Maharashtra Politics: ବାଲା ସାହେବ ଠାକେରଙ୍କ ସ୍ମାରକୀ ଉପରେ କାହିଁକି ଗୋମୂତ୍ର ସିଞ୍ଚନ କଲା ଉଦ୍ଧବ ଗୋଷ୍ଠୀ?
Advertisement

Maharashtra Politics: ବାଲା ସାହେବ ଠାକେରଙ୍କ ସ୍ମାରକୀ ଉପରେ କାହିଁକି ଗୋମୂତ୍ର ସିଞ୍ଚନ କଲା ଉଦ୍ଧବ ଗୋଷ୍ଠୀ?

Maharashtra Gau Mutra Politics: ବାଲା ସାହେବଙ୍କ ସ୍ମାରକୀରେ ଠାକରେ ଗୋଷ୍ଠୀ ପକ୍ଷରୁ ଗୋମୂତ୍ର ସିଞ୍ଚନ କରିବାକୁ ନେଇ ତାତି ଉଠିଛି ସିନ୍ଦେ। ବର୍ତ୍ତମାନ ଏହି ପ୍ରସଙ୍ଗକୁ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। 

 Maharashtra Politics: ବାଲା ସାହେବ ଠାକେରଙ୍କ ସ୍ମାରକୀ ଉପରେ କାହିଁକି ଗୋମୂତ୍ର ସିଞ୍ଚନ କଲା ଉଦ୍ଧବ ଗୋଷ୍ଠୀ?

Bala Saheb Thackeray: ଶିବସେନା ପ୍ରତିଷ୍ଠାତା ସ୍ୱର୍ଗତ ବାଲା ସାହେବ ଠାକରେଙ୍କ ଦଶମ ମୃତ୍ୟୁ ବାର୍ଷିକୀ ପୂର୍ବରୁ ଗୁରୁବାର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ସିନ୍ଦେ-ଠାକେର ଗୋଷ୍ଠୀ। ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବାଲା ସାହେବ ଠାକେରଙ୍କ ସମାଧି ପାଖକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ମୁହାଁମୁହିଁ ନ ହେବା ପାଇଁ ବାଲା ସାହେବଙ୍କୁ ଆଗୁଆ ଶ୍ରଦ୍ଧାଞ୍ଜଳି ଦେଇଥିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ। ତାଙ୍କ ଯିବା  ପରେ ଠାକେର ଗୋଷ୍ଠୀର କର୍ମକର୍ତ୍ତା ବାଲା ସାହେବଙ୍କ ସମାଧି ପାଖକୁ ଯାଇ  ସେଠାରେ ଗୋମୂତ୍ର ସିଞ୍ଚନ କରି ଏହାକୁ 'ପବିତ୍ର' କରିଛନ୍ତି। ଯାହାକୁ ନେଇ ତାତି ଉଠିଛନ୍ତି  ସିନ୍ଦେ ଗୋଷ୍ଠୀର କର୍ମକର୍ତ୍ତା। 

