AFG vs PAK 2nd T20: ଆଫଗାନିସ୍ତାନ ନେଲା ଅପମାନର ପ୍ରତିଶୋଧ! ପାକିସ୍ତାନ ବିପକ୍ଷରେ ଟି-20 ସିରିଜ୍ ଜିତି ରଚିଲା ଇତିହାସ; Video
Advertisement

AFG vs PAK 2nd T20: ଆଫଗାନିସ୍ତାନ ନେଲା ଅପମାନର ପ୍ରତିଶୋଧ! ପାକିସ୍ତାନ ବିପକ୍ଷରେ ଟି-20 ସିରିଜ୍ ଜିତି ରଚିଲା ଇତିହାସ; Video

Afghanistan vs Pakistan 2nd T20: ଶାରଜାଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଆଫଗାନିସ୍ତାନକୁ ୧୩୧ ରନ୍‌ର ଟାର୍ଗେଟ ଦେଇଥିଲା, ଯାହାକୁ ଗୋଟିଏ ବଲ ବାକି ରହି ହାସଲ କରିନେଇଥିଲା । ଆଫଗାନିସ୍ତାନ ପ୍ରଥମ ଥର ପାଇଁ ପାକିସ୍ତାନ ଦଳ ବିପକ୍ଷରେ ଟି-20 ସିରିଜ ଜିତିଛି । ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଜିତିବା ପରେ ଆଫଗାନିସ୍ତାନର ଖେଳାଳି ବିଜୟ ଉତ୍ସବ ପାଳନ କରୁଥିବାର ନଜରକୁ ଆସିଛନ୍ତି ।

AFG vs PAK 2nd T20: ଆଫଗାନିସ୍ତାନ ନେଲା ଅପମାନର ପ୍ରତିଶୋଧ! ପାକିସ୍ତାନ ବିପକ୍ଷରେ ଟି-20 ସିରିଜ୍ ଜିତି ରଚିଲା ଇତିହାସ; Video

Afghanistan vs Pakistan 2nd T20: ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (Afghanistan vs Pakistan T20 Series) ର ଦ୍ୱିତୀୟ ମ୍ୟାଚ (AFG vs PAK 2nd T20) ରେ ଆଫଗାନିସ୍ତାନ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି । ଏହି ବିଜୟ ସହିତ ଆଫଗାନିସ୍ତାନ ସିରିଜରେ ୨-୦ରେ ଆଗୁଆ ରହିଛି । ଶାରଜାଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଆଫଗାନିସ୍ତାନକୁ ୧୩୧ ରନ୍‌ର ଟାର୍ଗେଟ ଦେଇଥିଲା, ଯାହାକୁ ଗୋଟିଏ ବଲ ବାକି ରହି ହାସଲ କରିନେଇଥିଲା । ଆଫଗାନିସ୍ତାନ ପ୍ରଥମ ଥର ପାଇଁ ପାକିସ୍ତାନ ଦଳ ବିପକ୍ଷରେ ଟି-20 ସିରିଜ ଜିତିଛି । ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଜିତିବା ପରେ ଆଫଗାନିସ୍ତାନର ଖେଳାଳି ବିଜୟ ଉତ୍ସବ ପାଳନ କରୁଥିବାର ନଜରକୁ ଆସିଛନ୍ତି ।

ଏହି ମ୍ୟାଚରେ ଆଫଗାନିସ୍ତାନକୁ ଜିତିବା ପାଇଁ ଶେଷ ଦୁଇ ଓଭରରେ ୨୨ ରନର ଆବଶ୍ୟକତା ଥିଲା । ଜିତିବା ଆଫଗାନିସ୍ତାନ ଦଳ ପାଇଁ ଟିକେ କଷ୍ଟସାଧ୍ୟ ଲାଗୁଥିଲା । କିନ୍ତୁ, ନାସିମ ଶାହ (Naseem Shah) ଙ୍କ ଓଭରରେ ମହମ୍ମଦ ନବୀ (Mohammad Nabi) ଓ ନଜିବୁଲ୍ଲା ଜାଦ୍ରାନ (Najibullah Zadran) ମିଳିତ ଭାବେ ୧୭ ରନ ସ୍କୋର କରିଥିଲେ, ଯାହା ଆଫଗାନିସ୍ତାନର ବିଜୟର ପଥ ପରିଷ୍କାର କରିଥିଲା ।​ ଶେଷ ଓଭରରେ ଆଫଗାନିସ୍ତାନକୁ ଜିତିବା ପାଇଁ ୫ ରନ୍ ସ୍କୋର କରିବାର ଥିଲା । ଏଭଳି ପରିସ୍ଥିତିରେ ନଜିବୁଲ୍ଲା ଜାଦ୍ରାନ୍ ଚୌକା ମାରି ଦଳକୁ ବିଜୟ ପ୍ରଦାନ କରିଥିଲେ ।

