Shani Pradosh Vrat: ଜାଣନ୍ତୁ ଶନି ପ୍ରଦୋଶ ବ୍ରତର ମହତ୍ତ୍ବ, କାହିଁକି ନିଃସନ୍ତାନ ଦମ୍ପତି କରନ୍ତି ଏହି ଉପବାସ
Advertisement
Article Detail0/zeeodisha/odisha1426412

Shani Pradosh Vrat: ଜାଣନ୍ତୁ ଶନି ପ୍ରଦୋଶ ବ୍ରତର ମହତ୍ତ୍ବ, କାହିଁକି ନିଃସନ୍ତାନ ଦମ୍ପତି କରନ୍ତି ଏହି ଉପବାସ

Shani Pradosh Vrat: ଆଜି ଶନି ପ୍ରଦୋଶ ବ୍ରତ । ହିନ୍ଦୁ ଧର୍ମରେ ଏହାର ମହତ୍ତ୍ବ ବେଶ ଅଧିକ ରହିଛି । ହିନ୍ଦୁ ପାଞ୍ଜିକା ଅନୁଯାୟୀ, କାର୍ତ୍ତିକ ମାସର ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥିରେ ପ୍ରଦୋଶ ବ୍ରତ ପାଳନ କରାଯାଏ। ଶନିବାର ପ୍ରଦୋଶ ବ୍ରତ ମଧ୍ୟ ଏହାକୁ କୁହାଯାଏ ।

Shani Pradosh Vrat: ଜାଣନ୍ତୁ ଶନି ପ୍ରଦୋଶ ବ୍ରତର ମହତ୍ତ୍ବ, କାହିଁକି ନିଃସନ୍ତାନ ଦମ୍ପତି କରନ୍ତି ଏହି ଉପବାସ

Shani Pradosh Vrat: ଆଜି ଶନି ପ୍ରଦୋଶ ବ୍ରତ । ହିନ୍ଦୁ ଧର୍ମରେ ଏହାର ମହତ୍ତ୍ବ ବେଶ ଅଧିକ ରହିଛି । ହିନ୍ଦୁ ପାଞ୍ଜିକା ଅନୁଯାୟୀ, କାର୍ତ୍ତିକ ମାସର ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥିରେ ପ୍ରଦୋଶ ବ୍ରତ ପାଳନ କରାଯାଏ। ଶନିବାର ପ୍ରଦୋଶ ବ୍ରତ ମଧ୍ୟ ଏହାକୁ କୁହାଯାଏ । ଶନି ପ୍ରଦୋଶ ବ୍ରତ ଦିନ , ଶନି ଦେବ ଏବଂ ଭଗବାନ ଶିବଙ୍କୁ ପୂଜା କରିବା ଶୁଭ ବୋଲି ବିବେଚନା କରାଯାଏ। ଶନି ପ୍ରଦୋଶ ଉପବାସରେ ଭଗବାନ ଶିବଙ୍କୁ ପୂଜା କରିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଆଣିଥାଏ ବୋଲି ବିଶ୍ବାସ ରହିଛି। 

ଶନି ପ୍ରଦୋଶ ବ୍ରତ ଶୁଭ ମୁହୂର୍ତ୍ତ :

କାର୍ତ୍ତିକ ମାସ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥିରେ ନଭେମ୍ବର ୫, ଅପରାହ୍ନ ୫ଟା ୬ ମିନିଟରୁ ଆରମ୍ଭ ହୋଇ ନଭେମ୍ବର ୬ ଅପରାହ୍ନ ୪ଟା ୨୮ ପର୍ଯ୍ୟନ୍ତ ରହିବ । ସେହିପରି ପୂଜା ପାଇଁ ଶୁଭ ମୁହୂର୍ତ୍ତ ମଧ୍ୟ ରହିଛି । ଶନି ପ୍ରଦୋଶ ବ୍ରତର ପୂଜା ସମୟ ନଭେମ୍ବର ୫,  ୫ଟା ୪୧ ରୁ ଆରମ୍ଭ ହୋଇ ୮ଟା ୧୭ ପର୍ଯ୍ୟନ୍ତ ରହିବ । 

ଏହାବି ପଢନ୍ତୁ : Sri Lingaraj Temple: ପିତ୍ତଳ, ରୁପା ନା କାଠ? ଦୀର୍ଘ ୪୨ ମାସ ଝୁଲିବା ପରେ ବଦଳିବ ମୁଖ୍ୟ କବାଟ

ଏହାବି ପଢନ୍ତୁ : Prathamastami: ଓଡିଆ ସଂସ୍କୃତି ଓ ପରମ୍ପରାରେ ବିଜ୍ଞାନ, ଏଣ୍ଡୁରୀ ପିଠା ଖାଇଲେ ମିଳେ ଏହି ସବୁ ଲାଭ

ଏହାବି ପଢନ୍ତୁ : Kartik Purnima 2022 Date And Importance: କାହିଁକି ପାଳନ କରାଯାଏ କାର୍ତ୍ତିକ ପୂର୍ଣ୍ଣିମା, ଜାଣନ୍ତୁ ଏହାର ମହତ୍ତ୍ବ

ଏହାବି ପଢନ୍ତୁ : Dev Uthani Ekadashi 2022: ଜାଣି ରଖନ୍ତୁ ଦେବ ଉଥାନୀ ଏକାଦଶୀର ଶୁଭ ମୁହୂର୍ତ୍ତ, ଏହି ଦିନ ବ୍ରତଧାରୀ ଭୁଲରେ ବି କରନ୍ତୁନି ଏହି ସବୁ କାମ

ଶନି ପ୍ରଦୋଶ ପୂଜା ବିଧି, ଜାଣି ରଖନ୍ତୁ : 

ବ୍ରତଧାରୀମାନେ ସକାଳେ ଉଠିବା ମାତ୍ର ଘରେ ସଫା କରି, ଗାଧୋଇବା ପରେ ପରିଷ୍କାର ପୋଷାକ ପିନ୍ଧନ୍ତୁ ।ଏହା ପରେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ । ଶିବଲିଙ୍ଗ ଉପରେ ଧଳା ଫୁଲ, ଅରଖ ଫୁଲ ,ଫୁଲମାଳ,ବେଲପତ୍ର ଚଢାନ୍ତୁ।  ଏହାପରେ, ପ୍ରଦୋଶ ବ୍ରତ ପାଇଁ ମନ୍ତ୍ର ପାଠ କରନ୍ତୁ । ଶିବ ଚାଳିସା ଏବଂ ମନ୍ତ୍ର ଜପ କରନ୍ତୁ । ଦିନସାରା ଉପବାସ କରିବା ପରେ ସନ୍ଧ୍ୟାରେ ଭଗବାନ ଶିବଙ୍କୁ ଉପାସନା କରନ୍ତୁ। ଏପରି କରିବା ଦ୍ବାରା ଆପଣ ଭଗବାନ ଶିବଙ୍କ କୃପା ଲାଭ କରିପାରିବେ। 

ପ୍ରଦୋଶ ବ୍ରତର ଗୁରୁତ୍ବ :

ସ୍କନ୍ଦ ପୁରାଣଙ୍କ ଅନୁଯାୟୀ, ପ୍ରଦୋଶ ବ୍ରତ ପାଳନ କରିବା ଜଣେ ବ୍ୟକ୍ତିଙ୍କ ପାଇଁ ଧନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଥାଏ। ଆହୁରି ମଧ୍ୟ ଭଗବାନ ଶିବଙ୍କ କୃପା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ ହୋଇଥାଏ । ବିଶ୍ୱାସ କରାଯାଏ ଯେ, ଯଦି ଜଣେ ସନ୍ତାନହୀନ ଦମ୍ପତି ଏହି ଉପବାସ ପାଳନ କରନ୍ତି, ତେବେ ଭଗବାନ ଶିବ ଶୀଘ୍ର ସେମାନଙ୍କର ଇଚ୍ଛା ପୂରଣ କରନ୍ତି ।