ଦେଶରେ ହିନ୍ଦୁତ୍ୱ ରାଜନୀତିର (Hindutva Politics) ଜଣେ ପ୍ରମୁଖ ଚେହେରା ଭାବେ ଜଣାଶୁଣା ଶିବସେନା ପ୍ରତିଷ୍ଠାତା ସ୍ୱର୍ଗତ ବାଲା ସାହେବ ଠାକରେଙ୍କ (Shiv Sena Founder Bala Saheb Thackeray) ୨୦୧୨, ୧୭ ନଭେମ୍ବରରେ ଦେହାନ୍ତ ହୋଇଥିଲା। ଗୁରୁବାର ତାଙ୍କର ଦଶମ ମୃତ୍ୟୁ ବାର୍ଷିକୀ ଥିଲା। ବାଲା ସାହେବଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ (Balasaheb Thackerays 10th Death Anniversary) ଉଦ୍ଧବ ଠାକେରଙ୍କ ଗୋଷ୍ଠୀ (Shiv Sena-Uddhav Balasaheb Thackeray) ପକ୍ଷରୁ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଅନ୍ୟପଟେ ଉଦ୍ଧବ ଠାକରେ (UddhavThackeray) ଏବଂ ଆଦିତ୍ୟ ଠାକରେଙ୍କ (Aaditya Thackeray) ସହ ସିଧାସଳଖ ମୁହାଁମୁହିଁ ପରିସ୍ଥିତିକୁ ଏଡାଇବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra Chief Minister Eknath Shinde) ବୁଧବାର ରାଜଧାନୀ ମୁମ୍ବାଇସ୍ଥିତ ଶିବାଜୀ ପାର୍କ (Mumbai Shivaji Park) ଠାରେ ଥିବା ବାଲା ସାହେବଙ୍କ ସ୍ମାରକୀରେ (Bal Thackerays Memorial) ପହଞ୍ଚି ତାଙ୍କ ସମାଧିରେ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Also Read: Maharashtra Politics: ଆଫଜାଲ ଖାନ କବର ଚାରିପାଖରେ ଚାଲିଲା ବୁଲଡୋଜର, ଉତ୍ସବ ମନାଇଲା ବିଜେପି, ଟାର୍ଗେଟରେ ଉଦ୍ଧବ ଠାକରେ

ସେଠାରୁ ମୁଖ୍ୟମନ୍ତ୍ରୀ ସିନ୍ଦେ ଚାଲିଯିବା ମାତ୍ରେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀର ଅନେକ କର୍ମକର୍ତ୍ତା ଶିବାଜୀ ପାର୍କ ଠାରେ ଏକାଠି ହୋଇଥିଲେ। ଠାକରେ ଗୋଷ୍ଠୀର ଜଣେ କର୍ମକର୍ତ୍ତା ତାଙ୍କ ହାତରେ ଗୋମୂତ୍ର ନେଇ ସେଠାରେ ପହଞ୍ଚିଥିଲେ। ସେହି କର୍ମକର୍ତ୍ତା ଜଣକ ବାଲା ସାହେବଙ୍କ ସ୍ମାରକୀକୁ ଗାମୂତ୍ର (Gau Mutra) ସିଞ୍ଚନ କରି ପବିତ୍ର କରିଥିବାର ଅଭିଯୋଗ ହୋଇଛି। ଏହାକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି (Maharashtra Politics)।

Also Read: Maharashtra: ଆତଙ୍କବାଦୀ ୟାକୁବ ମେନନ ସମାଧିକୁ ନେଇ ସରଗରମ ରାଜନୀତି, ତଦନ୍ତ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ

ଏହି ପ୍ରସଙ୍ଗରେ ଠାକରେ ଗୋଷ୍ଠୀକୁ ଟାର୍ଗେଟ କରିଛି ସିନ୍ଦେ ଗୋଷ୍ଠୀ (Balasahebanchi Shiv Sena)। ଠାକେର ଗୋଷ୍ଠୀର କର୍ମକର୍ତ୍ତାଙ୍କ ଦ୍ୱାରା କରାଯାଇଥିବା ଏପରି କାର୍ଯ୍ୟକୁ ଦୃଢ ବିରୋଧ କରିଛନ୍ତି ସିନ୍ଦେ ଗୋଷ୍ଠୀ। ଏନେଇ ସିନ୍ଦେ ଗୋଷ୍ଠୀର ମୁଖପାତ୍ର ଦୀପକ କେସରକର (Deepak Kesarkar) କହିଛନ୍ତି ଯେ ତାଙ୍କ ଦଳ ଏହି କାର୍ଯ୍ୟକୁ ଦୃଢ ସମାଲୋଚନା କରୁଛି। ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଉପରେ କୌଣସି ବ୍ୟକ୍ତି କିମ୍ବା ଦଳର କୌଣସି ଅଧିକାର ରହିପାରିବ ନାହିଁ। ବାଲା ସାହେବ ଜଣେ ପୁଣାତ୍ମ୍ୟା ​​ଥିଲେ। ତାଙ୍କୁ ସବୁ ଦଳ ସମ୍ମାନ କରୁଥିଲେ।