ଆଫଗାନିସ୍ତାନ ତରଫରୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରହମାନୁଲ୍ଲା ଗୁରୁବାଜ (Rahmanullah Gurbaz) ୪୯ ବଲରେ ସର୍ବାଧିକ ୪୪ ରନର ଇନିଂସ ଖେଳିଛନ୍ତି । ତାଙ୍କର ଏହି ଇନିଂସରେ ଦୁଇଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ଇବ୍ରାହିମ ଜାଦରାନ ୪୦ ବଲରେ ୩୮ ରନର ଇନିଂସ ଖେଳିଛନ୍ତି । ଏଥିସହିତ ନଜିବୁଲ୍ଲା ଜାଦ୍ରାନ୍ ୧୨ ବଲରେ ୨୩ ରନର ଇନିଂସ ଖେଳିଛନ୍ତି । ସେ ଏହି ଇନିଂସରେ ୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି । ସେ ଅପରାଜିତ ରହିଥିଲେ । ମହମ୍ମଦ ନବୀ ୯ ବଲରେ ୧୪ ସ୍କୋର କରିଥିଲେ ।

ଅଧିକ ପଢ଼ନ୍ତୁ:-ଅନ୍ୟାୟର ଶିକାର ହେଉଛନ୍ତି ଟିମ୍ ଇଣ୍ଡିଆର ଏହି ଖେଳାଳି, ଡେବ୍ୟୁ ନକରି ନେବେ ଅବସର!

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଆଉ ଏକ ଖୁସି ଖବର; ମିଳିବ DA ବକେୟା ରାଶି, ଆକାଉଣ୍ଟକୁ ଆସିବ ଏତେ ଟଙ୍କା

ଅଧିକ ପଢ଼ନ୍ତୁ:-୨୦ ବର୍ଷ ପରେ ସୃଷ୍ଟି ହୋଇଛି ଶୁଭ ରାଜ ଯୋଗ, ଏସବୁ ରାଶି ଉପରେ ସୂର୍ଯ୍ୟ-ଗୁରୁ ମିଶି କରିବେ ଟଙ୍କା ବର୍ଷା!

ପାକିସ୍ତାନର ଆରମ୍ଭ ଅତ୍ୟନ୍ତ ଖରାପ ଥିଲା । ଦ୍ୱିତୀୟ ବଲରେ ସାମ ଆୟୁବ (0) ଙ୍କ ୱିକେଟ୍ ହରାଇଥିଲା । ୱିକେଟ୍ କିପର ଗୁରୁବାଜଙ୍କ ହାତରେ ଆୟୁବଙ୍କୁ ଫଜଲହକ୍ ଫାରୁକ୍କି କ୍ୟାଚ୍ ଆଉଟ କରାଇଥିଲେ । ତା’ପରେ ଅବଦୁଲ୍ଲା ଶାଫିକ୍ (0) ମଧ୍ୟ ପରବର୍ତ୍ତୀ ବଲରେ LBW ଆଉଟ୍ ହୋଇଥିଲେ । ଦ୍ୱିତୀୟ ଓପନର୍ ମହମ୍ମଦ ହାରିସ୍ ମଧ୍ୟ କିଛି ବିଶେଷ କରିପାରିନଥିଲେ ଓ ୧୫ ରନ କରି ନବୀନ-ଉଲ୍-ହକଙ୍କ ବଲରେ ପାଭିଲିୟନକୁ ଫେରିଥିଲେ, ଯେଉଁଥିପାଇଁ ପାକିସ୍ତାନର ସ୍କୋର ତିନି ୱିକେଟରେ ୨୦ ରନ୍ ଥିଲା ।