Dussehra : ଆଜି ପବିତ୍ର ଦଶହରା, ବ୍ରତଧାରୀମାନେ ଉପବାସ ଭାଙ୍ଗିବା ପରେ ଖାଆନ୍ତୁ ଏସବୁ ଖାଦ୍ୟ ,ଚମକିବ ଆପଣଙ୍କ ଭାଗ୍ୟ
Advertisement

Dussehra : ଆଜି ପବିତ୍ର ଦଶହରା, ବ୍ରତଧାରୀମାନେ ଉପବାସ ଭାଙ୍ଗିବା ପରେ ଖାଆନ୍ତୁ ଏସବୁ ଖାଦ୍ୟ ,ଚମକିବ ଆପଣଙ୍କ ଭାଗ୍ୟ

Dussehra :  ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ପୂଜା ମଣ୍ଡପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା' ମହିଷାମର୍ଦ୍ଦିନୀଙ୍କ ପୂଜାର୍ଚ୍ଚନା ।  

ସୌଜନ୍ୟ : ସୋସିଆଲ ମିଡିଆ

Dussehra :  ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ପୂଜା ମଣ୍ଡପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା' ମହିଷାମର୍ଦ୍ଦିନୀଙ୍କ ପୂଜାର୍ଚ୍ଚନା ।  ତେବେ,ଏ ଦଶହରା ପର୍ବ ସାରାଦେଶରେ ଖୁବ ଉତ୍ସାହର ସହ ପାଳନ କରାଯାଇଛି । ଅଧିକାଂଶ ଲୋକେ ଏହିଦିନ ବ୍ରତରଖି ମାଆ ଦୁର୍ଗାଙ୍କ ପୂଜା କରିଥାନ୍ତି । ଯଦି ଆପଣ ବ୍ରତଧାରୀ ତେବେ,ଆଜିର ଦିନରେ ବ୍ରତ ଭାଙ୍ଗିବା ପରେ କଣ ଖାଇବେ ସେନେଇ ଜାଣି ରଖନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । 

ଗୁଜୁରାଟରେ ବିଶେଷ କରି ଏହି ଦିନ ବ୍ରତଧାରୀମାନେ ଫେପଡା (Fafda) ଓ ଜଲେବି(Jalebi) ଖାଇଥାନ୍ତି। ଜଲେବି ପ୍ରଭୁ ରାମଙ୍କର ଅତି ପ୍ରିୟ ଭୋଗ ବୋଲି କହିପାରିବା । ପୌରାଣିକ ମତ ଅନୁସାରେ , କୁହାଯାଏ ଯେ, ପ୍ରଭୁ ଶ୍ରୀରାମଚନ୍ଦ୍ର ଯେବେ, ରାବଣକୁ ବଧ କରିଥିଲେ ସେବେ ସେ ବିଜୟ ମନାଇବା ସହ ଜଲେବି ଖାଇଥିଲେ।  ହିନ୍ଦୁ ପରମ୍ପରା ଅନୁସାରେ, ଯଦି ଆପଣ ବ୍ରତ ଭାଙ୍ଗିବା ପରେ ବେସନରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଖାଇବା ଉଚିତ୍ । ଯାହା ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିଥାଏ ବୋଲି ବିଶ୍ବାସ କରାଯାଏ । 

ଦକ୍ଷିଣ ଭାରତୀୟ ଲୋକମାନେ ଏହିଦିନ ମିଠା ଦୋଷା ମା ସରସ୍ବତୀଙ୍କ ନିକଟରେ ଭୋଗ ଲଗାଇଥାନ୍ତି । ପରେ ଏହାକୁ ପ୍ରସାଦ ଆକାରରେ ଭୋଜନ କରିଥାନ୍ତି। ମିଠା ଦୋଷା ଗୁଡରେ ପ୍ରସ୍ତୁତ ହୋଇଥିବାରୁ ଏହାକୁ ବ୍ରତଧାରୀମାନେ ପ୍ରସାଦ ରୂପେ ଭକ୍ଷଣ କରିଥାନ୍ତି । ଏହାକୁ ପ୍ରସ୍ତୁକ କରିବା ପାଇଁ କଦଳୀ, ନଡ଼ିଆ, ଚାଉଳ ଗୁଣ୍ତ, ଏବଂ ଗହମ ଗୁଣ୍ତ ବ୍ୟବହାର କରାଯାଇଥାଏ । ଏହାକୁ ପ୍ରସ୍ତୁକ କରିବା ବହୁତ ସହଜ । ମଇଦା ଓ ଚିନିର ବ୍ୟବହାର ହୋଇ ନ ଥିବାରୁ ଏଥିରେ କ୍ୟୋଲୋରୀ କମ୍ ଥାଏ । ଏହି ପ୍ରସାଦକୁ ସମସ୍ତ ବର୍ଗର ଲୋକେ ଭକ୍ଷଣ କରିପାରିବେ। ସେହିପରି ପଶ୍ଚିମବଙ୍ଗ ଲୋକଙ୍କ ପ୍ରିୟ ଖାଦ୍ୟ ରସଗୁଲା । ଏହି ଦିନ ବ୍ରତଧାରୀମାନେ ଏହାକୁ ଭକ୍ଷଣ କଲେ ତାଙ୍କ ଭାଗ୍ୟ ଚମକେ ବୋଲି ବିଶ୍ବାସ କରାଯାଏ । କ୍ଷୀର, ଛେନା ଏବଂ ଚିନି ସହିତ ପ୍ରସ୍ତୁତ ରସଗୁଲା ଉଭୟ ନବରାତ୍ରୀ ଓ ଦଶହରାରେ ମାଆଙ୍କ ପାଖରେ ମଧ୍ୟ ଭୋଗ ଲାଗିଥାଏ । ଦଶହରା ଦିନ, ପାନ କିମ୍ବା ପାନପତ୍ରକୁ ମଧ୍ୟ ଖାଇବା ଖୁବ ଭଲ ବୋଲି କୁହାଯାଏ । ପାନ କେବଳେ ଖିଆ ଯାଏ ନାହିଁ, ବରଂ ପ୍ରଭୁ ହନୁମାନଙ୍କୁ ମଧ୍ୟ ଦିଆଯାଏ । ପାନ ପ୍ରେମର ପ୍ରତୀକ ବୋଲି କୁହାଯାଏ । ଯାହା “ଖରାପ ଉପରେ ଭଲକୁ ଜିତିବା”କୁ ସମ୍ମାନିତ କରେ । ବିଜୟାଦଶମୀ ଦିନ କୁମ୍ବକର୍ଣ୍ଣ ଓ ମେଘନାଥ ଖୁସି ବ୍ୟକ୍ତ କରିବା ପାଇଁ ପାନ ଖାଇଥିଲେ । ଏବଂ ପ୍ରଭୁ ରାମଙ୍କ ଜୟନ୍ତୀକୁ ସ୍ମରଣ କରିଥିଲେ। ବିହାର ଏବଂ ୟୁପିରେ ଏହି ଦିନ ପାନ ଖାଇବା ଏକ ସାଧାରଣ ପରମ୍ପରା ।

ଏହାବି ପଢନ୍ତୁ : Dussehra 2022 : ଆଜି ପବିତ୍ର ବିଜୟା ଦଶମୀ, ଜାଣନ୍ତୁ କେବେଠୁ ରହିଛି ଏ ପରମ୍ପରା ?

କିଛି ଶୁଭ କାମ ପୂର୍ବରୁ ସାଧାରଣତଃ ଆମେ ମାନେ ଦହି ଓ ଚିନି ଖାଇ ଥାଉ । ଏହା ଏକ ପୌରାଣିକ ପରମ୍ପରା, କାହିଁ କେଉଁ କାଳରୁ ଚାଲି ଆସୁଛି। ଦହି ହେଉଛି ଏକ ଖାଦ୍ୟ ପଦାର୍ଥ ଯାହା କେବଳ ଦଶହରା ଉତ୍ସବରେ ବିଭିନ୍ନ ଭୋଜନ ସହିତ ଖିଆ ଯାଏ ନାହିଁ। ବରଂ ଦେବୀ ଦୁର୍ଗାଙ୍କୁ ମଧ୍ୟ ଅର୍ପଣ କରାଯାଏ । ବିଶେଷକରି ଓଡିଶାର ମହିଳାମାନେ ଏହିଦିନ ରନ୍ଧା ଯାଇଥିବା ଦହି ପଖାଳ ମଧ୍ୟ ମାଆଙ୍କ ପାଖରେ ଲାଗି କରାଇ ଥାନ୍ତି । ପରେ ରାବଣ ଦହନ କରାଯାଇଥାଏ।