Relationship Tips:କେମିତି ଜାଣିବେ ସାମ୍ନା ବାଲା ଆପଣଙ୍କୁ ଭଲ ପାଉଛି ?
Advertisement
Article Detail0/zeeodisha/odisha2175315

Relationship Tips:କେମିତି ଜାଣିବେ ସାମ୍ନା ବାଲା ଆପଣଙ୍କୁ ଭଲ ପାଉଛି ?

ଦୁନିଆରେ ସବୁ ପ୍ରକାରର ଲୋକ ଅଛନ୍ତି । କିଛି ଅଧିକ କଥାବାର୍ତ୍ତା କରୁଥିବାବେଳେ ଆଉ କିଛି କମ କଥାହୁଅନ୍ତି,ଯେଉଁମାନଙ୍କୁ ଆମେ ସାଧାରଣତଃ ଇଣ୍ଟ୍ରୋଭର୍ଟ ବୋଲି କହିଥାଉ । କାହା ପ୍ରତି ନିଜର ଭାବନା ପ୍ରକାଶ କରିବା, ଏହା ସମସ୍ତଙ୍କ ପାଇଁ ସହଜ ହୋଇନଥାଏ । 

SOCIAL MEDIA

Relationship Tips: ଦୁନିଆରେ ସବୁ ପ୍ରକାରର ଲୋକ ଅଛନ୍ତି । କିଛି ଅଧିକ କଥାବାର୍ତ୍ତା କରୁଥିବାବେଳେ ଆଉ କିଛି କମ କଥାହୁଅନ୍ତି,ଯେଉଁମାନଙ୍କୁ ଆମେ ସାଧାରଣତଃ ଇଣ୍ଟ୍ରୋଭର୍ଟ ବୋଲି କହିଥାଉ । କାହା ପ୍ରତି ନିଜର ଭାବନା ପ୍ରକାଶ କରିବା, ଏହା ସମସ୍ତଙ୍କ ପାଇଁ ସହଜ ହୋଇନଥାଏ ।  କିଛି ଲୋକ ନିଜ ମନକଥାକୁ କାହାରି ଆଗରେ ସହଜରେ ପ୍ରକାଶ କରିପାରନ୍ତି କିନ୍ତୁ କିଛି ମନକଥାକୁ ମନରେ ଚାପି ରଖନ୍ତି । ମନକଥାକୁ ସେମାନେ ସହଜରେ କାହା ଆଗରେ ପ୍ରକାଶ କରିପାରନ୍ତି ନାହିଁ । କିଛି ନିଜ ହାବଭାବ ଦ୍ୱାରା ନିଜ ମନକଥା କହିବାକୁ ଚାହାନ୍ତି କିନ୍ତୁ ସଠିକ ଭାବେ ପ୍ରପୋଜ୍ କରିପାରନ୍ତି ନାହିଁ ।

ଯଦି ଆପଣ ଜଣେ କଲେଜରେ ପଢୁଛନ୍ତି କିମ୍ବା ପ୍ରଫେସନାଲ  ଏବଂ ଆପଣଙ୍କୁ ଲାଗୁଛି ଯେ, କେହି ଆପଣଙ୍କ ପ୍ରତି ଆକୃଷ୍ଟ ତେବେ ତାଙ୍କ ସ୍ୱୀକାରୋକ୍ତିକୁ ଅପେକ୍ଷା କରନ୍ତୁ ନାହିଁ । ଯଦି ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଲାଜୁଆ ପ୍ରକୃତିର ଏବଂ ଆପଣଙ୍କ ସହ ଖୋଲାଖୋଲି ଭାବରେ କଥାବାର୍ତ୍ତା କରିବାକୁ ସକ୍ଷମ ନୁହଁନ୍ତି, ତେବେ ଆପଣ ତାଙ୍କ ଆଚରଣରୁ ମଧ୍ୟ ଏହା ଅନୁମାନ କରିପାରିବେ ଯେ,ସେ ଆପଣଙ୍କୁ ଭଲ ପାଆନ୍ତି କି ନାହିଁ । ଏହା ବୁଝିବା  ବହୁତ ସହଜ । ଆଜି ଆଣେ ଆପଣଙ୍କୁ ଏପରି କିଛି ଉପାୟ ଜଣାଇବୁ ଯେଉଁଥିରୁ ଆପଣ ସାମ୍ନାବାଲାର ହାବଭାବରୁ ଜାଣିପାରିବେ ସେହି ବ୍ୟକ୍ତି ଆପଣଙ୍କୁ କେଉଁ ନଜରରେ ଦେଖନ୍ତି ଓ ସେ ଆପଣଙ୍କୁ ନେଇ ସିରିୟସ କି ନୁହେଁ ।

ସେ ଆପଣଙ୍କୁ ପସନ୍ଦ କରନ୍ତି କି?

