Sambalpur News: ଖରିଫ ଧାନ ସଂଗ୍ରହ ପୂର୍ବରୁ ପଦାରେ ପଡିଲା ଦଲାଲ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା, ଧାନ ଗାଡିକୁ ଅଟକାଇ ପ୍ରତିବାଦ କଲେ ଚାଷୀ
Advertisement

Sambalpur News: ଖରିଫ ଧାନ ସଂଗ୍ରହ ପୂର୍ବରୁ ପଦାରେ ପଡିଲା ଦଲାଲ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା, ଧାନ ଗାଡିକୁ ଅଟକାଇ ପ୍ରତିବାଦ କଲେ ଚାଷୀ

Sambalpur News: ସମ୍ବଲପୁର ଜିଲ୍ଲାରେ ଆସନ୍ତା ୨୫ ତାରିଖରୁ ଖରିଫ ଧାନ ସଂଗ୍ରହ କରାଯିବ । ଧାନସଂଗ୍ରହକୁ ଆଉ ଅଳ୍ପ ଦିନ ବାକି ରହି ଥିବା ବେଳେ ମୁନାଫାଖୋର ଧାନ ଦଲାଲ ଓ ଅସାଧୁ ମିଲ ମାଲିକଙ୍କ ମଧୁଚନ୍ଦ୍ରିକା ଏବେ ପଦାରେ ପଡିଛି । କିପରି ବେନିୟମ ଭାବରେ ଧାନ ମିଲରେ ଗଚ୍ଛିତ କରାଯାଏ ତାହାର ଚିତ୍ର ଏବେ ସାମନାକୁ ଆସିଛି ।

Sambalpur News: ଖରିଫ ଧାନ ସଂଗ୍ରହ ପୂର୍ବରୁ ପଦାରେ ପଡିଲା ଦଲାଲ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା, ଧାନ ଗାଡିକୁ ଅଟକାଇ ପ୍ରତିବାଦ କଲେ ଚାଷୀ

Sambalpur News: ସମ୍ବଲପୁର ଜିଲ୍ଲାରେ ଆସନ୍ତା ୨୫ ତାରିଖରୁ ଖରିଫ ଧାନ ସଂଗ୍ରହ କରାଯିବ । ଧାନସଂଗ୍ରହକୁ ଆଉ ଅଳ୍ପ ଦିନ ବାକି ରହି ଥିବା ବେଳେ ମୁନାଫାଖୋର ଧାନ ଦଲାଲ  ଓ ଅସାଧୁ ମିଲ ମାଲିକଙ୍କ ମଧୁଚନ୍ଦ୍ରିକା ଏବେ ପଦାରେ ପଡିଛି । କିପରି ବେନିୟମ ଭାବରେ ଧାନ ମିଲରେ ଗଚ୍ଛିତ କରାଯାଏ ତାହାର ଚିତ୍ର ଏବେ ସାମନାକୁ ଆସିଛି ।  ସମ୍ବଲପୁର ସହର ନିକଟ ଚାଉଁରପୁର ନିକଟରେ ଥିବା ୩ ଗୋଟି ମିଲକୁ ବେନିୟମ ଭାବରେ ଧାନ ନେଇ ଯାଉଥିବା ଓ ମିଲ ଭିତରେ ଧାନ ଲୋଡ କରି ରଖା ହୋଇଥିବା ୯ଟି ଗାଡିକୁ ସ୍ଥାନୀୟ ଚାଷୀ ମାନେ ଅଟକ ରଖିଥିଲେ ।

 

ଚାଷୀଙ୍କ ଅଭିଯୋଗ ହେଲା, ଯେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ମୁତାବକ ୨୫ ତାରିଖରୁ ଧାନମଣ୍ଡି ଖୋଲିବ । ତେବେ ଜିଲ୍ଲାର ଚାଷୀଙ୍କ ଶୀଘ୍ର ଧାନମଣ୍ଡି ଖୋଲିବା ଦାବିକୁ ପ୍ରଶାସନ ଅଣଦେଖା କରି ନିଜ ଇଚ୍ଛା ମୁତାବକ ମିଲରଙ୍କୁ ସୁହାଇବା ଭଲି ତାରିଖ ଧାଯ୍ୟ କରିଛି। ଅନ୍ୟପଟେ ଧାନ ଅମଳ କରି ସାରିଥିବା ଚାଷୀ ୨୫ ତାରିଖ ଯାଏ ଧାନ ରଖିବ କେଉଁଠି ? ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି  । ଅନ୍ୟପଟେ ଅମଳ ହୋଇଥିବା ଧାନ ନଷ୍ଟ ହେବା ଆଶଙ୍କା ଥିବାରୁ କିଛି ଚାଷୀ କମ୍ ଦରରେ ମିଲରଙ୍କୁ ଧାନ ଦେଇଛନ୍ତି । ଆଉ ଏହାର ସିଧାସଳଖ ଫାଇଦା ନେଉଛନ୍ତି ମିଲର ।

ଏହାବି ପଢନ୍ତୁ : Baliyatra 2022: କଟକ ବାଲିଯାତ୍ରାରେ ଉଡିବନି ଧୂଳି, Cmc ନେଇଛି ଏମିତି ବଡ ପଦକ୍ଷେପ

ଏହାବି ପଢନ୍ତୁ : Padmapur Farmers Problem: ପଦ୍ମପୁରର ଚାଷୀଙ୍କ ଚିନ୍ତାରେ ଘାଇଲା ରାଜ୍ୟ ଓ କେନ୍ଦ୍ର ସରକାର

ଏହାବି ପଢନ୍ତୁ : Prathamastami: ଆଜି ପ୍ରଥମାଷ୍ଟମୀ, ପୋଢ଼ୁଆଁ ହେଉଛନ୍ତି ଘରର ଜ୍ୟେଷ୍ଠ ସନ୍ତାନ, ଏଣ୍ଡୁରୀ ପିଠା ବାସ୍ନାରେ ଫାଟୁଛି ପୁରପଲ୍ଲୀ

ଏହାବି ପଢନ୍ତୁ : Rajarani Music Festival 2022: ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା,ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନାରେ ମୁଖରିତ ହେଲା ମନ୍ଦିର ପ୍ରାଙ୍ଗଣ

ଅନ୍ୟପକ୍ଷରେ ଏହି ୯ ଗୋଟି ଧାନ ଗାଡିକୁ ଚାଷୀ ଅଟକାଇ ଦୃଢ ପ୍ରତିବାଦ କରିଛନ୍ତି । ଏଥିସହ ସମ୍ପୃକ୍ତ ମିଲ ବାହାରେ ଏକତ୍ରିତ ହୋଇ ବେନିୟମ ଭାବରେ ଧାନ ସଂଗ୍ରହ କରୁଥିବା ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଏନେଇ କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ତେଵେ ଏନେଇ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ କହିଛନ୍ତି ଯେ,  ଚାଷୀଙ୍କ ଅଭିଯୋଗ ଉପରେ ତଦନ୍ତ କରାଯିବ । ଆଉ ତଦନ୍ତ ପରେ ଦୃଢ ପଦକ୍ଷେପ ନିଆଯିବ ।  ମିଲକୁ ବେନିୟମ ଧାନସଂଗ୍ରହ ଘଟଣା ପରେ ଜିଲ୍ଲାରେ ଧାନସଂଗ୍ରହ ସୁରୁଖୁରୁରେ କରିବା ପାଇଁ ଜିଲ୍ଲା ପ୍ରଶାସନ ର ପ୍ରତିଶ୍ରୁତି କୁ ନେଇ ଉଠିଛି ପ୍ରଶ୍ନ ।