T20 World Cup: ନିଜ ସହିତ ସୂର୍ଯ୍ୟକୁମାର ଯାଦବଙ୍କ ତୁଳନା କରିବା ଉପରେ ପ୍ରଥମ ଥର ପାଇଁ କ'ଣ କହିଲେ ଏବି ଡି ଭିଲିୟର୍ସ, ଜାଣନ୍ତୁ...
Advertisement
Article Detail0/zeeodisha/odisha1429195

T20 World Cup: ନିଜ ସହିତ ସୂର୍ଯ୍ୟକୁମାର ଯାଦବଙ୍କ ତୁଳନା କରିବା ଉପରେ ପ୍ରଥମ ଥର ପାଇଁ କ'ଣ କହିଲେ ଏବି ଡି ଭିଲିୟର୍ସ, ଜାଣନ୍ତୁ...

AB de Villiers On Suryakumar Yadav:  ସୂର୍ଯ୍ୟକୁମାର ଯାଦବ ୨୫ ବଲରେ ୬୧ ରନର ଧମାଦାର ଇନିଂସ ଖେଳିଥିଲେ । ଫଳରେ ଟିମ୍ ଇଣ୍ଡିଆର ମୋଟ୍ ସ୍କୋର ୧୮୬ରେ ପହଞ୍ଚିଥିଲା । ଫଳସ୍ୱରୂପ, ଏହି ବୃହତ ଲକ୍ଷ୍ୟ ଚାପରେ ଜିମ୍ବାୱେ ଦଳ (Zimbawe Team) ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଜିମ୍ୱାୱେ ଦଳ ମାତ୍ର ୧୭.୨ ଓଭରରେ ୧୧୫ ରନ୍ ସ୍କୋର କରିବା ପରେ ଅଲଆଉଟ୍ ହୋଇଯାଇଥିଲା ।

T20 World Cup: ନିଜ ସହିତ ସୂର୍ଯ୍ୟକୁମାର ଯାଦବଙ୍କ ତୁଳନା କରିବା ଉପରେ ପ୍ରଥମ ଥର ପାଇଁ କ'ଣ କହିଲେ ଏବି ଡି ଭିଲିୟର୍ସ, ଜାଣନ୍ତୁ...

AB de Villiers On Suryakumar Yadav: ଚଳିତ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଭାରତୀୟ ଦଳ (Team India) ର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ରହିଆସିଛି । ଟୁର୍ଣ୍ଣାମେଣ୍ଟର ସୁପର-12ର ଶେଷ ମ୍ୟାଚରେ ଜିମ୍ବାୱେ ବିପକ୍ଷରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଯେତେବେଳେ ସମସ୍ତ ଅନୁଭବ କଲେ ଯେ ଟିମ୍ ଇଣ୍ଡିଆ ଏକ ବଡ଼ ସ୍କୋର କରିପାରିବ ନାହିଁ, ସେତେବେଳେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଏକ ସଂକଟମୋଚନ ରୂପେ ଆସିଥିଲେ । ସୂର୍ଯ୍ୟକୁମାର ଯାଦବ ୨୫ ବଲରେ ୬୧ ରନର ଧମାଦାର ଇନିଂସ ଖେଳିଥିଲେ । ଫଳରେ ଟିମ୍ ଇଣ୍ଡିଆର ମୋଟ୍ ସ୍କୋର ୧୮୬ରେ ପହଞ୍ଚିଥିଲା । ଫଳସ୍ୱରୂପ, ଏହି ବୃହତ ଲକ୍ଷ୍ୟ ଚାପରେ ଜିମ୍ବାୱେ ଦଳ (Zimbawe Team) ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଜିମ୍ୱାୱେ ଦଳ ମାତ୍ର ୧୭.୨ ଓଭରରେ ୧୧୫ ରନ୍ ସ୍କୋର କରିବା ପରେ ଅଲଆଉଟ୍ ହୋଇଯାଇଥିଲା ।

ଟିମ୍ ଇଣ୍ଡିଆ ଏହି ମ୍ୟାଚ୍କୁ ୭୧ ରନରେ ଜିତି ନେଇଛି । ଯାହାକୁ T20I ରେ ଏକ ବଡ଼ ବିଜୟ କୁହାଯାଇପାରେ । ଏହି ବିଜୟର ହିରୋ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଥିଲେ, ଯିଏ ପଡ଼ିଆରେ ରନର ବର୍ଷା କରି ଜିମ୍ବାୱେ ବୋଲରଙ୍କୁ ଧରାଶାୟୀ କରିଦେଇଥିଲେ । ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏକ କ୍ୟାଲେଣ୍ଡର ବର୍ଷରେ ୧,୦୦୦ ରନ୍ ସ୍କୋର କରିବାର ରେକର୍ଡ ସୃଷ୍ଟି କରିଛନ୍ତି ।