ଯଦି କେହି ଆପଣଙ୍କୁ ଭଲ ପାଉଛନ୍ତି କିନ୍ତୁ ସେହି ଭାବନାକୁ ସେ ଶବ୍ଦରେ ପ୍ରକାଶ କରିବାରେ ସକ୍ଷମ ନୁହଁନ୍ତି, ତା’ହେଲେ ତାଙ୍କ ଆଚରଣ ପ୍ରତି ଧ୍ୟାନ ଦେବା ଆରମ୍ଭ କରନ୍ତୁ । ଆପଣଙ୍କ ଜାଣିବା ପାଇଁ କହୁଛୁ ଯେ,  ଯେତେବେଳେ କେହି କାହାକୁ ପସନ୍ଦ କରିବା ଆରମ୍ଭ କରନ୍ତି, ଯଦିଓ ସେ ନିଜେ ଏହା ନ କହି ପାରନ୍ତି ତେବେ ସାମ୍ନାବାଲା ଏବାବଦରେ ଜାଣିପାରେ । ଆସନ୍ତୁ ଜାଣିବା କେମିତି ।

୧- ଆପଣଙ୍କ ପାଇଁ ଚିନ୍ତା କରନ୍ତି- ଆପଣ ପ୍ରତିଦିନ ଅନେକ ଲୋକଙ୍କୁ ଭେଟି ପାରନ୍ତି କିନ୍ତୁ ସମସ୍ତେ ହୃଦୟରୁ ଆପଣଙ୍କ ଚିନ୍ତା କରନ୍ତି ନାହିଁ ।  କିନ୍ତୁ ଯଦି କେହି ତୁମର ଅତିରିକ୍ତ ଯତ୍ନ ନେଉଛନ୍ତି, ଆପଣଙ୍କ ଖାଇଲେ କି ନାହିଁ  ତାହା ବୁଝୁଛନ୍ତି,ଆପଣଙ୍କର ସମସ୍ୟାରେ ସେ ବିଚଳିତ ହେଉଛନ୍ତି,ଆପଣଙ୍କୁ ଛୋଟ ପିଲା ଭଳି ଟ୍ରିଟ୍ କରୁଛନ୍ତି ଓ ସବୁବେଳେ ଆପଣଙ୍କୁ ସେଫ୍ ସାଇଡରେ ରଖୁଛନ୍ତି ତେବେ ପ୍ରେମ ପରିପ୍ରକାଶ କରିବା ପାଇଁ ଏତିକି ସଂକେତ ଯଥେଷ୍ଟ ।

୨- ଆପଣଙ୍କ ପାଇଁ ବିଶେଷ ଦିନ,ତାଙ୍କ ପାଇଁ ସ୍ପେଶାଲ - ଯଦି କେହି ଆପଣଙ୍କ ଜନ୍ମଦିନ, ଆପଣଙ୍କ ପରିବାର ସଦସ୍ୟଙ୍କ ଜନ୍ମଦିନ, ବାର୍ଷିକୀ କିମ୍ବା ଅନ୍ୟାନ୍ୟ ବିଶେଷ ଦିନର ରେକର୍ଡ ରଖୁଛନ୍ତି, ତେବେ ଏଥିରେ ବିଶେଷ କିଛି ଭାବିବାର ନାହିଁ । ଜାଣିନିଅନ୍ତୁ ଯେ,ସେହି ବ୍ୟକ୍ତିଙ୍କ ପାଇଁ ଆପଣ ସ୍ପେଶାଲ । ତାଙ୍କ ଜୀବନରେ ଆପଣ ବିଶେଷ ସ୍ଥାନ ରଖନ୍ତି । ସେଥିପାଇଁ ସେ ଆପଣଙ୍କ ବାବଦରେ ଟିକିନିଖି ତଥ୍ୟ ରଖନ୍ତି । ଏହାପଛରେ କାରଣ ହେଉଛି,ଆପଣ ଜାଣନ୍ତୁ ଯେ, ଆପଣ ତାଙ୍କ ପାଇଁ କେତେ ସ୍ପେଶାଲ । ଯାହାର ଅର୍ଥ ହେଲା ସେହି ବ୍ୟକ୍ତି ଆପଣଙ୍କୁ ହୃଦୟର ସହ ଚାହାନ୍ତି । ନହେଲେ ଆଜିର ବ୍ୟସ୍ତବହୁଳ ଜୀବନରେ କେହି କାହାର ଜନ୍ମଦିନର ତାରିଖ ମନେ ରଖେ ନାହିଁ । ।

