Putin secret lover:ଗୁପ୍ତ ମହଲରେ ବନ୍ଦୀ ଅଛନ୍ତି କି ପୁତିନଙ୍କ ପ୍ରେମିକା ?
Advertisement
Article Detail0/zeeodisha/odisha2005727

Putin secret lover:ଗୁପ୍ତ ମହଲରେ ବନ୍ଦୀ ଅଛନ୍ତି କି ପୁତିନଙ୍କ ପ୍ରେମିକା ?

  ଦୀର୍ଘ ଦିନ ପରେ ଋଷର ସ୍ୱର୍ଣ୍ଣ ପଦକ ବିଜେତା ଜିମ୍ନାଷ୍ଟ ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ  ରହସ୍ୟମୟୀ ଗର୍ଲଫ୍ରେଣ୍ଡ ଆଲିନା କାବାଭାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିଛି। ଆଲିନା ଏପରି ଏକ ସମୟରେ ଆଗକୁ ଆସିଛନ୍ତି ଯେତେବେଳେ ତାଙ୍କୁ  ଗିରଫ କରି ଗୁପ୍ତ ମହଲରେ ବନ୍ଦୀ କରାଯାଇଥିବା ଖବର ଉଡ଼ିବାରେ ଲାଗିଥିଲା

SOCIAL MEDIA

Putin secret lover: 

ଦୀର୍ଘ ଦିନ ପରେ ଋଷର ସ୍ୱର୍ଣ୍ଣ ପଦକ ବିଜେତା ଜିମ୍ନାଷ୍ଟ ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ  ରହସ୍ୟମୟୀ ଗର୍ଲଫ୍ରେଣ୍ଡ ଆଲିନା କାବାଭାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିଛି। ଆଲିନା ଏପରି ଏକ ସମୟରେ ଆଗକୁ ଆସିଛନ୍ତି ଯେତେବେଳେ ତାଙ୍କୁ  ଗିରଫ କରି ଗୁପ୍ତ ମହଲରେ ବନ୍ଦୀ କରାଯାଇଥିବା ଖବର ଉଡ଼ିବାରେ ଲାଗିଥିଲା । କୁହାଯାଉଥିଲା ଯେ,କୌଣସି କାରଣରୁ ତାଙ୍କ ଉପରେ କ୍ଷୁବ୍ଧ ହୋଇ ପୁତିନ ତାଙ୍କୁ ବନ୍ଦୀ କରିଛନ୍ତି । ଋଷର କୌଣସି ଏକ ଜଙ୍ଗଲରେ ଥିବା ଏକ ଗୁପ୍ତ ମହଲରେ ତାଙ୍କୁ ବନ୍ଦୀ କରି ରଖାଯାଇଛି ବୋଲି ଖବର ଆସୁଥିଲା । 2008 ମସିହାରୁ ପୁଟିନ ଏବଂ ଆଲିନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଦେଶ ଓ ଦେଶ ବାହାରେ ଚର୍ଚ୍ଚା ହୋଇ ଆସୁଛି । ତେବେ ଉଭୟଙ୍କୁ କ୍ୱଚିତ ଏକତ୍ର ଦେଖିବାକୁ ମିଳିଛି,ତେଣୁ ତାଙ୍କୁ  'ରହସ୍ୟମୟ' ବ୍ୟକ୍ତିତ୍ୱ ବୋଲି ମଧ୍ୟ କୁହାଯାଏ ।

ଅକ୍ଟୋବର ପରେ ପ୍ରଥମ ଝଲକ

କିଛି ଲୋକ ଆଲିନାଙ୍କୁ ଋଷର 'ପ୍ରଥମ ମିଷ୍ଟ୍ରେସ୍' ବୋଲି ମଧ୍ୟ କୁହନ୍ତି । ବ୍ରିଟିଶ ଖବରକାଗଜ ଦି ସନ୍ ରିପୋର୍ଟ ଅନୁଯାୟୀ 40 ବର୍ଷ ବୟସ୍କା ଆଲିନାଙ୍କୁ ଶେଷଥର ପାଇଁ ଗତ ଅକ୍ଟୋବର 22 ରେ ଦେଖିବାକୁ ମିଳିଥିଲା। ସେହିଦିନ ପୁଟିନଙ୍କ ହୃଦଘାତର ଖବର ମଧ୍ୟ ସାମ୍ନାକୁ ଆସିଥିଲା। ତେବେ କ୍ରେମଲିନ୍ ଏହି ରିପୋର୍ଟକୁ ମିଥ୍ୟା ଓ କପୋଳକଳ୍ପିତ ବୋଲି ପ୍ରତ୍ୟାଖ୍ୟାନ କରିଥିଲା । କିନ୍ତୁ ଆଲିନାଙ୍କୁ ସୋଚିରେ ଥିବା ତାଙ୍କ ଜିମ୍ନାଷ୍ଟିକ୍ ଏକାଡେମୀରେ ତାଲିମ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ଏଲିନା ୪୦ ଦିନ ପରେ ସାମ୍ନାକୁ ଆସିଛନ୍ତି । ଋଷ ଅର୍ଥୋଡକ୍ସ ଚର୍ଚ୍ଚ ୪୦ ଦିନର ସମୟରୁ  ଶୋକ ସମୟ ବୋଲି ବିବେଚନା କରେ। ଆଲିନା ବହୁତ କ୍ଳାନ୍ତ ଦେଖାଯାଉଥିଲେ ଏବଂ ତାଙ୍କର ତିନିଜଣ ମହିଳା ଛାତ୍ର ତାଙ୍କୁ ଧୈର୍ଯ୍ୟ ଦେଉଥିବା ଦେଖିବାକୁ ମିଳିଥିଲା ।

