Railway Waiting Ticket: କେତେ ପ୍ରକାରର ୱେଟିଂ ଟିକେଟ୍ ଜାରି କରିଥାଏ ରେଳବାଇ? ପ୍ରଥମେ କେଉଁ ଟିକେଟ ହୋଇଥାଏ ନିଶ୍ଚିତ?
Advertisement
Article Detail0/zeeodisha/odisha1673653

Railway Waiting Ticket: କେତେ ପ୍ରକାରର ୱେଟିଂ ଟିକେଟ୍ ଜାରି କରିଥାଏ ରେଳବାଇ? ପ୍ରଥମେ କେଉଁ ଟିକେଟ ହୋଇଥାଏ ନିଶ୍ଚିତ?

Indian Railway: ଗୋଟିଏ କିମ୍ବା ଦୁଇଟି ନୁହେଁ ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ୪ ପ୍ରକାରର ୱେଟିଂ ଟିକେଟ୍ ପ୍ରଦାନ କରାଯାଇଥାଏ। ସେହି ୪ ପ୍ରକାରର ୱେଟିଂ ଟିକେଟ୍ କ'ଣ ସେ ସମ୍ପର୍କରେ ଜାଣନ୍ତୁ।  

Railway Waiting Ticket: କେତେ ପ୍ରକାରର ୱେଟିଂ ଟିକେଟ୍ ଜାରି କରିଥାଏ ରେଳବାଇ? ପ୍ରଥମେ କେଉଁ ଟିକେଟ ହୋଇଥାଏ ନିଶ୍ଚିତ?

Types of Waiting Ticket: ରେଳ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତି ୱେଟିଂ ଟିକେଟ୍ ସହିତ ପରିଚିତ ହୋଇଥାନ୍ତି। ସମସ୍ତ ଟ୍ରେନ ସିଟ୍ ସଂରକ୍ଷିତ  ହୋଇସାରିବା ପରେ ୨୦୦-୩୦୦ ୱେଟିଂ ଟିକେଟ୍ ଜାରି ହୋଇଥାଏ। ହେଲେ କ'ଣ ଆପଣ ଜାଣିଛନ୍ତି ଭାରତୀୟ ରେଳବାଇ ପକ୍ଷରୁ ୬ ପ୍ରକାରର ୱେଟିଂ ଲିଷ୍ଟ ଜାରି କରାଯାଇଥାଏ। କ'ଣ  ଆପଣ ଜେନେରାଲ୍ ୱେଟିଂ ଟିକେଟ୍ ଏବଂ ତତ୍କାଳ ୱେଟିଂ ଟିକେଟ୍ ମଧ୍ୟରେ ରହିଥିବା ପାର୍ଥକ୍ୟ ଜାଣିଛନ୍ତି। ଆମେ ସେହି ଟିକେଟ୍ ବିଷୟରେ ଆପଣଙ୍କୁ ବିସ୍ତୃତ ଭାବରେ ଜଣାଇଦେଉଛୁ।

ଯଦି ଆପଣ ରେଳଯାତ୍ରାର (Rail Journey) କିଛି ଦିନ ପୂର୍ବରୁ ଟ୍ରେନ ଟିକେଟ୍ ବୁକିଂ (Train Ticket Booking) କରାଇଥାନ୍ତି ଏବଂ ଆପଣଙ୍କ ଟିକେଟ ୱେଟିଂ ଲିଷ୍ଟ (Waiting List) ବର୍ଗରେ ଆସିଥାଏ, ତାହେଲେ ଆପଣଙ୍କ ଟିକେଟ ଉପରେ GNWL (General Waiting List) ଲେଖା ଯାଇଥାଏ। ମନେ କରାଯାଉ ଯଦି ଆପଣଙ୍କ ଟିକେଟ୍ ଉପରେ GNWL15 ଲେଖାଯାଇଛି, ତାହେଲେ ଏହାର ଅର୍ଥ ହେଉଛି ଯେ ଆପଣଙ୍କ ପୂର୍ବରୁ ଆହୁରି ୧୪ ଜଣ ୱେଟିଂ ଲିଷ୍ଟ ବର୍ଗରେ ଅଛନ୍ତି। ସେମାନଙ୍କର ଟିକେଟ୍ ଆପଣଙ୍କ ପୂର୍ବରୁ ନିଶ୍ଚିତ ହେବ। ସେହିଭଳି ତତ୍କାଳ ବର୍ଗରେ ଟିକେଟ୍ ବୁକ୍ କରିବା ପରେ ଆପଣଙ୍କ ଟିକେଟ୍ ଉପରେ TQWL (Tatkal Waiting List) ଲେଖାଯାଇଥିବାର ଦୃଶ୍ୟମାନ ହୋଇଥାଏ।

କେଉଁ ପ୍ରକାର ୱେଟଲିଷ୍ଟ ଟିକେଟ୍ ସର୍ବପ୍ରଥମେ ହୋଇଥାଏ ନିଶ୍ଚିତ?
ଜେନେରାଲ ୱେଟିଂ ଟିକେଟ (General Waiting Ticket) ଉପରେ ପ୍ରଥମେ ପ୍ରାଥମିକତା ଦିଆଯାଇଥାଏ। କାରଣ ଜେନେରାଲ ୱେଟିଂ ଲିଷ୍ଟ ବର୍ଗରେ ରହିଥିବା ଟିକେଟ୍ ବାତିଲ ହେବାର ଅଧିକ ସମ୍ଭାବନା ରହିଥାଏ। ସେଥିପାଇଁ ପ୍ରଥମେ ଏହି ଟିକେଟ୍ ନିଶ୍ଚିତ ହୋଇଥାଏ। ହେଲେ ତତ୍କାଳ ୱେଟିଂ ବର୍ଗରେ ରହିଥିବା ଟିକେଟ୍ ନିଶ୍ଚିତ (Tatkal Waiting Ticket Confirmation Chances) ହେବାର ସମ୍ଭାବନା ବହୁତ କମ୍ ରହିଥାଏ।

ଅନଲାଇନ୍ ତତ୍କାଳ ୱେଟିଂ ଟିକେଟ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ କଥା
ଅନ-ଲାଇନ୍ ବୁକିଂ (Online Train Ticket Booking) ପରେ ପ୍ରାପ୍ତ ତତ୍କାଳ ୱେଟିଂ ଟିକେଟ (Tatkal Waiting Ticket), ରେଳଯାତ୍ରୀଙ୍କ ଚାର୍ଟ ପ୍ରସ୍ତୁତି ହେବା ପର୍ଯ୍ୟନ୍ତ ନିଶ୍ଚିତ ହୁଏ ନାହିଁ, ତାହେଲେ ଏହି ଟିକେଟ ସ୍ୱୟଂଚାଳିତ ଭାବରେ ବାତିଲ (Online Train Ticket Automatic Cancellation) ହୋଇଯିବ।  ଅନ୍ ଲାଇନ୍ ତତ୍କାଳ ୱେଟିଂ ଟିକେଟ୍ (Online Tatkal Waiting Ticket) ନେଇ ଆପଣ ଟ୍ରେନ ଯୋଗେ ଯାତ୍ରା କରିପାରିବେ ନାହିଁ।

ଅନ୍ୟ ୪ ପ୍ରକାରର ୱେଟି ଟିକେଟ୍ ସମ୍ପର୍କରେ ଜାଣନ୍ତୁ।

  • RLWL- ରିମୋଟ ଲୋକେସନ ୱେଟିଂ ଲିଷ୍ଟ (Remote Location Waiting List): ଦୂର ଦୂରାନ୍ତ ରେଳ ଷ୍ଟେସନ ଠାରୁ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏହି ୱେଟିଂ ଲିଷ୍ଟ ବର୍ଗରେ ସ୍ଥାନରେ ଦିଆଯାଇଥାଏ।
  • PQWL- ପୁଲଡ୍ କୋଟା ୱେଟିଂ ଲିଷ୍ଟ (Pooled Quota Waiting List): କେବଳ ସେହି ଯାତ୍ରୀ ଏହି ତାଲିକାରେ ଅନ୍ତର୍ଭୂକ୍ତ ହୋଇଥାନ୍ତି, ଯେଉଁମାନେ ଆରମ୍ଭ ଏବଂ ଶେଷ ଷ୍ଟେସନ ମଧ୍ୟରେ ଯାତ୍ରା କରିଥାନ୍ତି।
  • RSWL- ରୋଡ୍ ସାଇଡ୍ ଷ୍ଟେସନ୍ ୱେଟିଂ ଲିଷ୍ଟ (Roadside Station Waiting List): ଯେତେବେଳେ କୌଣସି ଟ୍ରେନ ଟିକେଟ ଏହାର ପ୍ରାରମ୍ଭ ରେଳଷ୍ଟେସନ ଠାରୁ ଏହା ନିକଟରେ ଅବସ୍ଥିତ ରହିଥିବା ଷ୍ଟେସନ ପର୍ଯ୍ୟନ୍ତ ବୁକ୍ ହୋଇଥାଏ, ସେତେବେଳେ ସେହି ଟିକେଟ୍ ଉପରେ RSWL କୋଡ୍ ଲେଖାଯାଇଥାଏ। ଏପରି ଟିକେଟ୍ ନିଶ୍ଚିତ ହେବାର ସମ୍ଭାବନା ବହୁତ କମ୍ ରହିଥାଏ।
  • RAC- ରିଜର୍ଭେସନ ଅଗେନଷ୍ଟ କ୍ୟାନ୍ସଲେନସ (Reservation Against Cancellation): ଏପରି ଟିକେଟ ପାଇଥିବା ଯାତ୍ରୀଙ୍କୁ ଅଧା ବର୍ଥ ଦିଆଯାଏ। ହେଲେ ଏହି ଟିକେଟ୍ ଉପରେ ଦୁଇ ଜଣ ଯାତ୍ରୀ ଗୋଟିଏ ବର୍ଥ ମଧ୍ୟରେ ଏକାଠି ଯାତ୍ରା କରିଥାନ୍ତି। ଏହି ଟିକେଟ୍ ନିଶ୍ଚିତ ହେବାର ସମ୍ଭାବନା ଅଧିକ ରହିଥାଏ।