Indonesia and India Ramayan story:ବାଲ୍ମିକୀ ରାମାୟଣ ଓ ଇଣ୍ଡୋନେସିଆ ରାମାୟଣ ମଧ୍ୟରେ ପାର୍ଥକ୍ୟ କ'ଣ? ରାମଙ୍କ ତୁଳନାରେ ହନୁମାନ କାହିଁକି ଅଧିକ ଲୋକପ୍ରିୟ?
Advertisement
Article Detail0/zeeodisha/odisha2063196

Indonesia and India Ramayan story:ବାଲ୍ମିକୀ ରାମାୟଣ ଓ ଇଣ୍ଡୋନେସିଆ ରାମାୟଣ ମଧ୍ୟରେ ପାର୍ଥକ୍ୟ କ'ଣ? ରାମଙ୍କ ତୁଳନାରେ ହନୁମାନ କାହିଁକି ଅଧିକ ଲୋକପ୍ରିୟ?

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ କେବଳ ଭାରତ ନୁହେଁ ଭାରତ ବାହାରେ ବି ଚର୍ଚ୍ଚା ଜୋର ଧରିଛି । ଭାରତ ବାହାରେ ଏହାକୁ ହିନ୍ଦୁତ୍ୱର ପ୍ରତ୍ୟାବର୍ତ୍ତନ ଭାବେ ଦେଖା ଯାଉଛି । ଭାରତରେ ରାମ ମନ୍ଦିର ନାମରେ ନୂଆ ସାଂସ୍କୃତିକ ଜାତିୟତାବାଦର ଉଦୟ ହେଉଛି ବୋଲି ଆଲୋଚନା ହେଉଛି । ଏମିତିରେ ରାମ କେବଳ ଭାରତ ନୁହେଁ ଭାର

SOCIAL MEDIA

Indonesia and India Ramayan story:

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ କେବଳ ଭାରତ ନୁହେଁ ଭାରତ ବାହାରେ ବି ଚର୍ଚ୍ଚା ଜୋର ଧରିଛି । ଭାରତ ବାହାରେ ଏହାକୁ ହିନ୍ଦୁତ୍ୱର ପ୍ରତ୍ୟାବର୍ତ୍ତନ ଭାବେ ଦେଖା ଯାଉଛି । ଭାରତରେ ରାମ ମନ୍ଦିର ନାମରେ ନୂଆ ସାଂସ୍କୃତିକ ଜାତିୟତାବାଦର ଉଦୟ ହେଉଛି ବୋଲି ଆଲୋଚନା ହେଉଛି । ଏମିତିରେ ରାମ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ଯ ପରିଚିତ । ରାମ ଓ ରାମାୟଣ ଏସୀୟାରେ ବିଭିନ୍ନ ନାମରେ ପରିଚିତ । ରାମାୟଣର ଅନେକ ସଂସ୍କରଣ ପୂର୍ବ ଓ ଦକ୍ଷୀଣ ଏସିଆରେ ଉପଲବ୍ଧ ଅଛି । ତେବେ ଭାରତ ପରେ ଯେଉଁ ଦେଶରେ ରାମଙ୍କୁ ନେଇ ଅଧିକ ଆଲୋଚନା ହୁଏ ସେହି ଦେଶ ହେଉଛି ଇଣ୍ଡୋନେସିଆ । ଇଣ୍ଡୋନେସିଆର ନିଜସ୍ୱ ରାମାୟଣ ରହିଛି । ସେହି ଦେଶର ଜାତୀୟ ଏୟାର ଲାଇନ୍ସର ନାମ ଗରୁଡ଼ ଏୟାରଲାଇନ୍ସ । ସେହି ଦେଶରେ ମଧ୍ଯ ରାମଲୀଳା ଅନୁଷ୍ଠିତ ହୁଏ । ତେବେ ଦୁଇ ଦେଶର ରାମାୟଣ ମଧ୍ଯରେ କିଛି ଫରକ ରହିଛି । ଦେଶରେ ପ୍ରଭୁ ଶ୍ରୀରାମ ଓ ରାମାୟଣକୁ ନେଇ ଯେତେବେଳେ ଏତେ ଆଲୋଚନା ଚାଲିଛି ଆସନ୍ତୁ ଜାଣିବା ଇଣ୍ଡୋନେସିଆର ରାମାୟଣ ଭାରତର ରାମାୟଣଠାରୁ କେମିତି ଅଲଗା ।

ଇଣ୍ଡୋନେସିଆ ଭୁଲିନି ତା’ର ହିନ୍ଦୁ ଅତୀତ

ବାସ୍ତବରେ ଇଣ୍ଡୋନେସିଆର ରାମାୟଣର ଗୁରୁତ୍ୱ ରହିଛି ।  ଏହା ଏକ ମୁସଲମାନ ଦେଶ ହୋଇଥିଲେ ମଧ୍ୟ ସେଠାରେ ରାମାୟଣକୁ ନିଜ ସଂସ୍କୃତିର ଅଙ୍ଗ ବୋଲି ଭାବନ୍ତି ଏହାର ସଂଖ୍ୟାଧିକ ନାଗରିକ ।  ଇଣ୍ଡୋନେସିଆରେ ହିନ୍ଦୁ ସଂସ୍କୃତିର ପ୍ରଭାବ ଏବେ ମଧ୍ଯ ସ୍ପଷ୍ଟ ଭାବେ ଦେଖାଯାଏ । ପଂଚଦଶ ଶତାବ୍ଦୀ  ପର୍ଯ୍ୟନ୍ତ ଇଣ୍ଡୋନେସିଆ ଏକ ବୌଦ୍ଧ ଏବଂ ହିନ୍ଦୁ ରାଷ୍ଟ୍ର ଥିଲା। ପରେ ସେଠାରେ ଥିବା ଲୋକମାନେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ। ତଥାପି, ତାଙ୍କ ବିଶ୍ୱାସରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ । ଆଜି ବି ସେଠାକାର ଲୋକମାନେ ହିନ୍ଦୁ ସଂସ୍କୃତିରେ ବିଶ୍ୱାସ କରନ୍ତି ଏବଂ ଏହାକୁ ଅନୁସରଣ କରୁଥିବା ଦେଖାଯାଏ ।

ଦକ୍ଷିଣ ପୂର୍ବ ଏସିଆରେ ଅବସ୍ଥିତ ଏହି ମୁସଲମାନ ଦେଶର ଜନସଂଖ୍ୟା 23 କୋଟିରୁ ଅଧିକ, ଯାହାକି ବିଶ୍ୱର ସବୁଠାରୁ ବଡ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦେଶ । ତଥାପି 1973 ମସିହାରେ ସେଠାରେ ସରକାର ଏକ ଆନ୍ତର୍ଜାତୀୟ ରାମାୟଣ ସମ୍ମିଳନୀ ଆୟୋଜନ କରିଥିଲେ। ପ୍ରଥମ ଥର ପାଇଁ ଏକ ମୁସଲମାନ ଦେଶ ଅନ୍ୟ କୌଣସି ଧର୍ମର ପବିତ୍ର ପୁସ୍ତକ ଉପରେ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।ଇଣ୍ଡୋନେସିଆ ସମାଜରେ ରାମ ଓ ରାମାୟଣର ଚରିତ୍ରଙ୍କର ଅଲଗା ସ୍ଥାନ ରହିଛି ।

ବାଲ୍ମିକି ରାମାୟଣ ଓ ଇଣ୍ଡୋନେସିଆ ରାମାୟଣରେ ପାର୍ଥକ୍ୟ

ଭାରତ ଏବଂ ଇଣ୍ଡୋନେସିଆର ରାମାୟଣ ବିଷୟବସ୍ତୁ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ଯଦିଓ ଭାରତରେ ବିଭିନ୍ନ ଭାଷାରେ ରାମାୟଣ ରହିଛି ତେବେ  ସଂସ୍କୃତରେ ଲିଖିତ ମହର୍ଷୀ ବାଲ୍ମିକିଙ୍କ ମହାକାବ୍ୟ ରାମାୟଣକୁ ମୂଳ ରାମାୟଣ ଭାବେ ଗ୍ରହଣ କରାଯାଏ କାରଣ  ଏହା ରାମଙ୍କ କାଳରେ ରଚନା କରାଯାଇଥିଲା। ଏହି ରାମାୟଣରେ ରାମଙ୍କୁ ଜଣେ ଆଦର୍ଶ ପୁଅ, ଆଦର୍ଶ ସ୍ୱାମୀ, ବନ୍ଧୁ, ଭାଇ, ସେବକ, ଆଦର୍ଶ ପିତା ଏବଂ ଆଦର୍ଶ ରାଜା ଭାବରେ ବର୍ଣ୍ଣନା କରାଯାଇଛି। ଏଥିରେ ରାମ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଇଛି । ସାତୋଟି ଅଧ୍ୟାୟରେ ବିଭକ୍ତ 24,000 ପଦ ମାଧ୍ୟମରେ ରାମଙ୍କ କାହାଣୀ ଏଥିରେ ବର୍ଣ୍ଣନା କରାଯାଇଛି ।

ଇଣ୍ଡୋନେସିଆରେ ଅଯୋଧ୍ଯାର ନାମ କ’ଣ?

ବାଲ୍ମିକୀ ରାମାୟଣରେ ପ୍ରଭୁ ରାମଙ୍କ ନଗରୀ ଭାବେ ଅଯୋଧ୍ୟାର ଉଲ୍ଲେଖ କରାଯାଇଛି । ଅନ୍ୟପକ୍ଷରେ ଇଣ୍ଡୋନେସିଆର ରାମକଥାରେ ଏହା ଯୋଗ୍ୟା ବୋଲି କୁହାଯାଇଛି । ଇଣ୍ଡୋନେସିଆରେ ରାମ କଥା କାକାନିନ୍ କିମ୍ବା କାକୱିନ୍ ରାମାୟଣ ନାମରେ ଜଣାଶୁଣା । ଇଣ୍ଡୋନେସିଆର ଏହି ରାମାୟଣର ରଚୟତା ହେଉଛନ୍ତି ଯୋଗେଶ୍ୱର ।ମୁଳ ରାମାୟଣରେ ୭ କାଣ୍ଡ ଥିବାବେଲେ ଇଣ୍ଡୋନେସିଆ ରାମାୟଣରେ ଅଧ୍ଯାୟ ସଂଖ୍ୟା ହେଉଛି  26 । ଏହି ରାମାୟଣରେ ରାଜା ଦଶରଥଙ୍କୁ ବିଶ୍ୱରଂଜନ ବୋଲି ଉଲ୍ଲେଖ କରାଯାଇଛି । ଏଥିରେ ଦଶରଥ(ବିଶ୍ୱରଂଜନ)  ଶିବଙ୍କର ଉପାସକ ବୋଲି ଯୋଗେଶ୍ୱର ଲେଖିଛନ୍ତି ।

ସୀତାଙ୍କ ନାମ ସିଣ୍ଟା

ଇଣ୍ଡୋନେସିଆର ରାମାୟଣ ରାମଙ୍କ ଜନ୍ମରୁ ଆରମ୍ଭ ହୁଏ । ଦାଶରଥଙ୍କ ଘରେ ଏକ ପୁତ୍ର ଜନ୍ମ ହେବା ସହିତ ଗାମଲାନ୍ ନାମକ ଏକ ବାଦ୍ୟଯନ୍ତ୍ର ବାଜିବା ଆରମ୍ଭ କରିଥିଲା ବୋଲି ଏଥିରେ ବର୍ଣ୍ଣନା୍ ଅଛି । କୁହାଯାଏ ଯେ ଯେତେବେଳେ ରାମ ଏବଂ ଲକ୍ଷ୍ମଣ ମହର୍ଷୀ  ବିଶ୍ୱାମିତ୍ରଙ୍କ ସହିତ ଯାଆନ୍ତି, ସେତେବେଳେ ସମସ୍ତ ଋଷିମୁନି ମଙ୍ଗଳଚାରଣ ଗାନ କରନ୍ତି ।  ଇଣ୍ଡୋନେସିଆର ରାମାୟଣରେ ଲକ୍ଷ୍ମଣଙ୍କୁ ନୌସେନାର ମୁଖ୍ୟ ଏବଂ ସୀତାଙ୍କୁ ସିଣ୍ଟା ବୋଲି ବର୍ଣ୍ଣନା କରାଯାଇଛି।