ବିବାହ ମୁଦି ପିନ୍ଧିଛନ୍ତି ପୁତିନଙ୍କ ପ୍ରେମିକା !

ଅକ୍ଟୋବରରେ ହୃଦଘାତ ପରେ ପୁଟିନଙ୍କ ମୃତ୍ୟୁ ଖବର ଆସିବା ପରେ କ୍ରେମଲିନକୁ ଏକ ଅସ୍ୱୀକାର କରିବାକୁ ପଡିଥିଲା। ସେତେବେଳେ ଗୁଜବ ଉଡଡିଥିଲା ଯେ ମସ୍କୋର ଉତ୍ତରରେ ଥିବା ଭାଲଡାଇ ପ୍ୟାଲେସରେ ପୁଟିନଙ୍କର ହୃଦଘାତରେ ମୃତ୍ୟୁ ଘଟିଛି ।  ତାଙ୍କ ଶରୀରକୁ ଏକ ଫ୍ରିଜରେ ରଖାଯାଇଥିବା ଖବର ମଧ୍ଯ ଆସିଥିଲା । ପୁଟିନଙ୍କ ମୃତ୍ୟୁ ଖବର ଆସିବା ସହିତ ଆଲିନା ମଧ୍ୟ ନିଖୋଜ ହୋଇଯାଇଥିଲେ। ଏବେ ଡିସେମ୍ବର 7 ରେ ଆଲିନାଙ୍କ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ତାଙ୍କୁ ବିବାହ ମୁଦି ପିନ୍ଧିଥିବାର ଦେଖିବାକୁ ମିଳିଛି । ସେବେଠାରୁ ଏହି ଦାବି ଜୋର ଧରିଛି ଯେ,ସେ ପୁଟିନଙ୍କୁ ବହୁ ବର୍ଷ ପୂର୍ବେ ଏକ ଗୁପ୍ତ ସମାରୋହରେ ବିବାହ କରିଛନ୍ତି ।

ମହଲରେ ବନ୍ଦୀ  ପ୍ରେମିକା !

ଆଲିନାଙ୍କୁ ସାଧରଣ ଜନତାଙ୍କ ନଜରରୁ ଦୁରରେ ରଖିବା ପାଇଁ ପୁତିନ ନଜରବନ୍ଦୀ କରିଥିବା ଦାବି ହେଉଛି । କିନ୍ତୁ ଅନ୍ୟକିଛିଙ୍କ ମତ ହେଉଛି  ଯେ ସେ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି ଏବଂ ସେଥିପାଇଁ ସେ ଏତେ ଦିନ ପର୍ଯ୍ୟନ୍ତ ଗାଏବ ଥିଲେ । ଦ ସନ୍,ଅବଜର୍ଭର ଖବରକାଗଜର ତଥ୍ୟ ଉଦ୍ଧାର କରି ଲେଖିଛି ଯେ.,ପ୍ରଥମେ ଗର୍ଭଧାରଣ ଏବଂ ପରେ ପ୍ଲାଷ୍ଟିକ୍ ସର୍ଜରୀ ହେତୁ ସେ ଦୀର୍ଘ ସମୟ ଧରି ଗାଏବ ଥିଲେ। ରାଜନୈତିକ ବିଶ୍ଳେଷକ ଡକ୍ଟର ଭାଲେରୀ ସୋଲୋଭି ଏବଂ ଜେନେରାଲ ଏସ.ଭି.ଆର ଟେଲିଗ୍ରାମ ଚ୍ୟାନେଲଙ୍କ  ଅଭିଯୋଗ ଯେ,  ଭାଲଡାଇ ହ୍ରଦ କୂଳରେ କାବାଭାଙ୍କୁ ଜଙ୍ଗଲ ମଧ୍ୟରେ ଅବସ୍ଥିତ ପୁଟିନଙ୍କ ଏକ ଗୁପ୍ତ ମହଲରେ ଗୃହବନ୍ଦୀ ଭାବେ ରଖାଯାଇଛି। ଭାଲଡାଇ ହ୍ରଦ କୂଳରେ ଅବସ୍ଥିତ ଏହି ଗୁପ୍ତ ବିଳାସପୂର୍ଣ୍ଣ ପ୍ରାସାଦକୁ ୟୁକ୍ରେନ ଆକ୍ରମଣରୁ ରକ୍ଷା କରିବା ପାଇଁ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରେ ସଜ୍ଜିତ କରାଯାଇଛି ।