ଟି-20 ବିଶ୍ୱକପରେ ବିରାଟ କୋହଲି (Virat Kohli) ଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ବ୍ୟାଟରୁ ଲଗାତାର ରନର ବର୍ଷା ହୋଇଛି । ଏହି ବିଶ୍ୱକପ୍ ବିଷୟରେ କହିବାକୁ ଗଲେ ସେ ୫ଟି ମ୍ୟାଚରେ ୭୫ର ଏଭେରେଜରେ ଓ ୧୯୩.୯୭ ଷ୍ଟ୍ରାଇକ୍ ରେଟରେ ରନ୍ କରିଛନ୍ତି । ଏହି ବିଶ୍ୱକପରେ ରନ କରିବା ପ୍ରସଙ୍ଗରେ ବିରାଟ କୋହଲିଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ । ବିରାଟ କୋହଲି ୨୪୬ ରନ୍ ସହ ଏକ ନମ୍ବରରେ ରହିଛନ୍ତି । ସୁପର-12ର ପାଞ୍ଚଟି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ତିନିଟିରେ ୫୦ ରନ୍ କିମ୍ବା ଅଧିକ ସ୍କୋର କରିଛନ୍ତି । ତାହା ମଧ୍ୟ ଧମାକାଦାର ଭାବେ । ରବିବାର ସୂର୍ଯ୍ୟକୁମାର ୬ଟି ଚୌକା ଓ ୪ଟି ଛକା ମାରିଥିଲେ । ତାଙ୍କୁ କ୍ରିକେଟର ନୂଆ ମିଷ୍ଟର 360 ଡିଗ୍ରୀ କୁହାଯାଉଛି । ଏହି ଉପନାମ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି ଡି ଭିଲିୟର୍ସଙ୍କ ପାଇଁ ବ୍ୟବହୃତ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ଏହି ଦଳ ପାଇଁ ବରଦାନ ପାଲଟିଲା ଭାରତର ବିଜୟ, ପରବର୍ତ୍ତୀ ବିଶ୍ୱକପରେ ମିଳିଲା ସିଧାସଳଖ ଏଣ୍ଟ୍ରି

ଅଧିକ ପଢ଼ନ୍ତୁ:-ଦୀନେଶ କାର୍ତ୍ତିକଙ୍କୁ ହଠାତ୍ ଦଳରୁ କାହିଁକି କରିଦିଆଗଲା ବାହାର? କୋଚ୍ ଦ୍ରାବିଡ ଦେଲେ ଆଶ୍ଚର୍ଯ୍ୟଜନକ ଜବାବ

ଅଧିକ ପଢ଼ନ୍ତୁ:-ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏସବୁ ଲୋକଙ୍କୁ କରିବ ମାଲାମାଲ, ଏମାନେ ହୋଇପାରନ୍ତି କାଙ୍ଗାଳ

 

ମ୍ୟାଚ୍ ପରେ ଯେତେବେଳେ ତାଙ୍କ ତୁଳନା ୩୬୦ ଡିଗ୍ରୀ ନାମରେ ପ୍ରସିଦ୍ଧ ଏବି ଡି ଭିଲିୟର୍ସ (AB de Villiers) ଙ୍କ ସହ କରାଯାଇଥିଲା, ଯାହା ଉପରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, ବିଶ୍ୱ ୩୬୦ ଡିଗ୍ରୀ ଜଣେ ହିଁ ଅଛନ୍ତି ଓ ସେ ତାଙ୍କ ପରି ହେବାକୁ ଚେଷ୍ଟା କରୁଛନ୍ତି । ଅବଶ୍ୟ, ପରେ ଏବି ଡି ଭିଲିୟର୍ସ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଓ ନିଜ ସହ ତୁଳନା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଡି ଭିଲିୟର୍ସ ଟ୍ୱିଟ୍ କରି କହିଛନ୍ତି ଯେ, "ଆପଣ ସେହି ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି ଓ ମୋଠାରୁ ଆଗକୁ ଯାଆନ୍ତୁ । ଆଜି ବହୁତ ଭଲ ଖେଳିଛନ୍ତି ।"