ପହଣ୍ଡି ବେଳେ ବଡ଼ଠାକୁର ପଡ଼ିଯିବା ନେଇ ଗଜପତି ମହାରାଜଙ୍କ ଚିନ୍ତା ପ୍ରକଟ
Advertisement
Article Detail0/zeeodisha/odisha2330205

ପହଣ୍ଡି ବେଳେ ବଡ଼ଠାକୁର ପଡ଼ିଯିବା ନେଇ ଗଜପତି ମହାରାଜଙ୍କ ଚିନ୍ତା ପ୍ରକଟ

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଶ୍ରୀଜିଉମାନଙ୍କର ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଏହା ପରେ ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା। 

ପହଣ୍ଡି ବେଳେ ବଡ଼ଠାକୁର ପଡ଼ିଯିବା ନେଇ ଗଜପତି ମହାରାଜଙ୍କ ଚିନ୍ତା ପ୍ରକଟ

ଭୁବନେଶ୍ଵର: ଆଡ଼ପ ବିଜେ ମଣ୍ଡପ ବେଳେ ମହାପ୍ରଭୁ ଶ୍ରୀ ବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ପ୍ରତିକ୍ରିୟାରେ କହିଛନ୍ତି ଯେ, ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି। କାଲିର ଘଟଣାରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି। ଆଗାମୀ ଦିନରେ ଏହାର ପୁନରାବୃତ୍ତି ନହେବାକୁ ସେବାୟତ ଯତ୍ନ ନେବେ। 

ଅନ୍ୟପତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି ଯେ, ଅତ୍ୟଧିକ ସେବକଙ୍କ ଉପସ୍ଥିତ ଯୋଗୁଁ ପହଣ୍ଡିରେ ସମସ୍ୟା ହେଉଛି। ଏହାକୁ ନେଇ ଯାଞ୍ଚ କରାହେବ। ୩ ଜଣିଆ କମିଟି ଗଠନ ହେବ। ଏହି କମିଟି ଡ୍ରୋନ୍ ଓ ଅନ୍ୟ ଭିଡିଓ ଫୁଟେଜକୁ ଯାଞ୍ଚ କରାଯିବ। କମିଟିରେ ଉନ୍ନୟନ ପ୍ରଶାସକ, ଏଡିଏମ ଓ ଡେପୁଟି ସୂପରିଟେଣ୍ଡଣ୍ଟ ରହିବେ। ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବେ। 

ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଶ୍ରୀଜିଉମାନଙ୍କର ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଏହା ପରେ ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା। ମହାପ୍ରଭୁଙ୍କୁ ଚାଳମାଳର ଅଧବାଟରେ ଥିବା ବେଳେ କୌଣସି ତ୍ରୁଟି କାରଣରୁ ଝୁଙ୍କି ପଡ଼ିଥିଲେ। ‌କିନ୍ତୁ ସେବାୟତମାନେ ସତର୍କତାର ସହିତ ଠାକୁରଙ୍କୁ ଧରିଥିଲେ। ତେବେ ଏହି ଅପ୍ରୀତିକର ଘଟଣାରେ ୧୦ରୁ ଊର୍ଦ୍ଧ୍ବ ସେବାୟତ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।