Avangard Hypersonic Missile Meteorite: ଋଷର ଏହି କ୍ଷେପଣାସ୍ତ୍ରର ଉତ୍ତର ନାହିଁ କାହା ପାଖରେ,ଉଲକାପିଣ୍ଡ ଭଳି କରିବ ଆକ୍ରମଣ !
Advertisement
Article Detail0/zeeodisha/odisha1965186

Avangard Hypersonic Missile Meteorite: ଋଷର ଏହି କ୍ଷେପଣାସ୍ତ୍ରର ଉତ୍ତର ନାହିଁ କାହା ପାଖରେ,ଉଲକାପିଣ୍ଡ ଭଳି କରିବ ଆକ୍ରମଣ !

  ୟୁକ୍ରେନ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଲଢ଼େଇ କରୁଥିବା ବେଳେ ରୁଷ  ଏବେ ଉଲକା ପିଣ୍ଡ ଭଳି  ହାଇପରସୋନିକ୍ କ୍ଷେପଣାସ୍ତ୍ର ବିକଶିତ କରୁଛି, ଯାହା ପୃଥିବୀର ବାତାବରଣ ବାହାରୁ ଟାର୍ଗେଟ୍ ଉପରେ ଆକ୍ରମଣ କରିପାରିବ ।  ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର  ଏହି କ୍ଷେପଣ

SOCIAL MEDIA

Avangard Hypersonic Missile Meteorite: 

ୟୁକ୍ରେନ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଲଢ଼େଇ କରୁଥିବା ବେଳେ ରୁଷ  ଏବେ ଉଲକା ପିଣ୍ଡ ଭଳି  ହାଇପରସୋନିକ୍ କ୍ଷେପଣାସ୍ତ୍ର ବିକଶିତ କରୁଛି, ଯାହା ପୃଥିବୀର ବାତାବରଣ ବାହାରୁ ଟାର୍ଗେଟ୍ ଉପରେ ଆକ୍ରମଣ କରିପାରିବ ।  ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର  ଏହି କ୍ଷେପଣାସ୍ତ୍ରକୁ ନାଟୋ ଦେଶଗୁଡ଼ିକ ପାଇଁ ସିଧାସଳଖ ଚେତାବନୀ ଭାବେ ବିବେଚନା କରାଯାଉଛି। ଏହି ପରମାଣୁ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ରପୃଥିବୀର ବାୟୁମଣ୍ଡଳ ବାହାରୁ ନିକ୍ଷେପ କରାଯାଇପାରିବ ଏବଂ ମାତ୍ର ୩୦ ମିନିଟ୍ ମଧ୍ୟରେ ପୃଥିବୀର ଯେ କୌଣସି ସ୍ଥାନରେ ବିପର୍ଯ୍ୟୟ ସୃଷ୍ଟି କରିପାରିବ। ବିଶ୍ୱରେ ଏହା ଏଭଳି ଏକମାତ୍ର ଅସ୍ତ୍ର ହେବାକୁ ଯାଉଛି ଏବଂ ପୁତିନ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଏହାକୁ ରୋକିବା ପାଇଁ ସେମାନଙ୍କ ପାଖରେ କୌଣସି ଉପାୟ ନାହିଁ ।

ଏହି କ୍ଷେପଣାସ୍ତ୍ରକୁ ଆଭାନଗାର୍ଡ ହାଇପରସୋନିକ୍ ଗ୍ଲାଇଡ୍ ଯାନରେ ଲଗାଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି କ୍ଷେପଣାସ୍ତ୍ରକୁ ରୁଷିଆର ଓରେନବର୍ଗ ଅଞ୍ଚଳରେ ଥିବା ୩୧ ମିସାଇଲ ଆର୍ମିର ଭୂତଳ ସେଲ୍ ଭିତରେ ଥିବା ଲଞ୍ଚ ସେଣ୍ଟରରେ ମୁତୟନ କରାଯାଇଛି। ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ ଏହି ଆନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ରକୁ ଏକ ସାଇଲୋ ଲଞ୍ଚର ସାହାଯ୍ୟରେ ରଖାଯାଇଛି । ଏହାକୁ ଏକ ସ୍ବତନ୍ତ୍ର ପରିବହନ ଲୋଡିଂ ୟୁନିଟ୍ ଦ୍ୱାରା ନିଆଯାଇଥିଲାଯ

