Dhanteras 2022: ଧନତେରାସରେ ଭୁଲରେ ବି ଘରକୁ ଆଣନ୍ତୁ ନାହିଁ ଏହି ୫ ସାମଗ୍ରୀ, ମାଡି ଆସିପାରେ ବଡ ବିପଦ
Advertisement

Dhanteras 2022: ଧନତେରାସରେ ଭୁଲରେ ବି ଘରକୁ ଆଣନ୍ତୁ ନାହିଁ ଏହି ୫ ସାମଗ୍ରୀ, ମାଡି ଆସିପାରେ ବଡ ବିପଦ

Dhanteras 2022: ଆଜି ଧନତେରାସ(Dhanteras) ।ଏହି ଦିନ ଅଧିକାଂଶ ଲୋକେ ଘରକୁ କିଛି ନୂଆ ଜିନିଷ କିଣି ଆଣିଥାନ୍ତି । ବିଶେଷ କରି ସୁନା, ରୂପା ଓ ବାସନ କିଣାଯାଏ । ଏହା ବ୍ୟତିତ ଆଉ କିଛି ଲୋକେ ଅନ୍ୟ କିଛି ଘର କରଣା ସାମଗ୍ରୀ ଓ ଗାଡି ମଧ୍ୟ କିଣି ଥାନ୍ତି ।

Dhanteras 2022: ଧନତେରାସରେ ଭୁଲରେ ବି ଘରକୁ ଆଣନ୍ତୁ ନାହିଁ ଏହି ୫ ସାମଗ୍ରୀ, ମାଡି ଆସିପାରେ ବଡ ବିପଦ

Dhanteras 2022: ଆଜି ଧନତେରାସ(Dhanteras) ।ଏହି ଦିନ ଅଧିକାଂଶ ଲୋକେ ଘରକୁ କିଛି ନୂଆ ଜିନିଷ କିଣି ଆଣିଥାନ୍ତି । ବିଶେଷ କରି ସୁନା, ରୂପା ଓ ବାସନ କିଣାଯାଏ । ଏହା ବ୍ୟତିତ ଆଉ କିଛି ଲୋକେ ଅନ୍ୟ କିଛି ଘର କରଣା ସାମଗ୍ରୀ ଓ ଗାଡି ମଧ୍ୟ କିଣି ଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଧନତେରାସରେ ଅନ୍ୟ କିଛି ସାମଗ୍ରୀ କିଣିବା ଉଚିତ୍ କି ନାହିଁ । ଏହି ଦିନ ସେସବୁ ସାମଗ୍ରୀକୁ ଘରକୁ ଆଣିବା ଦ୍ବାରା ଘରେ ସୁଖ ସମୃଦ୍ଧି ଆସି ନ ଥାଏ । ବଂର ବିପଦ ମାଡି ଆସିଥାଏ । ତେବେ, ଆସନ୍ତୁ ଜାଣିବା ଧନତେରେସ ଦିନ ଏହି ପାଞ୍ଚଟି ଜିନିଷ ଘରକୁ ଆଣିବା ଅଶୁଭ ବୋଲି ବିବେଚନା କରାଯାଏ ।

ଆଇରନ୍ : ଲୁହାରେ ତିଆରି ହୋଇଥିବା ସାମଗ୍ରୀ ହେଉଛି ଆଇରନ । ଅନ୍ଧବିଶ୍ୱାସ ବିସ୍ତାର କରିବା ପାଇଁ ନୁହେଁ, କିନ୍ତୁ ରୀତିନୀତି ଅନୁଯାୟୀ ଲୁହାରେ ନିର୍ମିତ ସାମଗ୍ରୀକୁ ଧନତେରାସରେ ଘରକୁ ଆଣିବା ଉଚିତ୍ ନୁହେଁ । ଏହା ପରିବର୍ତ୍ତେ, ତମ୍ବା, ପିତ୍ତଳ ଏବଂ ରୂପା ପ୍ରସ୍ତୁତ ବସ୍ତୁ ବା ସାମଗ୍ରୀ ଘରକୁ ଆପଣ ଆଣିପାରିବେ। 

