Navratri 2022 Day 5 : ନବରାତ୍ରୀରେ କିପରି କରିବେ ସ୍କନ୍ଦମାତାଙ୍କ ଆରାଧନା , ଜାଣି ରଖନ୍ତୁ ପୂଜାବିଧି ଓ ଶୁଭ ମୂହୁର୍ତ୍ତ
Advertisement

Navratri 2022 Day 5 : ନବରାତ୍ରୀରେ କିପରି କରିବେ ସ୍କନ୍ଦମାତାଙ୍କ ଆରାଧନା , ଜାଣି ରଖନ୍ତୁ ପୂଜାବିଧି ଓ ଶୁଭ ମୂହୁର୍ତ୍ତ

Shardiya Navratri 2022 :  ଆରମ୍ଭ ହୋଇଛି ନବରାତ୍ରୀ । ଆସନ୍ତାକାଲି (ଶୁକ୍ରବାର) ନବରାତ୍ରୀର ପଞ୍ଚମ ଦିନ । ନବରାତ୍ରୀ ପଞ୍ଚମ ଦିନରେ ଦେବୀ ନବଦୁର୍ଗା ମା ସ୍କନ୍ଦମାତା ରୂପରେ ଆରାଧିତ ହୋଇଥାନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Shardiya Navratri 2022 :  ଆରମ୍ଭ ହୋଇଛି ନବରାତ୍ରୀ । ଆସନ୍ତାକାଲି (ଶୁକ୍ରବାର) ନବରାତ୍ରୀର ପଞ୍ଚମ ଦିନ । ନବରାତ୍ରୀ ପଞ୍ଚମ ଦିନରେ ଦେବୀ ନବଦୁର୍ଗା ମା ସ୍କନ୍ଦମାତା ରୂପରେ ଆରାଧିତ ହୋଇଥାନ୍ତି। ତେବେ ନବରାତ୍ରରେ ଘରେ କିପରି କରିବେ ମାଆ ସ୍କନ୍ଦମାତାଙ୍କ ପୂଜା । ଜାଣି ରଖନ୍ତୁ ପୂଜାର ବିଧି  ଓ ଶୁଭ ମୂହୁର୍ତ୍ତ ।  ବ୍ରତଧାରୀମାନେ ସକାଳୁ ପ୍ରଥମେ ସ୍ନାନ କରିବା ପରେ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ପରେ ଦୁର୍ଗାଙ୍କ ଫଟୋ କି ସ୍କନ୍ଦମାତାଙ୍କ ଫଟୋରେ କିଛି ଗଙ୍ଗା ଜଳ ଛିଞ୍ଝନ କରି  କିଛି ହଳଦିଆ ଫୁଲ ଚଢାନ୍ତୁ । ଏବଂ ମାଆଙ୍କୁ କୁଙ୍କୁମରେ ସଜେଇ ଦିଅନ୍ତୁ ।  ସ୍କନ୍ଦମାତାଙ୍କୁ ପୂଜା କରିବା ପାଇଁ ଶୁଭ ମୂହୁର୍ତ୍ତ ହେଉଛି ପ୍ରାତଃ ସମୟ । ବଡି ଭୋର ୪.୩୭ ରୁ ୫.୨୫ ଏହି ସମୟରେ ଆପଣ ମାଆଙ୍କୁ ଆରାଧନା କରିପାରିବେ।  ଯାହାଦ୍ବାରା ଆପଣ ଦେବୀକୃପା ଲାଭ କରିପାରିବେ।  

ସେହିପରି ପୂଜାର ଅମୃତବେଳେ ସନ୍ଧ୍ୟା ୬ଟା୧୮ ମିନିଟ ସମୟରୁ ଆରମ୍ଭ କରି ୭.୫୧ ପର୍ଯ୍ୟନ୍ତ ସମୟ ରହିଛି । ସେହିପରି ବିଜୟ ବେଳା ଅପରାହ୍ନ ୨.୧୦ରୁ ୨.୫୮ ପର୍ଯ୍ୟନ୍ତ ରହିଛି । ମାଆଙ୍କ କୃପା ଲାଭ କରିବା ପାଇଁ ସ୍କନ୍ଦମାତାଙ୍କ ନିକଟରେ ଆପଣ କଦଳୀ ଭୋଗ ଲଗାଇପାରିବେ। ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଅଳ୍ପ କେତେକ ଭକ୍ତ ମଧ୍ୟ ବେଲପତ୍ର ସହିତ କଦଳୀରୁ ପ୍ରସ୍ତୁତ  ବିଭିନ୍ନ ପ୍ରକାରର ଭୋଗ ମାଆଙ୍କ ନିକଟରେ ଲଗାଇଥାନ୍ତି । ବିଶ୍ୱାସ କରାଯାଏ ଯେ ଯେଉଁମାନେ ମା ସ୍କନ୍ଦମାତାଙ୍କଙ୍କୁ ଭକ୍ତି ସହିତ ପୂଜା କରନ୍ତି। ସେମାନଙ୍କ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଆଉ ଜୀବନରେ କୌଣସି ସମସ୍ୟା ରହି ନ ଥାଏ ।  