ଆଭାନଗାର୍ଡକୁ କାହିଁକି ପୁତିନଙ୍କ ବ୍ରହ୍ମାସ୍ତ୍ର ବୋଲି କୁହାଯାଉଛି ?

ଏହା ପୂର୍ବରୁ ରୁଷରାଷ୍ଟ୍ରପତି ଦାବି କରିଥିଲେ ଯେ ଆଭାନଗାର୍ଡ କ୍ଷେପଣାସ୍ତ୍ର ଉଲ୍କାପିଣ୍ଡ ଭଳି ଆକ୍ରମଣ କରେ ଏବଂ ଏହାକୁ କୌଣସି ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ରୋକାଯାଇ ପାରିବ ନାହିଁ । ସେ କହିଥିଲେ ଯେ ଆଭାନଗାର୍ଡକୁ ବର୍ତ୍ତମାନ କିମ୍ବା ଭବିଷ୍ୟତର କୌଣସି କ୍ଷେପଣାସ୍ତ୍ର ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଅଟକା ଯାଇପାରିବ ନାହିଁ । ଏହି କ୍ଷେପଣାସ୍ତ୍ର ଯେତେବେଳେ ନିଜ ଟାର୍ଗେଟ ଆଡକୁ ଗତି କରେ, ଏହା ଆଭାନଗାର୍ଡ ଗ୍ଲାଇଡ ଯାନ ରକେଟ୍ ଠାରୁ ଅଲଗା ହୋଇ ଶବ୍ଦର ବେଗଠାରୁ ୨୭ ଗୁଣ ବେଗରେ ଲକ୍ଷ୍ୟ ଆଡ଼କୁ ଗତି କରିଥାଏ ।

ଏହି କ୍ଷେପଣାସ୍ତ୍ର ରୁଷୀୟ ରଣନୈତିକ ପରମାଣୁ ବାହିନୀର ଯୁଦ୍ଧ କ୍ଷମତାକୁ ବହୁଗୁଣିତ କରିବ ବୋଲି ରୁଷୀୟ ପ୍ରତିରକ୍ଷା ବାହିନୀ ବିଶ୍ୱାସ କରୁଛି। ପୁଟିନ ୨୦୧୮ରେ କହିଥିଲେ ଯେ, ଏହି କ୍ଷେପଣାସ୍ତ୍ର ଠିକ ଗୋଟିଏ  ଉଲ୍କାପିଣ୍ଡ ଭଳି ଗତି କରିଥାଏ । ଗତି କରିବା ବେଳେ ଏହା ଏକ ଜ୍ୱଳନ୍ତଶୀଳ ଗୋଳା ଭଳି ଦେଖାଯାଇଥାଏ । ଋଷର ଏହି ଘୋଷଣା ଏପରି ସମୟରେ ଆସିଛି ଯେତେବେଳେ ୟୁକ୍ରେନ ଦାବି କରିଥିଲା  ଯେ ଋଷର ଅନେକ ପରମାଣୁ କ୍ଷେପଣାସ୍ତ୍ର ପରିକ୍ଷଣ ବିଫଳ ହୋଇଛି । ଆଭାନଗାର୍ଡ କ୍ଷେପଣାସ୍ତ୍ର ୬୦୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାରେ ସକ୍ଷମ । ଇସ୍ରାଏଲ-ହାମାସ ଯୁଦ୍ଧକୁ ନେଇ ଆମେରିକା ଉପସାଗରୀୟ ଦେଶଗୁଡ଼ିକର ଟାର୍ଗେଟରେ ଥିବା ବେଳେ ରୁଷ୍ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛି।