Punishment to mp collector:ଡ୍ରାଇଭରଙ୍କୁ ଔକାତ କଥା ପଚାରିଥିବା ଜିଲ୍ଲାପାଳଙ୍କୁ ତାଙ୍କ ଔକାତ ଦେଖାଇଲେ ରାଜ୍ୟ ସରକାର
Advertisement
Article Detail0/zeeodisha/odisha2042415

Punishment to mp collector:ଡ୍ରାଇଭରଙ୍କୁ ଔକାତ କଥା ପଚାରିଥିବା ଜିଲ୍ଲାପାଳଙ୍କୁ ତାଙ୍କ ଔକାତ ଦେଖାଇଲେ ରାଜ୍ୟ ସରକାର

ଡ୍ରାଇଭରଙ୍କୁ ତାଙ୍କ ଔକାତ କଥା  ପଚାରି ଶେଷରେ ପଦ ହରାଇଛନ୍ତି ମଧ୍ୟପ୍ରଦେଶର ଗୋଟିଏ ଜିଲ୍ଲାର ଜିଲ୍ଲାପାଳ। ଏହି ଜିଲ୍ଲାପାଳଙ୍କ ନାମ ହେଉଛି  କିଶୋର କନିଆଲ। ନିଜେ ମୁଖ୍ୟମନ୍ତ୍ରୀ ଡାକ୍ତର ମୋହନ ଯାଦବ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତାଙ୍କୁ  ପଦରୁ ହଟାଇ ଦେଇଛନ୍ତି। ପଦରୁ ହଟାଇବା ପରେ ମୁଖ୍ୟମନ୍ତ୍ରୀ କହିଛ

SOCIAL MEDIA

Punishment to mp collector:

ଡ୍ରାଇଭରଙ୍କୁ ତାଙ୍କ ଔକାତ କଥା  ପଚାରି ଶେଷରେ ପଦ ହରାଇଛନ୍ତି ମଧ୍ୟପ୍ରଦେଶର ଗୋଟିଏ ଜିଲ୍ଲାର ଜିଲ୍ଲାପାଳ। ଏହି ଜିଲ୍ଲାପାଳଙ୍କ ନାମ ହେଉଛି  କିଶୋର କନିଆଲ। ନିଜେ ମୁଖ୍ୟମନ୍ତ୍ରୀ ଡାକ୍ତର ମୋହନ ଯାଦବ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତାଙ୍କୁ  ପଦରୁ ହଟାଇ ଦେଇଛନ୍ତି। ପଦରୁ ହଟାଇବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ନିଜେ ଗରିବ ପରିବାରରୁ ଆସିଛନ୍ତି ଏବଂ ଏହି ସରକାର ଗରିବଙ୍କ ସରକାର। ଏହି ସରକାରରେ ସମସ୍ତଙ୍କୁ ସମ୍ମାନ ମିଳିବା ଦରକାର। ଏଥିସହିତ ରାଜ୍ୟର ବାକି ଅଧିକାରୀଙ୍କୁ ସେମାନଙ୍କ ଭାଷା ଉପରେ ସଂଜମତା ଅବଲମ୍ବନ କରିବାକୁ  ସେ ନିର୍ଦ୍ଦେଶ ଦେଇଛନ୍ତି।

ଶାଜାପୁର ଜିଲ୍ଲାପାଳ କିଶୋର କାନିଆଲଙ୍କୁ ପଦରୁ ହଟାଇବା ପରେ ମଧ୍ୟପ୍ରଦେଶ ସରକାର ରିଜୁ ବାଫନାଙ୍କୁ ଜିଲ୍ଲାପାଳ କରିଛନ୍ତି। ଶାଜାପୁରରେ ଟ୍ରକ୍ ଚାଳକଙ୍କ ଦୁଇ ଦିନିଆ ଧର୍ମଘଟ ସମୟରେ ଜିଲ୍ଲାପାଳ କିଶୋର କନିଆଲ ଜଣେ ଟ୍ରକ୍ ଡ୍ରାଇଭରଙ୍କ ପ୍ରତି ଅଶୋଭନୀୟ ବାକ୍ୟ ପ୍ରୟୋଗ କରିଥିଲେ।  ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜିଲ୍ଲାପାଳ କିଶୋର କନିଆଲ ଡ୍ରାଇଭରଙ୍କ ସହ ଅସଦାଚରଣ କରୁଥିବା ଦେଖିବାକୁ ମିଳିଛି। ସେ ସିଧାସଳଖ ଡ୍ରାଇଭରଙ୍କୁ ତାଙ୍କ ଔକାତ କ'ଣ ବୋଲି ପଚାରୁଛନ୍ତି। ଟ୍ରକ୍ ଚାଳକମାନେ ସେମାନଙ୍କ ଦାବିକୁନେଇ ରି ଧର୍ମଘଟ ଓ ବିକ୍ଷୋଭ କରିବାକୁ ଜିଦ ଧରିଥିଲେ।

ଧର୍ମଘଟ ଶେଷ ହେବା ପରେ କାର୍ଯ୍ୟାନୁଷ୍ଠାନ

କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ପରେ ଟ୍ରକ ଅପରେଟର ମାନେ  ଧର୍ମଘଟ  ଶେଷ କରିଛନ୍ତି।  ସାରା ଦେଶରେ ପୁଣି ଥରେ ରାସ୍ତାରେ ଟ୍ରକ୍ ଚଳାଚଳ ପୁଣି ଆରମ୍ଭ କରିଛି, କିନ୍ତୁ ଜିଲ୍ଲାପାଳଙ୍କ ଏଭଳି ଦୁର୍ବ୍ୟବହାର ମାମଲା  ଥମିବାର ନାଁ ନେଉନଥିଲା। ଏହି ଘଟଣା ଅଧିକ ଜୋର ଧରିବାରୁ  ନିଜେ ମୁଖ୍ୟମନ୍ତ୍ରୀ ଡାକ୍ତର ମୋହନ ଯାଦବଙ୍କୁ ଆଗକୁ ଆସିଥିଲେ।  ଜିଲ୍ଲାପାଳଙ୍କୁ ପଦରୁ ହଟାଇବା ବେଳେ ସେ କହିଛନ୍ତି ଯେ ଏହି ସରକାର ଗରିବଙ୍କ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଦ୍ୱାରା ପରିଚାଳିତ ହେଉଛି । ଏଥିରେ ସମସ୍ତଙ୍କ ପ୍ରୟାସ ଏବଂ ସମସ୍ତଙ୍କ ବିକାଶ ଅନ୍ତର୍ଭୁକ୍ତ ।

କ୍ଷମା ମାଗି ସାରଛନ୍ତି  ଜିଲ୍ଲାପାଳ

ତେବେ ଏହି ଭିଡିଓ ଭାଇରାଲ ହେବା ପରେ  ଜିଲ୍ଲାପାଳ କିଶୋର କନିଆଲ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି। ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିଥିଲେ। ସେ ତାଙ୍କ ସ୍ପଷ୍ଟୀକରଣରେ କହିଥିଲେ  ଯେ ଟ୍ରକ୍ ଅପରେଟରଙ୍କ ସହ ବୈଠକ ଚାଲୁଥିବା ସମୟରେ  ଏହି ବ୍ୟକ୍ତି ଜଣକ ବାରମ୍ବାର ଉଠିବା ସହିତ  ଯେକୌଣସି ସୀମାକୁ ଯିବା କଥା କହୁଥିଲେ। ତେଣୁ ତାଙ୍କୁ ଶାନ୍ତ କରିବା ପାଇଁ ସେ ସାମାନ୍ୟ ରୁକ୍ଷ ଢଙ୍ଗରେ କଥା ହୋଇଥିଲେ। କାହାର ଭାବନାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି।