T20 World Cup: ସ୍କ୍ୱାଡ୍ ଘୋଷଣା କଲେ ଭାରତ ସମେତ ୧୩ ଦେଶ, ଏହି ତିନି ଦଳ ଉପରେ ସମସ୍ତଙ୍କ ନଜର
Advertisement

T20 World Cup: ସ୍କ୍ୱାଡ୍ ଘୋଷଣା କଲେ ଭାରତ ସମେତ ୧୩ ଦେଶ, ଏହି ତିନି ଦଳ ଉପରେ ସମସ୍ତଙ୍କ ନଜର

T20 World Cup Squad: ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ ୨୦୨୨ ଦଳରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ରିଟର୍ଣ୍ଣ କରୁଛନ୍ତି। ପେସ ବୋଲର ମହମ୍ମଦ ସାମି ଏହି ତାଲିକାରୁ ବାଦ ପଡିଛନ୍ତି। ଏଥି ସହିତ ଅର୍ଶଦୀପ ସିଂଙ୍କୁ ମଧ୍ୟ ଏକ ସ୍ଥାନ ମିଳିଛି। ତେବେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବ୍ୟତୀତ ଦୀପକ ଚହର ଏବଂ ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟରଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇ ନାହିଁ। 

T20 World Cup: ସ୍କ୍ୱାଡ୍ ଘୋଷଣା କଲେ ଭାରତ ସମେତ ୧୩ ଦେଶ, ଏହି ତିନି ଦଳ ଉପରେ ସମସ୍ତଙ୍କ ନଜର

T20 World Cup Squad: ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱପକ ପାଇଁ ଆଉ ମାସେରୁ କମ ସମୟ ବାକି ଅଛି। ବିଶ୍ୱକପ ପାଇଁ ଉଭୟ ଖେଳାଳି ଓ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି। ଏହାରି ମଧ୍ୟରେ ଟି-20 ବିଶ୍ୱକପ ପାଇଁ ଭାରତ ସମେତ ୧୩ଟି ଦଳ ସେମାନଙ୍କ ୧୫ ଜଣିଆ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟ ତିନୋଟି ଦେଶ ଆଇସିସି ଦ୍ୱାରା ନିର୍ଦ୍ଧାରିତ ସମୟ ସୀମା ପର୍ଯ୍ୟନ୍ତ ନିଜ ଦଳ ଘୋଷଣା କରିନାହାଁନ୍ତି। ନ୍ୟୁଜିଲ୍ୟାଣ୍ଡ, ଆୟର୍ଲାଣ୍ଡ ଓ ସ୍କଟଲ୍ୟାଣ୍ଡ ସେମାନଙ୍କ ଦଳ ଘୋଷଣା କରିନାହାଁନ୍ତି। ଆଇସିସିକୁ ନ୍ୟୁଜିଲ୍ୟାଣ୍ଡ ଦଳ ସମୟ ମାଗିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ସେପ୍ଟେମ୍ବର ୨୦ରେ ନିଜ ଦଳ ଘୋଷଣା କରିବ ବୋଲି ସୂଚନା ମିଳିଛି।

ଟି-୨୦ ବିଶ୍ୱକପ ୨୦୨୨ରେ ଭାରତ ଏବଂ ପାକିସ୍ତାନ ସମେତ ମୋଟ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି।ଏହି ଟୁର୍ନାମେଣ୍ଟରେ ୮ଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଅବଶିଷ୍ଟ ୮ଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଖେଳିବେ। ଏହା ପରେ ପୁଣି ୪ଟି ଦଳ ସୁପର-୪ରେ ସାମିଲ ହେବେ। ଶନିବାର ସୁଦ୍ଧା ଟି-20 ବିଶ୍ୱକପ ୨୦୨୨ ପାଇଁ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ବାଂଲାଦେଶ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନାମିବିଆ, ଶ୍ରୀଲଙ୍କା, ୟୁଏଇ, ୱେଷ୍ଟଇଣ୍ଡିଜ୍, ଜିମ୍ବାୱେ ଓ ନେଜରଲାଣ୍ଡ ସେମାନଙ୍କ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି। କିନ୍ତୁ ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ ଏବଂ ସ୍କଟଲାଣ୍ଡ ଏଥିରେ ବିଳମ୍ବ କରୁଛନ୍ତି। ତେବେ ଖୁବଶୀଘ୍ର ସେମାନେ ମଧ୍ୟ ନିଜ ଦଳ ଘୋଷଣା କରିବେ। 

Also Read: India vs Australia T20I Series: ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା! ସିରିଜରୁ ବାଦ ପଡିଲେ ଏହି ଖେଳାଳି, ବିଶ୍ୱକପକୁ ଫେରିବା ଆଶା ଫିକା

ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ ୨୦୨୨ ଦଳରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ରିଟର୍ଣ୍ଣ କରୁଛନ୍ତି। ପେସ ବୋଲର ମହମ୍ମଦ ସାମି ଏହି ତାଲିକାରୁ ବାଦ ପଡିଛନ୍ତି। ଏଥି ସହିତ ଅର୍ଶଦୀପ ସିଂଙ୍କୁ ମଧ୍ୟ ଏକ ସ୍ଥାନ ମିଳିଛି। ତେବେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବ୍ୟତୀତ ଦୀପକ ଚହର ଏବଂ ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟରଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇ ନାହିଁ। କିନ୍ତୁ ତିନିଜଣ ଖେଳାଳି ରିଜର୍ଭ ଖେଳାଳି ଭାବରେ ଟିମ୍ ଇଣ୍ଡିଆ ସହିତ ଅଷ୍ଟ୍ରେଲିଆ ଯିବେ। ରୋହିତ ଶର୍ମା ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଅଧିନାୟକ ହୋଇଥିବାବେଳେ କେ.ଏଲ୍ ରାହୁଲ ଉପ-ଅଧିନାୟକ ହେବେ। 

ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ

  1. ରୋହିତ ଶର୍ମା (କ୍ୟାପ୍ଟନ)
  2. କେ.ଏଲ୍ ରାହୁଲ
  3. ବିରାଟ କୋହଲି
  4. ସୂର୍ଯ୍ୟକୁମାର ଯାଦବ
  5. ଦୀପକ ହୁଡା
  6. ଋଷଭ ପନ୍ତ
  7. ଦିନେଶ କାର୍ତ୍ତିକ
  8. ହାର୍ଦ୍ଦିକ ପାଣ୍ଡ୍ୟା
  9. ଆର ଅଶ୍ୱିନ
  10. ଯୁଜବେନ୍ଦ୍ର ଚହଲ
  11. ଅକ୍ଷର ପଟେଲ
  12. ଜସପ୍ରୀତ ବୁମ୍ରା
  13. ଭୁବନେଶ୍ୱର କୁମାର 
  14. ଅର୍ଶଦୀପ ସିଂ

ସେପଟେ ସେପ୍ଟେମ୍ବର ୨୯ରୁ ମୋହାଲିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ମହମ୍ମଦ ସାମି କୋରୋନା ସଂକ୍ରମିତ ହୋଇଥିବାରୁ ତାଙ୍କ ସ୍ଥାନରେ ଉମେଶ ଯାଦବ ଖେଳିପାରନ୍ତି। ଅଷ୍ଟ୍ରେଲିଆ ପରେ ଟିମ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ସହିତ ମଧ୍ୟ ଟି-୨୦ ସିରିଜ ଖେଳିବ। ଏହି ଦୁଇଟି ସିରିଜର ଭଲ ପ୍ରଦର୍ଶନ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସିରିଜର ଫଳାଫଳ ଆସନ୍ତା ଟି-୨୦ ବିଶ୍ୱକପ ୨୦୨୨ରେ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ।