ପୁରୀରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍, ଏହି ତାରିଖରୁ ବନ୍ଦ ହେବ ସମସ୍ତ ମଦ ଦୋକାନ
Advertisement
Article Detail0/zeeodisha/odisha1740015

ପୁରୀରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍, ଏହି ତାରିଖରୁ ବନ୍ଦ ହେବ ସମସ୍ତ ମଦ ଦୋକାନ

Rath Yatra: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ରଥଯାତ୍ରା ସମୟରେ ଅବକାରୀ ବିଭାଗ ପକ୍ଷରୁ ସହରର ସମସ୍ତ ମଦ ଦୋକାନକୁ ସିଲ୍ କରାଯିବ । ରଥଯାତ୍ରାର ଦିନକ ପୂର୍ବରୁ ଅର୍ଥାତ୍ ୧୮ ତାରିଖ ପୁରୀର ସମସ୍ତ ମଦ ଦୋକାନ ସିଲ୍ କରିବାକୁ ନିର୍ଦ୍ଦେଶ ରହିଛି ।

ସୌ(ସୋସିଆଲ ମିଡିଆ)

Rath Yatra 2023: ଆଉ ଦିନ କେଉଟା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା (Rath Yatra 2023) । ଏନେଇ ଚଳଚଞ୍ଚଳ ହୋଇପଡ଼ିଛି ପୁରୀ ସହର । ବଡ଼ ଦାଣ୍ତଠାରୁ ଆରମ୍ଭ କରି ରଥ ଖଳା ଯାଏଁ ସବୁଠି ଜାରି ରହିଛି ଜୋରଦାର ପ୍ରସ୍ତୁତି । ବଡ଼ ଦେଉଳରୁ ଭାଇ ବଳଭ୍ରଦ ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଭକ୍ତଙ୍କ ଗ୍ରହଣକୁ ଆସିବେ ଜଗତର ନାଥ ଜଗନ୍ନାଥ । ତେବେ ଏନେଇ ସବୁଠି ଉତ୍ସବର ମାହୋଲ । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ରଥଯାତ୍ରା ସମୟରେ ଅବକାରୀ ବିଭାଗ (Excise department) ପକ୍ଷରୁ ସହରର ସମସ୍ତ ମଦ ଦୋକାନକୁ ସିଲ୍ କରାଯିବ । ରଥଯାତ୍ରାର ଦିନକ ପୂର୍ବରୁ ଅର୍ଥାତ୍ ୧୮ ତାରିଖ ପୁରୀର ସମସ୍ତ ମଦ ଦୋକାନ ସିଲ୍ (Liquor shop) କରିବାକୁ ନିର୍ଦ୍ଦେଶ ରହିଛି ।

ସୂଚନା ଥାଉ କି, ପୁରୀ ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୧୮ଟି ଠିପି ବନ୍ଦ ଓ ୧୬ଟି ଟିଠି ଖୋଲା ମଦ ଦୋକାନକୁ ସିଲ୍ କରାଯିବ । ଶ୍ରୀଜିଉମାନଙ୍କ ରଥ ଗୁଣ୍ତିଚା ମନ୍ଦିରରେ ପହଁଞ୍ଚବା ପରେ ମଦ ଦୋକାନ (Liquor shop) ଖୋଲିବା ନେଇ ନିର୍ଦ୍ଦେଶ ରହିଛି । ସେହିପରି ବାହୁଡ଼ା ଯାତ୍ରା ଲାଗି ୨୬ ତାରିଖ ରାତିରୁ ସମସ୍ତ ମଦ ଦୋକାନ ବନ୍ଦ କରାଯାଇ ସୁନାବେଶ ପରଦିନ ଖୋଲାଯିବ । ଏହି ସମୟରେ ନିଶା ଓ ବେଆଇନ କାରବାର ଉପରେ ନଜର ରଖିବା ଲାଗି ବିଭାଗ ପକ୍ଷରୁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ (Control Room) ଖୋଲାଯାଇଛି । ଏହି କଣ୍ଟ୍ରୋଲ୍ ରୁମ୍ ଟି ଆସନ୍ତା ୩୦ ତାରିଖ ଯାଏଁ ଖୋଲା ରହିବ । ଏହା ସହ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନେତୃତ୍ବରେ ଗଠିତ ଦୁଇଟି ଟିମ୍ ସର୍ବଦା ପାଟ୍ରୋଲିଂ କରିବା ସହ ବେଆଇନ ମଦ, ଗଞ୍ଜେଇ, ବ୍ରାଉନସୁଗାରର କାରବାର ଉପରେ ନଜର ରଖିବେ । ୨ ଜଣ ଇନସପେକ୍ଟର, ୬ ଜଣ ଅବକାରୀ ସବଇନସପେକ୍ଟର, ୧୩ ଜଣ ଏଏସଆଇଓ ୨୯ ଜଣ କନେଷ୍ଟବଳଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି । ଦାୟିତ୍ବ ମିଳିଥିବା ସମସ୍ତ ଅଧିକାରୀ ଏହି କଣ୍ଟ୍ରୋଲ୍ ରୁମରେ (Control Room) ୨୪ ଘଣ୍ଟିଆ ଡ୍ୟୁଟି କରିବେ । ବିଶେଷ କରି ରାତି ସମୟରେ ପୁରୀ ଜିଲ୍ଲାର ସମସ୍ତ ପ୍ରବେଶ ପଥ ଓ ରାସ୍ତାରେ ପାଟ୍ରୋଲିଂ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ-Rath Yatra 2023: ଏହି ଦିନ ହେବ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଏହା ବି ପଢନ୍ତୁ-NEET Result 2023: ଗଙ୍ଗା ମାତାଙ୍କ ବରଦାନ, ନିଟ୍ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ ହେଲେ ଗଙ୍ଗା ଆଳତୀ କରୁଥିବା ଯୁବକ

ପ୍ରକାଶ ଥାଉ, ଏଥିରେ ରଥଯାତ୍ରା ସମୟରେ ସହରରେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ନେଇ ପୋଲିସ ଏଡ଼ିଜି ସୂଚନା ଦେଇଛନ୍ତି । ଏହା ସହ ଗହଳି ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ଲାଗି ୪୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ସେପଟେ ଶୃଙ୍ଖଳିତ ଭାବେ ଘୋଷଯାତ୍ରା ପରିଚାଳନ କରିବା ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ପରିଚାଳନ କମିଟି ସଦସ୍ୟ ଓ ସେବାୟତଙ୍କ ଉପସ୍ଥିତିରେ ଭକ୍ତଙ୍କ ସୁବିଧା ଲାଗି ପର୍ଯ୍ୟାପ୍ତ ଜଳ, ବିଶ୍ରାମ ସ୍ଥଳୀ ଓ ଆଶୁ ଚିକିତ୍ସ କେନ୍ଦ୍ର ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା ।

ଏହା ବି ପଢନ୍ତୁ-Keonjhar Rath Height: ବିଶ୍ୱର ବୃହତ୍ତମ କାଠ ରଥ; ଶିଆଳି ଲତାରୁ ପ୍ରସ୍ତୁତ ଦଉଡି ହୁଏ ରଥ ଟଣା