମାଣ କରିଥିଲେ । ଦଳର ଦ୍ରୁତ ବୋଲର ଟିଟାସ ସାଧୁ ଓ ସ୍ପିନର ଅର୍ଚ୍ଚନା ଦେବୀ ପ୍ରଥମ ୧୦ ଓଭର ମଧ୍ୟରେ ଇଂଲଣ୍ଡ ଦଳର ଅଧା ଟିମକୁ ପେଭିଲେନ ପଠାଇ ଦେଇଥିଲେ ।

ବାମହାତୀ ସ୍ପିନର ଅର୍ଚ୍ଚନା ଦୁଇଟି ୱିକେଟ୍ ନେଇ ଦଳକୁ ଭଲ ଆରମ୍ଭ କରିସାରିଥିଲେ । କିନ୍ତୁ ସେ ଦ୍ୱାଦଶ ଓଭରରେ ସବୁଠାରୁ ଚମତ୍କାର ପ୍ରଦର୍ଶନ କରିଥିଲେ । ଇଂଲଣ୍ଡର ରାଇନା ମ୍ୟାକଡୋନାଲ୍ଡ ସ୍ପିନର ପାର୍ଶ୍ଵବି ଚୋପ୍ରାଙ୍କୁ ପ୍ରଥମ ବଲକୁ ଫ୍ଲିକ୍ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ବ୍ୟାଟର ବାହାର ଅଂଶରେ ଲାଗି ବଲଟି ଏକ୍ସଟ୍ରା କଭର ଆଡକୁ ଯାଇଥିଲା ।

ଅର୍ଚ୍ଚନା ଦେବୀ ଏହାକୁ କ୍ୟାଚ କରିବା ପାଇଁ ପବନରେ ଲମ୍ବା ଜମ୍ପ ମାରିଥିଲେ ଓ କ୍ୟାଚ କରିନେଇଥିଲେ । ପ୍ରଥମେ କେହି ଏହାକୁ ବିଶ୍ୱାସ କରି ପାରିନଥିଲେ ଓ ଏହାକୁ ନିଶ୍ଚିତ କରିବା ପାଇଁ ଅମ୍ପାୟାରମାନେ ତୃତୀୟ ଅମ୍ପାୟାରଙ୍କ ସହାୟତା ମଧ୍ୟ ନେଇଥିଲେ । ତୃତୀୟ ଅମ୍ପାୟାର ପ୍ରଥମ ରିପ୍ଲେ ଦେଖିବା ମାତ୍ରେ ନିଜ ନିଷ୍ପତ୍ତିରେ ଆଉଟ ଦେଇଥିଲେ ଓ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲେନ ଫେରିଥିଲେ ।

ଏହା ବି ପଢ଼ନ୍ତୁ: U19 T20 World Cup Final: ଧୋନିଙ୍କ ପରି ଇତିହାସ ରଚିଲେ ଶେଫାଳି ଭର୍ମା, ବ୍ରିଟିଶକୁ ମାତ୍ ଦେଇ ଭାରତକୁ କଲେ ବିଶ୍ୱ ବିଜେତା

ଏହା ବି ପଢ଼ନ୍ତୁ: Hockey WC 2023 Winner: ବେଲଜିୟମକୁ ପରାସ୍ତ କରି ତୃତୀୟ ଥର ପାଇଁ ଟାଇଟଲ୍ ଜିତିଲା ଜର୍ମାନୀ