କାର୍ : ଧନତେରାସ ସପିଂ ପାଇଁ ଗୋଟେ ଭଲ ଦିନ । ଏହି ଦିନ ଅନେକ ଲୋକ ନିଜ ପସନ୍ଦର ଗାଡି ଘରକୁ ଆଣିଥାନ୍ତି । ଯଦି ଆପଣ ଧନତେରାସରେ ଗାଡି କିଣୁଛନ୍ତି ,ତେବେ ଆପଣ ଘରେ ସକାରାତ୍ମକତା ବଜାୟ ରଖିବା ପାଇଁ ଗାଡିକୁ ଗୋଟିଏ ଦିନ ପୂର୍ବରୁ ଘରକୁ ଆଣନ୍ତୁ ।  

ତୀକ୍ଷ୍ଣ ବସ୍ତୁ : ଧନତେରାସରେ ବି ଭୁଲରେ ଘରକୁ କୌଣସି ତୀକ୍ଷ୍ଣ ବସ୍ତୁ ଆଣନ୍ତୁ ନାହିଁ ।  ଏହି ଦିନ କୌଣସି ତୀକ୍ଷ୍ଣ ବସ୍ତୁ କ୍ରୟ କରିବା ଅଶୁଭ ବୋଲି ବିବେଚନା କରାଯାଏ । 
ଯଦି ଏହି ଦିନ ଆପଣଙ୍କ ସପିଂ କରୁଛନ୍ତି ତେବେ, ଛୁରୀ, କଇଁଚି ଏବଂ ଅନ୍ୟାନ୍ୟ ତୀକ୍ଷ୍ଣ ଜିନିଷକୁ କିଣନ୍ତୁ ନାହଁ । 

କଳା ସାମଗ୍ରୀ : ଅଧିକାଂଶ ଲୋକଙ୍କ କଳା ରଙ୍ଗର ପୋଷାକ ପିନ୍ଧିବାକୁ ଭଲ ଲାଗେ । କିନ୍ତୁ ଏ ରଙ୍ଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ହେଲେ ଧନତେରାସ ଦିନ ଆପଣ ଘରକୁ କୌଣସି କଳା ରଙ୍ଗର ବସ୍ତୁ କି ସାମଗ୍ରୀ ଭୁଲରେ ବି ଆଣନ୍ତୁ ନାହିଁ । ଯେତେ ସମ୍ଭବ କଳା ରଙ୍ଗର ସାମଗ୍ରୀ କ୍ରୟ କରିବା ଠାରୁ ଦୂରରେ ରୁହନ୍ତୁ । 

ଯଦିଓ ଦୀପାବଳୀରେ ଆପଣ ଅଧିକାଂଶ ଲୋକେ ପରପ୍ପରକୁ ଦୀପାବଳି ଉପହାର ଦେଇଥାନ୍ତି । ଏହା ଉତ୍ସବର ଖୁସିକୁ ଦ୍ବିଗୁଣିତ କରେ , କିନ୍ତୁ ମନେରଖିବା ଉଚିତ ଯେ,ଏହି ଦିନ ଆପଣ କୌଣସି ଉପହାର ଅନ୍ୟକୁ ଦେବା ଉଚିତ୍ ନୁହେଁ । ଏପରିକି ଏହି ଦିନ ଅନ୍ୟ କାହା ପାଇଁ ମଧ୍ୟ କୌଣସି ଉପହାର କ୍ରୟ କରିବା ଉଚିତ୍ ନୁହେଁ । ଏହି ଦିନ ଘରୁ ସୁନା ପରି ଟଙ୍କା କିମ୍ବା ମୂଲ୍ୟବାନ ଧାତୁ ପଠାଇବା ଅଶୁଭ ବୋଲି ବିବେଚନା କରାଯାଏ।