Puri News: ଅଦୃଶ୍ୟ ହୋଇଗଲା ନୀଳଚକ୍ର ! ଦର୍ଶନରୁ ନିରାଶ ହେଲେ ଭକ୍ତ
Advertisement
Article Detail0/zeeodisha/odisha2052521

Puri News: ଅଦୃଶ୍ୟ ହୋଇଗଲା ନୀଳଚକ୍ର ! ଦର୍ଶନରୁ ନିରାଶ ହେଲେ ଭକ୍ତ

Puri News: କଥାରେ ରହିଛି ନୀଳଚକ୍ର ଦର୍ଶନ କଲେ ମନ ପବିତ୍ର ହେବା ସହ ପୂଣ୍ୟ ଅର୍ଜନ ହୋଇଥାଏ । କିନ୍ତୁ ଆଜି ନୀଳଚକ୍ର ସମେତ ପତିତପାବନ ବାନା ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଅନେକ ଭକ୍ତ । ଘନ କୁହୁଡି ଆଜି ଭକ୍ତଙ୍କୁ ପତିତପାବନ ବାନା ସହ ନୀଳ ଚକ୍ର ଦର୍ଶନରୁ ବଞ୍ଚିତ କରିଛି ।

Puri News: ଅଦୃଶ୍ୟ ହୋଇଗଲା ନୀଳଚକ୍ର ! ଦର୍ଶନରୁ ନିରାଶ ହେଲେ ଭକ୍ତ

Puri News: ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପୂର୍ବରୁ ପ୍ରଥମେ ଆଖି ସାମ୍ନାକୁ ଆସିଯାଏ ଶ୍ରୀମନ୍ଦିର ନୀଳଚକ୍ର । ଭକ୍ତମାନେ ଦୂରରୁ ନୀଳଚକ୍ର ଦର୍ଶନ କରି ଦୁଇହାତକୁ ଉପରକୁ ଟେକି ଭକ୍ତିରେ ନିଜକୁ ସମର୍ପି ଦେଇଥାନ୍ତି । କଥାରେ ରହିଛି ନୀଳଚକ୍ର ଦର୍ଶନ କଲେ ମନ ପବିତ୍ର ହେବା ସହ ପୂଣ୍ୟ ଅର୍ଜନ ହୋଇଥାଏ । କିନ୍ତୁ ଆଜି ନୀଳଚକ୍ର ସମେତ ପତିତପାବନ ବାନା ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଅନେକ ଭକ୍ତ । ଘନ କୁହୁଡି ଆଜି ଭକ୍ତଙ୍କୁ ପତିତପାବନ ବାନା ସହ ନୀଳ ଚକ୍ର ଦର୍ଶନରୁ ବଞ୍ଚିତ କରିଛି ।

ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in odisha)। ଏବେ ଶୀତ କମିଥିଲେ ମଧ୍ୟ ଘନ କୁହୁଡିର (fog) ପ୍ରଭାବ ବେଶ୍ ଅଧିକ ରହିଛି। ଆସନ୍ତା ୧୩ ତାରିଖରୁ ରାଜ୍ୟରେ ରାତି ତାପମାତ୍ରା କମିବ। ଫଳରେ ଶୀତ ବଢିବ। ସେହିପରି କୁହୁଡି ମଧ୍ୟ ରାଜ୍ୟରେ ଅଧିକ ରହିବ।  ଆଜି ଓ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଘନ କୁହୁଡି଼ ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି (Bhubaneswar Meteorological Centre) ଆଭ୍ୟନ୍ତରୀଣ ଓଡି଼ଶା  ଓ ଉପକୂଳ ଓଡି଼ଶାର ଅଧିକାଂଶ ସ୍ଥାନରେ ଘନ କୁହୁଡି଼ ଦେଖାଯିବ।

ଆଜି କୋରାପୁଟରେ ରାତି ତାପମାତ୍ରା  ସବୁଠୁ କମ୍  ବା ୮.୪ ଡିଗ୍ରୀ ଥିଲା। ଜି. ଉଦୟଗିରିରେ ୯, ଦାରିଙ୍ଗିବାଡିରେ ୧୦.୫, ଫୁଲବାଣୀରେ ୧୧.୨, ଅନୁଗୁଳରେ ୧୧.୬ ଓ ରାଉରକେଲାରେ ରାତି ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବରରେ ରାତି ସମୟରେ ତାପମାତ୍ରା ୧୬.୪ ଡିଗ୍ରୀ ଥିଲା। ସେହିପରି, କଟକରେ ସ୍ବାଭାବିକ୍ ଠାରୁ ୩ ଡିଗ୍ରୀ ଅଧିକ ରହିଛି। 

କିନ୍ତୁ ଏପଟେ, ଅନୁଗୋଳରେ ବାୟୁ ପ୍ରଦୂଷଣ ଚିନ୍ତା ବଢାଉଛି। ମଙ୍ଗଳବାର, ଅନୁଗୁଳର ଏୟାର୍‌ କ୍ବାଲିଟି ଇଣ୍ଡେକ୍ସ ୩୫୨ ରହିଥିବା ବେଳେ ଆଜି ଏହା ଅଧିକ ଖରାପ ହୋଇ ୩୫୭ରେ ପହଞ୍ଚିଛି।  ଅନୁଗୁଳ ସହରର ବାୟୁର ମାନ ଏତେ ଖରାପ କଣ ପାଇଁ? ତାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶାର ଅନ୍ୟ ସହରରେ ଅତ୍ୟଧିକ ଯାନବାହାନ ଚଳାଚଳ, ଦ୍ରୁତ ଶିଳ୍ପାୟନ ଓ ନଡ଼ାପୋଡ଼ିକୁ ବାୟୁ ପ୍ରଦୂଷଣର କାରଣ ବୋ କୁହାଯାଉଛି।  ତେବେ ଅନୁଗୁଳର ବାୟୁ ପ୍ରଦୂଷଣର ଏକାଧିକ କାରଣ ରହିଛି। ବିଶେଷକରି ଶିଳ୍ପାନୁଷ୍ଠାନ, ଖଣି ଖନନ, ଅତ୍ୟଧିକ ଯାନବାହାନ ଚଳାଚଳ, ପାଉଁଶ ପରିବହନ, କୋଇଲା ଚାଲାଣ ଏବଂ କୋଇଲା ଦହନକୁ ଦାୟୀ କରାଯାଇଛି। ପ୍ରତିବର୍ଷ ଏହି ଶୀତଦିନେ ଅନୁଗୁଳର ପବନରେ ଏପରି ବିଷାକ୍ତ ଧୂଳିକଣା ଭର୍ତ୍ତି ହୋଇଯାଉଛି। ଏହାର କୌଣସି ସ୍ଥାୟୀ ପ୍ରତିକାର ବାହାରିପାରୁ ନାହିଁ। 

Also Read- ୫.୯୯ ଲକ୍ଷରେ ଲଞ୍ଚ ହେଲା ମାରୁତିର ଏହି କାର, ରହିଛି ଜବରଦସ୍ତ ଫିଚର୍