କାଶ୍ମୀରରେ ହେବ ବିଜେପି-ନ୍ୟାସନାଲ କନଫରେନ୍ସ ମଧ୍ୟରେ ମେଣ୍ଟ! ଉମରଙ୍କ ପରେ ଫାରୁକ୍ ଅବଦୁଲ୍ଲାଙ୍କ ବଦଳିଲା ସ୍ୱର
Advertisement

କାଶ୍ମୀରରେ ହେବ ବିଜେପି-ନ୍ୟାସନାଲ କନଫରେନ୍ସ ମଧ୍ୟରେ ମେଣ୍ଟ! ଉମରଙ୍କ ପରେ ଫାରୁକ୍ ଅବଦୁଲ୍ଲାଙ୍କ ବଦଳିଲା ସ୍ୱର

BJP-National Conference Alliance: ଏହାପୂର୍ବରୁ ଉମର ଅବଦୁଲ୍ଲା ଓ ରବିନ୍ଦର ରୈନା ପରସ୍ପରକୁ ଖୋଲାଖୋଲି ପ୍ରଶଂସା କରିଥିଲେ । କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ରାଜନୈତିକ ନେତାଙ୍କ ମଧ୍ୟରେ ରୈନା ଓମାର ଅବଦୁଲ୍ଲାଙ୍କୁ ଏକ ରତ୍ନ ବୋଲି କହିଥିଲେ ।

କାଶ୍ମୀରରେ ହେବ ବିଜେପି-ନ୍ୟାସନାଲ କନଫରେନ୍ସ ମଧ୍ୟରେ ମେଣ୍ଟ! ଉମରଙ୍କ ପରେ ଫାରୁକ୍ ଅବଦୁଲ୍ଲାଙ୍କ ବଦଳିଲା ସ୍ୱର

ଶ୍ରୀନଗର: BJP-National Conference Alliance: ଜାମ୍ମୁ କାଶ୍ମୀରରେ ଚଳିତ ବର୍ଷ ଶେଷ ଆଡ଼କୁ କିମ୍ବା ଆଗାମୀ ବର୍ଷ ବିଧାନସଭା ନିର୍ବାଚନ  ଅନୁଷ୍ଠିତ ହେବାର ଅଛି । ଯଦିଓ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିନାହାଁନ୍ତି, କିନ୍ତୁ ଘାଟି ରାଜନୀତିରେ କିଛି ପରିବର୍ତ୍ତନର ସଙ୍କେତ ମିଳୁଛି । ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା (Farooq Abdullah) ଙ୍କ ଦଳ ନ୍ୟାସନାଲ କନଫରେନ୍ସ  (National Conference) ଓ ଭାରତୀୟ ଜନତା ପାର୍ଟି (BJP) ପରସ୍ପର ପ୍ରତି ମନୋଭାବ ପରିବର୍ତ୍ତନ କରୁଥିବାର ନଜରକୁ ଆସୁଛି । ନିକଟ ଅତୀତରେ ଉମର ଅବଦୁଲ୍ଲା (Umar Abdullah) ଓ ଜାମ୍ମୁ କାଶ୍ମୀର ବିଜେପି ଅଧ୍ୟକ୍ଷ ରବିନ୍ଦର ରୈନା (Ravinder Raina) ପରସ୍ପରକୁ ଖୋଲାଖୋଲି ପ୍ରଶଂସା କରିଥିଲେ । 

ବର୍ତ୍ତମାନ ତାଙ୍କ ବାପା ଫାରୁକ୍ ଅବଦୁଲ୍ଲା ମୋଦି ସରକାର (Modi Government) ଙ୍କୁ ନେଇ ଜାମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (PDP) ର ମୁଖ୍ୟ ମେହବୁବା ମୁଫ୍ତି (Mehbooba Mufti) ଙ୍କ ଠାରୁ  ଭିନ୍ନ ମତ ଦେଇଛନ୍ତି । 'ରଘୁପତି ରାଘବ ରାଜା ରାମ' ଗୀତକୁ ସାମ୍ପ୍ରଦାୟିକ ବୋଲି କହି ମେହବୁବା ମୁଫ୍ତି କହିଛନ୍ତି ଯେ, କାଶ୍ମୀରରେ ଅଧିକାର ଛଡ଼ାଇ ନେବା ପରେ କେନ୍ଦ୍ର ସରକାର ହିନ୍ଦୁତ୍ୱ ଏଜେଣ୍ଡା ଲାଗୁ କରୁଛନ୍ତି । ଏଥି ସହିତ ଫାରୁକ୍ ଅବଦୁଲ୍ଲାଙ୍କର ଏହି ପ୍ରସଙ୍ଗରେ ଭିନ୍ନ ମତ ରହିଛି । ଭଜନ ଗାଇବାରେ କ’ଣ ଭୁଲ୍ ବୋଲି ସେ ପ୍ରଶ୍ନ କରିଛନ୍ତି । 

ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ମୁଁ ନିଜେ ଭଜନ ଗାଇଥାଏ ଓ ଏଥରୁ କେହି ହିନ୍ଦୁ ହୋଇଯାଇ ନଥାଏ । ଭାରତ ଏକ ଧର୍ମନିରପେକ୍ଷ ଦେଶ ଓ ଏଠାରେ କୌଣସି ହିନ୍ଦୁ ଅଜମର୍ ଦରଗାହ ଯିବାରୁ ମୁସଲମାନ ହୋଇଯାଆନ୍ତି ନାହିଁ । ଏଠାରେ କହି ରଖୁଛୁ ଯେ, ବିଦ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜୟନ୍ତୀ ପୂର୍ବରୁ ଏହି ଗୀତ ଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଗୀତକୁ ମହାତ୍ମା ଗାନ୍ଧୀ ପ୍ରାୟତଃ ଗାଉଥିଲେ ଓ ଏହା ତାଙ୍କ ସଭାରେ ମଧ୍ୟ ଗାନ କରାଯାଇଥିଲା । ଇଶ୍ୱର, ଆଲ୍ଲାହା ତେରୋ ନାମ ପରି ଏହାର ପକ୍ତିକୁ ସାମ୍ପ୍ରଦାୟିକ ଏକତା ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇଥାଏ ।

ଏହାପୂର୍ବରୁ ଉମର ଅବଦୁଲ୍ଲା ଓ ରବିନ୍ଦର ରୈନା ପରସ୍ପରକୁ ଖୋଲାଖୋଲି ପ୍ରଶଂସା କରିଥିଲେ । କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ରାଜନୈତିକ ନେତାଙ୍କ ମଧ୍ୟରେ ରୈନା ଓମାର ଅବଦୁଲ୍ଲାଙ୍କୁ ଏକ ରତ୍ନ ବୋଲି କହିଥିଲେ । ରୈନା କହିଥିଲେ ଯେ, "ଯେତେବେଳେ ମୁଁ ଉମର ଅବଦୁଲ୍ଲାଙ୍କ ସହ ବିଧାନସଭାର ସଦସ୍ୟ ଥିଲି, ସେତେବେଳେ ମୁଁ ଜଣେ ମଣିଷ ଭାବରେ ଦେଖିଥିଲି ଯେ ଉମର ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ବରିଷ୍ଠ ରାଜନୈତିକ ନେତାଙ୍କ ମଧ୍ୟରେ ରତ୍ନ ଅଟନ୍ତି । ସେଥିପାଇଁ ଆମେ ଦୁହେଁ ମଧ୍ୟ ବନ୍ଧୁ ଅଟୁ ।" ସେ ଏହା ମଧ୍ୟ କହିଛନ୍ତି ଯେ, କୋରୋନାରେ ସଂକ୍ରମିତ ହେବାପରେ ଉମର ଅବଦୁଲ୍ଲା ପ୍ରଥମ ବ୍ୟକ୍ତି ଥିଲେ, ଯିଏ ତାଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ ।

ଅଧିକ ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ଥିଲେ ରାଜୁ ଶ୍ରୀବାସ୍ତବ, ଜାଣନ୍ତୁ କ'ଣ ଥିଲା ତାଙ୍କର ପ୍ରକୃତ ନାମ

ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶର ଫୁଲପୁର ଆସନରୁ ନିର୍ବାଚନ ଲଢ଼ିବାକୁ ନେଇ ନୀତିଶ କୁମାରଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ...

ଅଧିକ ପଢ଼ନ୍ତୁ:-ସ୍ଥିର ହୋଇଯାଇଛି ଦିନ, ୭ ଦିନ ପରେ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର; ଖାତାକୁ ଏତେ ବଢ଼ି ଆସିବ ଦରମା

 

ରୈନାଙ୍କ ବୟାନର ଜବାବ ଦେଇ ଉମର ଅବଦୁଲ୍ଲା ଏକ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଯେ, ରାଜନେତାମାନେ ରାଜନୈତିକ ମତଭେଦରେ ପରସ୍ପରକୁ ଘୃଣା କରିବାର ଆବଶ୍ୟକତା ନାହିଁ । ରାଜନୀତି ବିଭାଜନ ଓ ଘୃଣାକୁ ନେଇ କାହିଁକି? ରାଜନୀତିରେ କେଉଁଠାରେ କୁହାଯାଇଛି ଯେ ରାଜନୈତିକ ମତଭେଦ ପାଇଁ ଆମକୁ ବ୍ୟକ୍ତିଗତ ଭାବେ ଘୃଣା କରିବାକୁ ପଡ଼ିବ? ମୋର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ, ମୋର ଶତ୍ରୁ ନୁହଁନ୍ତି । ରବିନ୍ଦର ରୈନାଙ୍କ ଏହି ଶବ୍ଦ ପାଇଁ ମୁଁ କୃତଜ୍ଞ । ମୁଁ ଖୁସି ଯେ ଏହି ଶବ୍ଦଗୁଡ଼ିକ ଆମକୁ ପରସ୍ପରକୁ ବିରୋଧ କରିବାକୁ ଅଟକାଇବେ ନାହିଁ ।

ପ୍ରଥମେ ରବିନ୍ଦର ରୈନା ଓ ଉମର ଅବଦୁଲ୍ଲାଙ୍କ ପରସ୍ପର ପାଇଁ ପ୍ରଶଂସା । ବର୍ତ୍ତମାନ ଫାରୁକ୍ ଅବଦୁଲ୍ଲାଙ୍କ ମୋଦି ସରକାରଙ୍କ ଉପରେ ମେହବୁବାଙ୍କ ଠାରୁ ଭିନ୍ନ ମତ ରଖି ବୟାନ କାଶ୍ମୀର ରାଜନୀତିରେ ନୂଆ ସଙ୍କେତ ଦେଉଛି । ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଉଭୟ ଦଳ ମେଣ୍ଟ ଗଠନ କରି ରାଜନୈତିକ ପଣ୍ଡିତଙ୍କୁ ଚକିତ କରିପାରିନ୍ତି ।