ହନୁମାନ ରାମଙ୍କଠାରୁ ବି ପ୍ରସିଦ୍ଧ!

ଇଣ୍ଡୋନେସିଆର ରାମାୟଣରେ ହନୁମାନ ସବୁଠାରୁ ପ୍ରସିଦ୍ଧ ଏବଂ ସେଠାରେ ହନୁମାନଙ୍କ ନାମ ହେଉଛି ଅନୋମାନ । ହନୁମାନ କେତେ ପ୍ରସିଦ୍ଧ ତାହା ଏଥିରୁ ଜଣା ପଡିପାରେ ଯେ ଆଜି ମଧ୍ୟ ଯେତେବେଳେ ଇଣ୍ଡୋନେସିଆ ପରି ଏକ ମୁସଲମାନ ଦେଶର ସ୍ୱାଧୀନତା ଦୀବସ ପାଳନ କରାଯାଏ,ସେତେବେଳେ ଏହାର ରାଜଧାନୀ ଜାକର୍ତ୍ତାରେ ବହୁ ସଂଖ୍ୟକ ଯୁବକ ଅନୋମାନ ଅର୍ଥାତ୍ ହନୁମାନ ବେଶ ପରିଧାନ କରି  ସରକାରୀ ପରେଡରେ ଅଂଶଗ୍ରହଣ କରନ୍ତି। ପ୍ରତିବର୍ଷ 27 ଡିସେମ୍ବରରେ  ଏପରି ହୋଇଥାଏ ।

ଇଣ୍ଡୋନେସିଆର କଳାକାରମାନେ ଅଯୋଧ୍ୟାରେ ରାମଲୀଳାଙ୍କ ଚରିତ୍ର ପରିବେଷଣ କରିବେ

ଏପରିକି ଇଣ୍ଡୋନେସିଆରେ ବର୍ତ୍ତମାନ ମଧ୍ଯ ରାମାୟଣ ଉପରେ ଆଧାରିତ ରାମଲିଲା  ମଞ୍ଚସ୍ଥ ହୋଇଥାଏ । ଇଣ୍ଡୋନେସିଆ ସରକାର ଭାରତରେ ତାଙ୍କ ଦେଶର ରାମଲୀଳା  ମଞ୍ଚସ୍ଥ କରିବାକୁ  ଭାରତ ସରକାରଙ୍କ ନିକଟରେ ଦାବି କରିଥିଲେ। ଇଣ୍ଡୋନେସିଆ ସରକାର ଚାହୁଁଥିଲେ ଯେ ବର୍ଷକୁ ଅତି କମରେ ଦୁଇଥର ଭାରତର ଅନେକ ସହରରେ ଇଣ୍ଡୋନେସିଆ ରାମଲୀଳା ମଞ୍ଚସ୍ଥ ହେଉ । ଏପରିକି ଇଣ୍ଡୋନେସିଆ ସରକାର ଏଥିପାଇଁ ସବୁ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲେ । ଅଯୋଧ୍ଯାରେ ରାମ ମନ୍ଦିର ପ୍ରତିଷ୍ଠା କାଳରେ ଇଣ୍ଡୋନେସିଆ ରାମଲୀଳା ଅନୁଷ୍ଠିତ ହେବାକୁ ଯାଉଛି ।