ଏହାବି ପଢନ୍ତୁ : Navratri 4th Day : ଘରେ କରିବାକୁ ଚାହୁଁଛନ୍ତି କି ମାଆ କୁଷ୍ମାଣ୍ଡାଙ୍କ ଆରାଧନା, ଜାଣି ରଖନ୍ତୁ ପୂଜାବିଧି

ମା ସ୍କନ୍ଦମାତାଙ୍କ ସାଧନା କେବଳ ସନ୍ତାନ ସୁଖ ପାଇଁ ନୁହେଁ ବରଂ ରୋଗରୁ ମୁକ୍ତି ହେବା ପାଇଁ ମଧ୍ୟ ପୂଜା କରାଯାଇଥାଏ। ଏହି କାରଣରୁ ଯେଉଁ ମହିଳାମାନେ ସନ୍ତାନ ସୁଖରୁ ବଞ୍ଚିତ ହୁଅନ୍ତି । ସେମାନେ ନବରାତ୍ରୀ ସମୟରେ ମା ସ୍କନ୍ଦମାତାଙ୍କ ପୂଜା କରିବା ସହ ମାଙ୍କୁ ନାଲି ରଙ୍ଗର ବସ୍ତ୍ର, ସିନ୍ଦୁର, ନାଲି ଚୁଡି, ନାଲି ବିନ୍ଦି, ନାଲି ଫୁଲ ଏବଂ ଚାଉଳ ବାନ୍ଧି ମାଙ୍କ କୋଳରେ ରଖନ୍ତୁ। ଏପରି କରିବା ଦ୍ୱାରା ନିଶ୍ଚୟ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ମତରେ ମା’ ସ୍କନ୍ଦମାତାଙ୍କ ସମ୍ବନ୍ଧ ବୃହସ୍ପତି ନାମକ ଗ୍ରହ ସହିତ ଜଡିତ। ବୃହସ୍ପତି ଗ୍ରହଙ୍କୁ ଶାନ୍ତ କରିବାକୁ ହେଲେ ମା’ ସ୍କନ୍ଦମାତାଙ୍କ ଶରଣାପନ୍ନ ହେବା ଉଚିତ। ପଞ୍ଚମ ଦିନରେ ଭଗବତୀ ସ୍କନ୍ଦମାତାଙ୍କ ଆରାଧନା ସାଧକକୁ ସର୍ଵ ସୌଭାଗ୍ୟ ପ୍ରଦାନ କରିଥାଏ।

ଦେବୀ ସ୍କନ୍ଦମାତା ବିଶୁଦ୍ଧ ଚକ୍ରର ଅଧିଷ୍ଠାତ୍ରି ଦେବୀ। ନବରାତ୍ର ବ୍ରତ ରଖିଥିବା ସାଧକଙ୍କ ମନ ଏହିଦିନ ବିଶୁଦ୍ଧ ଚକ୍ରରେ ସ୍ଥିର ରହିଥାଏ। ସ୍କନ୍ଦମାତାଙ୍କୁ ମଧ୍ୟ ବିଦ୍ୟବାସିନୀ ମଧ୍ୟ କୁହାଯାଇଥାଏ। ଶାସ୍ତ୍ରରେ ସ୍କନ୍ଦଙ୍କ ଅନ୍ୟନାମ ହେଉଛି କୁମାର କାର୍ତ୍ତିକେୟ । ଥରେ ଇନ୍ଦ୍ର କାର୍ତ୍ତିକେୟଙ୍କୁ ଉପହାସ କରି କହିଥିଲେ ଯେ ତୁମେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ସନ୍ତାନ ନୁହଁ । ଏହାଦ୍ୱାରା କୁମାର କାର୍ତ୍ତିକେୟ ବହୁତ ଦୁଃଖି ହୋଇଥିଲେ। ଏହାପରେ ମାତା କାର୍ତ୍ତେକେୟଙ୍କ ଦୁଃଖ ବୁଝିପାରିଥିଲେ ଏବଂ ସିଂହ ଉପରେ ବିରାଜମାନ କରି ପ୍ରକଟ ହୋଇ ନିଜ କୋଳରେ କାର୍ତ୍ତିକେୟଙ୍କୁ ଉଠାଇ ନେଇ ବସାଇଥିଲେ। ଏହାପରେ ଦେବରାଜ ଇନ୍ଦ୍ରଙ୍କ ଗର୍ବ ଚୂର୍ଣ୍ଣ ହେବା ସହିତ ଭଗବାନ କାର୍ତ୍ତିକେୟଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ।