Baikuntha Chaturdashi 2022: ବୈକୁଣ୍ଠ ଚତୁର୍ଦ୍ଦଶୀରେ କରନ୍ତୁ ବିଷ୍ଣୁଙ୍କ ଆରଧାନା, ଜୀବନରୁ ଦୂର ହେବ ଏହି ସବୁ ସମସ୍ୟା
Advertisement
Article Detail0/zeeodisha/odisha1428497

Baikuntha Chaturdashi 2022: ବୈକୁଣ୍ଠ ଚତୁର୍ଦ୍ଦଶୀରେ କରନ୍ତୁ ବିଷ୍ଣୁଙ୍କ ଆରଧାନା, ଜୀବନରୁ ଦୂର ହେବ ଏହି ସବୁ ସମସ୍ୟା

Baikuntha Chaturdashi 2022: ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ବୈକୁଣ୍ଠ ଚତୁର୍ଦ୍ଦଶୀ ପାଳନ କରାଯାଇ ଥାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କୁ ପୂଜା କଲେ କୋଟିପୂଣ୍ୟ ମିଳିଥାଏ ।

Baikuntha Chaturdashi 2022: ବୈକୁଣ୍ଠ ଚତୁର୍ଦ୍ଦଶୀରେ କରନ୍ତୁ ବିଷ୍ଣୁଙ୍କ ଆରଧାନା, ଜୀବନରୁ ଦୂର ହେବ ଏହି ସବୁ ସମସ୍ୟା

Baikuntha Chaturdashi 2022: ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ବୈକୁଣ୍ଠ ଚତୁର୍ଦ୍ଦଶୀ ପାଳନ କରାଯାଇ ଥାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କୁ ପୂଜା କଲେ କୋଟିପୂଣ୍ୟ ମିଳିଥାଏ । ଅନ୍ୟ ଏକ ବିଶ୍ୱାସ ରହିଛି ଯେ, ଭଗବାନ ବିଷ୍ଣୁ ଭଗବାନ ଶିବଙ୍କୁ ସୃଷ୍ଟିର ସମସ୍ତ କାର୍ଯ୍ୟ ଭାର ଦେଇ ଚାତୁରମାସ (ଆଶାଢ ଶୁକ୍ଲ ପକ୍ଷ ଏକାଦାଶି ଠାରୁ ଆରମ୍ଭ କରି କାର୍ତ୍ତିକ ଶୁକ୍ଲପକ୍ଷ ଏକାଦାଶି ପର୍ଯ୍ୟନ୍ତ) ପର୍ଯ୍ୟନ୍ତ ବିଶ୍ରାମ କରନ୍ତି।

ବୈକୁଣ୍ଠରେ ଲୋକଙ୍କ ପାଇଁ ଏହି ଦିନ ଦ୍ବାର ଖୋଲା ରହିଥାଏ : 
ଯେତେବେଳେ ଦେବ ବିଷ୍ଣୁ ଦେବଉଥାନୀ ଏକାଦଶୀ ଦିନ ଜାଗ୍ରତ ହୁଅନ୍ତି, ସେତେବେଳେ ସମସ୍ତ ଦେବତା ଏବଂ ଦେବୀମାନେ ଆନନ୍ଦରେ ଦେବ ଦୀପାବଳି ପାଳନ କରନ୍ତି । ଭଗବାନ ଶିବ ସୃଷ୍ଟିର ସମସ୍ତ କାର୍ଯ୍ୟକୁ ଭଗବାନ ବିଷ୍ଣୁଙ୍କୁ ଦାୟିତ୍ବ ଦେଇଥାନ୍ତି। ଏହି ଦିନ ବୈକୁଣ୍ଠ ଲୋକର ଫାଟକ ଖୋଲା ରହିଥାଏ ବୋଲି ବିଶ୍ୱାସ କରାଯାଏ। ଯିଏ ରିତିନୀତି ଅନୁଯାୟୀ ଏହି ଦିନ ଉପବାସ କରେ ଏବଂ ପୂଜା କରେ, ସେ ଭଗବାନ ବିଷ୍ଣୁଙ୍କ ସହ ବୌକୁଣ୍ଠ ଲୋକରେ ସ୍ଥାନପାଏ । ଏହିଦିନ ଯେଉଁ ଭକ୍ତମାନେ ଭଗବାନ ବିଷ୍ଣୁଙ୍କ ପାଇଁ ବ୍ରତ କରିଥାନ୍ତି । ସେହି ମାନେ ବହୁ ପୁଣ୍ୟ ଅର୍ଜନ ମଧ୍ୟ କରିଥାନ୍ତି ବୋଲି ବିଶ୍ବାସ ରହିଛି ।  

ଏକ ଗୁପ୍ତ ଇଚ୍ଛା ପୂରଣ କରିବରେ ସହାୟକ ହୋଇଥାନ୍ତି ଭଗବାନ ବିଷ୍ଣୁ :
 
ଏକ ମାଟି ପାତ୍ରକୁ ନଦୀ କିମ୍ବା ହ୍ରଦରୁ ପାଣି ଭର୍ତ୍ତି କର ଏବଂ ସେଥିରେ ବିଭିନ୍ନ ପ୍ରକାରର ସତେଜ ଫୁଲ ରଖ। ପରେ ଏହାକୁ ଏକ ଲାଲ୍ କପଡ଼ାରେ ଘୋଡ଼ାଇ ଘରର ଉତ୍ତର କୋଣରେ ରଖ । ସନ୍ଧ୍ୟା ପୂର୍ବରୁ, ଫଳ ଫୁଲ ଭରା ହାଣ୍ଡି ସହିତ ଭଗବାନ ବିଷ୍ଣୁଙ୍କ ପାଦରେ ଅର୍ପଣ କରି ମନଇଚ୍ଛା ପୁର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । କାର୍ତ୍ତିକ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀରେ ଭଗବାନ ଶିବ ଏବଂ ଶ୍ରୀହରିଙ୍କ ମିଳନ ହୋଇଥାଏ । ଏହିଦିନ ଭଗବାନ ଶିବ ଭଗବାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ ।ଏହି ଚତୁର୍ଦ୍ଦଶୀରେ ପରମବ୍ରହ୍ମ ଶିବ ଏବଂ ବିଷ୍ଣୁ ଏକ ରୂପରେ ରହିଥାନ୍ତି । ମହାଭାରତ ଯୁଦ୍ଧ ପରେ ଭଗବାନ ଶ୍ରୀକୃଷ୍ଣ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ମୃତ ବ୍ୟକ୍ତିଙ୍କ ଆତ୍ମା ଶାନ୍ତିଲାଗି ଶ୍ରାଦ୍ଧ ତର୍ପଣ ବ୍ୟବସ୍ଥା କରିଥିଲେ । ଏଥିପାଇଁ ଏହିଦିନରେ ତର୍ପଣ କରିବା ମଧ୍ୟ ବଡ଼ ମହତ୍ତ୍ୱ ରହିଛି ।

ଏହିଦିନରେ ଭଗବାନ ଶିବ ଓ ଭଗବାନ ବିଷ୍ଣୁଙ୍କ ମିଳନ ଉଜ୍ଜୟିନୀରେ ହୋଇଥାଏ । ବିଭିନ୍ନ ସ୍ଥାନରେ ହରିହରଙ୍କ ମହାଶୋଭାଯାତ୍ରା ବାହାରି ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଏକତ୍ର ହୋଇଥାନ୍ତି । ଦେବଶୟନୀ ଏକାଦଶୀରୁ ଦେବଉଠନୀ ଏକାଦଶୀ ପର୍ଯ୍ୟନ୍ତ ବିଷ୍ଣୁ ରାଜା ବଳୀଙ୍କଠାରେ ବିଶ୍ରାମ କରିବାକୁ ଯାଇଥାନ୍ତି । ଏହି ଚାରିମାସ ଭଗବାନ ଶିବ ସମସ୍ତ ସତ୍ତାକୁ ସମ୍ଭାଳିଥାନ୍ତି । ଏହି ଚାରିମାସରେ କୌଣସି ଶୁଭକାର୍ଯ୍ୟ ହୋଇନଥାଏ । ଚାରିମାସ ପରେ ଅର୍ଥାତ ବୈକୁଣ୍ଠ ଚତୁର୍ଦ୍ଦଶୀ ଦିନ ଭଗବାନ ଶିବ ତାଙ୍କର ସମସ୍ତ ସତ୍ତା ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରି ତପସ୍ୟା କରିବା ପାଇଁ କୈଳାସ ପର୍ବତକୁ ଚାଲିଯାଇଥିଲେ । ସେବେଠାରୁ ଏହି କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀକୁ ବୈକୁଣ୍ଠ ଚତୁର୍ଦ୍ଦଶୀ ତଥା ହରିହର ମିଳନ ବୋଲି କୁହାଯାଏ ।