Rajinikanth birthday: କେବେ ଦିନକୁ ପାଉଥିଲେ ୨ ଟଙ୍କା,ଏବେ ୪ ଶହ କୋଟିର ମାଲିକ ଏହି ଅଭିନେତା
Advertisement
Article Detail0/zeeodisha/odisha2007690

Rajinikanth birthday: କେବେ ଦିନକୁ ପାଉଥିଲେ ୨ ଟଙ୍କା,ଏବେ ୪ ଶହ କୋଟିର ମାଲିକ ଏହି ଅଭିନେତା

  ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମ ଦିନ । ୧୨ ଡ଼ିସେମ୍ବରକୁ ନିଜର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି । ଥଲାଇବା ନାଁରେ ପରିଚୟ ସୃଷ୍ଟି କରିଥିବା ରଜନୀକାନ୍ତଙ୍କ ଜନ୍ମ ୧୨ଡ଼ିସେମ୍ବର ୧୯୫୦ରେ ବ୍ୟାଙ୍ଗଲୋର ସ୍ଥିତ ଏକ ମରାଠି ପରିବାରରେ ହୋଇଥିଲା । ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତାଙ୍କ ସଂଘର୍ଷ କାହାଣୀ ଯୁବପ

SOCIAL MEDIA

Rajinikanth birthday: 

ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମ ଦିନ । ୧୨ ଡ଼ିସେମ୍ବରକୁ ନିଜର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି । ଥଲାଇବା ନାଁରେ ପରିଚୟ ସୃଷ୍ଟି କରିଥିବା ରଜନୀକାନ୍ତଙ୍କ ଜନ୍ମ ୧୨ଡ଼ିସେମ୍ବର ୧୯୫୦ରେ ବ୍ୟାଙ୍ଗଲୋର ସ୍ଥିତ ଏକ ମରାଠି ପରିବାରରେ ହୋଇଥିଲା । ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତାଙ୍କ ସଂଘର୍ଷ କାହାଣୀ ଯୁବପିଙୀଙ୍କୁ ପ୍ରେରଣା ଦିଏ । ସେହିଭଳି ରଜନୀକାନ୍ତଙ୍କ ସଂଘର୍ଷମୟ କାହାଣୀ ମଧ୍ୟ ପ୍ରେରଣାଦାୟୀ । ଯିଏ ଦିନେ ବସ କଣ୍ଡକ୍ଟର ଥିଲେ । କିନ୍ତୁ ଆଜି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ଆଜି ତାଙ୍କ ଜନ୍ମ ଦିନ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ।

ଜାଣିଛନ୍ତି କି ରଜନୀ କାନ୍ତଙ୍କ ଜନ୍ମ ନାଁ ଶିବାଜୀ ରାଓ । ସିନେମାରେ ଆସିବା ପୂର୍ବରୁ ସେ ବସ କଣ୍ଡକ୍ଟର ଥିଲେ । ଏକଥା ସମସ୍ତେ ଜାଣନ୍ତି ହେଲେ ତା ପୁର୍ବରୁ ସେ କଣ କରୁଥିଲେ ସେକଥା ଜାଣନ୍ତି କି ? ରଜନୀକାନ୍ତ ବସ କଣ୍ଡକ୍ଟର ଭାବେ କାମ କରିବା ପୂର୍ବରୁ ଗୋଟିଏ ମାଗାଜିନରେ କାମ କରୁଥିଲେ । ସେତେବେଳେ ସେ ପ୍ରତ୍ୟେକ ଦିନ ୨ ଟଙ୍କା ରୋଜଗାର କରୁଥିଲେ । ଏମିତିରେ ପ୍ରତି ମାସରେ ତାଙ୍କୁ ୬୦ ଟଙ୍କା ଦରମା ମିଳୁଥିଲା । ଆଉ ସେଇଟା ତାଙ୍କ ପ୍ରଥମ ରୋଜଗାର ଥିଲା ।

ନାନ ମହାନ ଅଲ୍ଲା ରଜନୀକାନ୍ତଙ୍କ ଅଭିନୀତ ଏକ ହିଟ୍ ଫିଲ୍ମ । ଯାହା ୧୯୮୪ରେ ରିଲିଜ ହୋଇଥିଲା । ଏହି ଫିଲ୍ମର ମୂଳ ନାଁ ନାନ ଗାନ୍ଧୀ ଅଲ୍ଲା ଥିଲା । କିନ୍ତୁ ସେନ୍ସର ବୋର୍ଡ଼ ଏହାକୁ ବିରୋଧ କରିଥିଲା । ତାପରେ ଫିଲ୍ମର ନା ବଦଳି ନାନ ମହାନ ଅଲ୍ଲା ରହିଲା । ରଜନୀକାନ୍ତଙ୍କୁ ଯୁବାବସ୍ଥାରେ ଗୋଟିଏ ଯୁବତୀଙ୍କ ସହ ପ୍ରେମ ହୋଇଥିଲା । ଯେତେବେଳେ ରଜନୀକାନ୍ତ ତାଙ୍କୁ ପ୍ରେମ ବିଷୟରେ କହିଲେ ସେତେବେଳେ ଯୁବତୀ ତାଙ୍କୁ କଳା ବୋଳି କହି ତାଙ୍କ ପ୍ରେମକୁ ଅସ୍ବିକାର କରିଥିଲେ । କିନ୍ତୁ ଏଥିପାଇଁ ରଜନୀକାନ୍ତ ବ୍ୟସ୍ତ ହୋଇନଥିଲେ ।

ଯେତେବେଳେ ରଜନୀକାନ୍ତ କଣ୍ଡକ୍ଟର ଥିଲେ ସେତେବେଳେ ସେ ୧୦A ନାମକ ବସରେ କାମ କରୁଥିଲେ । ରୋଚକ କଥା ହେଉଛି ଯେ ରଜନୀକାନ୍ତଙ୍କୁ ତାଙ୍କ ସ୍ତ୍ରୀ ଲତାଙ୍କ ସହ ପ୍ରେମ ହୋଇଥିଲା । ଲତା ଏକ କଲେଜ ପତ୍ରିକା ପାଇଁ ରଜନୀକାନ୍ତଙ୍କ ନିକଟକୁ ସାକ୍ଷାତକାର ପାଇଁ ଆସିଥିଲେ । ସେତେବେଳେ ରଜନୀ କାନ୍ତ ତାଙ୍କୁ ସିଧା ସିଧା ବିବାହ ପ୍ରସ୍ତାବ ଦେଇଥିଲେ । ପରେ ପ୍ରେମ ବିବାହର ରୂପ ନେଇଥିଲା ।

ରାଜା ଚିନ୍ନା ରୋଜାଙ୍କ ସହ ତାମିଲ ଆନିମେଶନ ଆରିବାର ଶ୍ରେୟ ମଧ୍ୟ ରଜନୀକାନ୍ତଙ୍କୁ ଯାଏ । ସେହିଭଳି ୩ନି ମୋସନ କ୍ୟାପଚର ନାମକ ନୂଆ ଜ୍ଞାନକୌଶଳରେ ଅଭିନୟ କରିଥିବା ପ୍ରଥମ ଅଭିନେତା ମଧ୍ୟ ରଜନୀକାନ୍ତ । ସେ ତାମିଲ, ହିନ୍ଦୀ, ମରାଠି, ତେଲୁଗୁ, କନ୍ନଡ଼ ଏବଂ ବଙ୍ଗାଳୀ ଭାଷାରେ ପିଲ୍ମ କରିଛନ୍ତି । କିନ୍ତୁ ନିଜ ମାତୃଭାଷାରେ କେବହେଲେ ଫିଲ୍ମ କରି ନାହାଁନ୍ତି ।

ରଜନରକାନ୍ତ ହଲିଉଡ଼ରେ ମଧ୍ୟ କାମ କରିଛନ୍ତି । ୧୯୮୮ରେ ହଲିଉଡ଼ ଫିଲ୍ମ ବ୍ଲଡ଼ ଷ୍ଟୋନରେ ଅଭିନୟ କରିଥିଲେ । ତେବେ ରଜନୀକାନ୍ତଙ୍କ ଜନ୍ମ ଦିନରେ ଜି ଓଡ଼ିଶା ନ୍ୟୁଜ ତରଫରୁ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଆଉ ଶୁଭ କାମନା ।