ଅକ୍ଟୋବରରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ବିରଳ ସଞ୍ଜୋଗ,ଜାଣନ୍ତୁ କେବେ ଘଟିବ ?
Advertisement
Article Detail0/zeeodisha/odisha1903641

ଅକ୍ଟୋବରରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ବିରଳ ସଞ୍ଜୋଗ,ଜାଣନ୍ତୁ କେବେ ଘଟିବ ?

ଅକ୍ଟୋବର ମାସ ଜ୍ୟୋର୍ତିବିଜ୍ଞାନ ଦୃଷ୍ଟିରୁ ଏକ ବିରଳ ଘଟଣା ଘଟିବାକୁ ଯାଉଛି । ଚଳିତ ମାସରେ ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣର ବିରଳ ଦୃଶ୍ଯ ଦେଖିବାକୁ ମିଳିବ । ସବୁଠାରୁ ବଡ଼ କଥା ହେଉଛି ଏହା ଭାରତରେ ମଧ୍ଯ ଦୃଶ୍ୟମାନ ହେବ । ଏମିତିରେ ଜ୍ୟୋର୍ତିବିଜ୍ଞାନୀଙ୍କ ପାଖରେ ଏହି ମହତ୍ୱପୂର୍ଣ୍ଣ ଓ ବିରଳ ମହାଜାଗତିକ ଦୃଶ୍ଯକୁ ଦେଖିବାକ ସୁବର୍ଣ୍ଣ ସୁଯୋଗ ରହିବ । ଏଭଳି ଘଟଣ

SOCIAL MEDIA

ଅକ୍ଟୋବର ମାସ ଜ୍ୟୋର୍ତିବିଜ୍ଞାନ ଦୃଷ୍ଟିରୁ ଏକ ବିରଳ ଘଟଣା ଘଟିବାକୁ ଯାଉଛି । ଚଳିତ ମାସରେ ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣର ବିରଳ ଦୃଶ୍ଯ ଦେଖିବାକୁ ମିଳିବ । ସବୁଠାରୁ ବଡ଼ କଥା ହେଉଛି ଏହା ଭାରତରେ ମଧ୍ଯ ଦୃଶ୍ୟମାନ ହେବ । ଏମିତିରେ ଜ୍ୟୋର୍ତିବିଜ୍ଞାନୀଙ୍କ ପାଖରେ ଏହି ମହତ୍ୱପୂର୍ଣ୍ଣ ଓ ବିରଳ ମହାଜାଗତିକ ଦୃଶ୍ଯକୁ ଦେଖିବାକ ସୁବର୍ଣ୍ଣ ସୁଯୋଗ ରହିବ । ଏଭଳି ଘଟଣା ଶତାବ୍ଦୀ ଶତାବ୍ଦୀ ଧରି ମାନବ ଜାତିକୁ ରୋମାଞ୍ଚିତ କରି ଆସିଛି ।  ଆଗରୁ ଏଭଳି ଘଟଣାକୁ ନେଇ ଅନେକ କିମ୍ବଦନ୍ତି ଓ କାହାଣୀ ପ୍ରଚଳିତ ଥିଲା । କିନ୍ତୁ ବିଜ୍ଞାନର ବିକାଶ ସହିତ ଧିରେ ଧିରେ ସାଧାରଣ ଲୋକ ମଧ୍ଯ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ବୈଜ୍ଞାନକି କାରଣ ବାବଦରେ ଅବଗତ ହେବାରେ ଲାଗିଛନ୍ତି । ଆପଣ ମଧ୍ଯ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ । ଏମିତିକି ନିଜ ଘରେ ବସି ମଧ୍ଯ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ । ବାସ ଆପଣଙ୍କୁ ନାସାର ୨୦୨୩ ଆନୁଲାର ସୋଲାର ଏକ୍ଲିପ୍ସ ୱେବାସଇଟକୁ ଭିଜିଟ୍ କରିବାକୁ ପଡ଼ିବ ।

ଏବେ ଆସନ୍ତୁ ଜାଣିବା ଚଳିତ ବର୍ଷ କେଉଁ ତାରିଖରେ ସୂର୍ଯ୍ୟ ପରାଗ ହେବ । ଚଳିତ ମାସ ୧୪ ତାରିଖ ଦିନ ସୂର୍ଯ୍ୟ ପରାଗ ହେବ । ଏହି ସମୟରେ ସୂର୍ଯ୍ୟ ଚାରିପଟେ ଚନ୍ଦ୍ରମାକୁ ଅଗ୍ନିର ମୁଦି ତିଆରି କରିବା ଦେଖିବାକୁ ମିଳିବ । ସୂର୍ଯ୍ଯ ପରାଗ ସେତେବେଳେ ହୋଇଥାଏ ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ  ଓ ପୃଥିବୀ ମଝିରେ ଆସିଥାଏ । ଯେତେବେଳେ ଚନ୍ଦ୍ର ସୂର୍ଯ୍ୟଠାରୁ ଛୋଟ ପ୍ରତୀତ ହୁଏ ସେତେବେଳେ ସୂର୍ଯ୍ଯର ଅଧିକାଶ ଆଲୋକ ପୃଥିବୀକୁ ଆସିନଥାଏ ଓ ସୂର୍ଯ୍ଯ ଏକ ବଳୟ ଭଳି ପ୍ରତୀତ ହୋଇଥାଏ ।ଏହାକୁ ବଳୟାକାର ସୂର୍ଯ୍ୟପରାଗ କୁହାଯାଏ । ଯାହା ପୃଥିବୀର ହଜାର ହଜାର କିଲୋମିଟର କ୍ଷେତ୍ରରେ ଆଂଶିକ ପରାଗ ଭାବେ ଦୃଶ୍ଯମାନ ହୋଇଥାଏ । ଚଳିତ ବର୍ଷ ପରାଗ ୧୪ ଅକ୍ଟୋବର ରାତି ୧୧.୨୯ରୁ ଆରମ୍ଭ ହୋଇ ୧୧.୩୪ ମିନଟରେ ସମାପ୍ତ ହେବ ।

ଏବେ ଆସନ୍ତୁ ଜାଣିବା ଚନ୍ଦ୍ର ଗ୍ରହଣ କେବେ ହେବ । ଅକ୍ଟୋବର ୨୮ ତାରିଖ ରାତିରେ ଭାରତରେ ଚନ୍ଦ୍ରଗ୍ରହଣ ହେବ । ଯେତେବେଳେ ପୃଥିବୀ ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟରେ ଅବସ୍ଥାନ କରେ ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ । ଅକ୍ଟୋବର ୨୮ ତାରିଖ ରାତିର ୧.୬ ମିନଟ ଓ ୨.୨୩ ମିନିଟ ମଧ୍ଯରେ ଚନ୍ଦ୍ର ପୃଥିବୀର ଛାୟ ପଥ ଦେଇ ଗତି କରିବା ବେଳେ ଆଂଶିକ ଚନ୍ଦ୍ରଗ୍ରହଣ ହେବ ।ଏହି ଗ୍ରହଣ ଏସିଆ,ଋଷ,ଆମେରିକା,ୟୁରୋପ,ଆଣ୍ଟାର୍କଟିକା ଓ ଓସିନିଆ ସହିତ ଯେଉଁଠି ବି ଚନ୍ଦ୍ର କ୍ଷିତିଜରେ ଥିବ ସେଠାରେ ଦେଖାଯିବ । ଏହା ନୂଆଦିଲ୍ଲୀରେ  ଦକ୍ଷୀଣ ପଶ୍ଚିମ ଆକାଶରେ ଦୃଶ୍ୟମାନ ହେବ ।ଭାରତରେ ଅଧିକତମ ଗ୍ରହଣ ରାତ୍ରି ୧.୪୫ ମିନଟରେ ହେବ ସେତେବେଳେ ଚନ୍ଦ୍ରମାର ୧୨