୩- ଆପଣଙ୍କ ସହିତ ଦେଖା ହେବା ଲାଗି ବାହନା - ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣଙ୍କର ସହକର୍ମୀ, ସହପାଠୀ, ପଡ଼ୋଶୀ କିମ୍ବା କୌଣସି ବନ୍ଧୁ ଆପଣଙ୍କୁ ପସନ୍ଦ କରିବା ଆରମ୍ଭ କରିଛନ୍ତି, ତେବେ ଧ୍ୟାନ ଦିଅନ୍ତୁ, ସେ ଆପଣଙ୍କୁ ଭେଟିବା ପାଇଁ ସବୁବେଳେ କୌଣସି ନା କୌଣସି ବାହାନା ଖୋଜୁଥିବେ । ଆପଣଙ୍କ ସହ ସମୟ ବିତାଇବା ପାଇଁ ବାହନା ଖୋଜୁଥିବା ବ୍ୟକ୍ତିର ମନରେ ଆପଣ ଘର କରିସାରିଲେଣି ।

୪- ଆପଣଙ୍କ ସୁଖ-ଦୁଃଖର ସାଥୀ- ଏଥିରେ କୌଣସି ସନ୍ଦେହ ନାହିଁ ଯେ ସମସ୍ତେ ଆପଣଙ୍କୁ ସୁଖ-ଦୁଃଖରେ ଆପଣଙ୍କ ସହିତ ରହିବେ ନାହିଁ । କିଛି ଅଭିବ୍ୟକ୍ତି ବାସ୍ତବରେ ବହୁତ ବ୍ୟକ୍ତିଗତ ହୋଇଥାଏ । କିନ୍ତୁ ଯଦି ଆପଣ କ୍ରମାଗତ ଭାବରେ ଏହ ଅନୁଭବ କରୁଛନ୍ତି ଯେ କେହି ଜଣେ ଅଛନ୍ତି, ଯିଏ ତୁମର ଖୁସିରେ ଖୁସି ହୁଅନ୍ତି, ଯିଏ ତୁମ ଦୁଃଖରେ ଦୁଃଖି ହୁଅନ୍ତି, ଯାହା ପାଇଁ ତୁମ ହସ ତାଙ୍କ ହସ ହୋଇଥାଏ କିମ୍ବା ତୁମ ଲୁହ ତାଙ୍କର ଦୁଃଖ ହୋଇଥାଏ, ତେବେ ଜାଣିନିଅନ୍ତୁ ଏହି ସବୁ ସଂକେତ ଗୁଡି଼କ ପ୍ରେମ ପାଇଁ ଯଥେଷ୍ଟ ।

୫- ତୁମ ବିଷୟରେ ଜାଣିବାକୁ ଆଗ୍ରହୀ- ସେ ତୁମର ସୋସିଆଲ ମିଡିଆ ବନ୍ଧୁ କିମ୍ବା ବାସ୍ତବ ଜୀବନର ବନ୍ଧୁ ହୋଇପାରନ୍ତି ।  ଯଦି କେହି ଆପଣଙ୍କର ବନ୍ଧୁ, ଅଫିସ୍ ସର୍କଲ୍ କିମ୍ବା ପରିବାର, ପଡ଼ୋଶୀମାନଙ୍କୁ ଆପଣଙ୍କର ପସନ୍ଦ ଏବଂ ନାପସନ୍ଦ ବିଷୟରେ ପଚାରୁଛନ୍ତି, ତେବେ ଏହା ସ୍ୱାଭାବିକ ନୁହେଁ । ଆଜିର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ, ଅନ୍ୟମାନଙ୍କ ପାଇଁ ସେତେ ସମୟ କେହି ବାହାର କରନ୍ତି ନାହିଁ ।କିନ୍ତୁ ଯଦି କେହି ଉଦ୍ୟମ କରୁଛନ୍ତି ତେବେ ଏହାର ଅର୍ଥ ହେଉଛି ମନରେ ପ୍ରେମର ଫୁଲ ଫୁଟିବା ଆରମ୍ଭ କରିଛି ।

ଯଦି ଆପଣ ବୁଝି ସାରିଲେଣି  ଯେ ,କେହି ଆପଣଙ୍କ ବିଷୟରେ ଚିନ୍ତା କରୁଛନ୍ତି,ଆପଣଙ୍କୁ ପସନ୍ଦ କରନ୍ତି କିନ୍ତୁ ଏହା କହିବାକୁ ସକ୍ଷମ ନୁହଁନ୍ତି, ତେବେ ଆପଣ ନିଜେ ଆଗକୁ ଯାଇ ଏବେ ତାଙ୍କ ହାତ ଧରନ୍ତୁ ।