Assembly Election 2022 ଜିତିବା ପରେ ସରକାର ଗଠନ ଲାଗି କାହିଁକି ୧୧ ଦିନ ସମୟ ନେଲା ବିଜେପି?
Advertisement

Assembly Election 2022 ଜିତିବା ପରେ ସରକାର ଗଠନ ଲାଗି କାହିଁକି ୧୧ ଦିନ ସମୟ ନେଲା ବିଜେପି?

କେବଳ ପଞ୍ଜାବ ବ୍ୟତୀତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ପ୍ରଭୃତି ୪ ରାଜ୍ୟରେ ସରକାର ଗଠନ କରିବାରେ ସକ୍ଷମ ହୋଇଛି ବିଜେପି। 

Assembly Election 2022 ଜିତିବା ପରେ ସରକାର ଗଠନ ଲାଗି କାହିଁକି ୧୧ ଦିନ ସମୟ ନେଲା ବିଜେପି?

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି। କେବଳ ପଞ୍ଜାବ ବ୍ୟତୀତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ପ୍ରଭୃତି ୪ ରାଜ୍ୟରେ ସରକାର ଗଠନ କରିବାରେ ସକ୍ଷମ ହୋଇଛି ବିଜେପି। ଦଳ ଏଥର ଏହାର ପୁରୁଣା ଚେହେରାଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛି। ଆଉ ଏନେଇ ଦଳ ୧୧ ଦିନ ସମୟ ନେଇଛି।  

ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ, ପୁଷ୍କର ସିଂହ ଧାମୀ ଉତ୍ତରାଖଣ୍ଡ,ଏନ.ବୀରେନ ସିଂହ ମଣିପୁର, ଡ. ପ୍ରମୋଦ ସାୱନ୍ତ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ନିଜର ଦ୍ୱିତୀୟ ପାଳି କାର୍ଯ୍ୟକାଳ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି।  ମାର୍ଚ୍ଚ ୨୧ ତାରିଖ ସୋମବାର ଦ୍ୱିତୀୟ ଥର ଲାଗି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ଡ.ପ୍ରମୋଦ ସାୱନ୍ତ ଏବଂ ପୁଷ୍କର ସିଂହ ଧାମୀ। ଅନ୍ୟପଟେ ୨୦ ମାର୍ଚ୍ଚରେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ଏନ୍‌.ବୀରେନ ସିଂହ।

ଗତ ୨୧ ମାର୍ଚ୍ଚରେ ଏନ.ବୀରେନ ସିଂହ ଏବଂ ୨୩ ମାର୍ଚ୍ଚରେ ପୁଷ୍କର ସିଂହ ଧାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଛନ୍ତି। ହେଲେ ଉତ୍ତର ପ୍ରଦେଶ ଏବଂ ଗୋଆ ଆଦି ବିଜେପି ଶାସିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଅନୁଷ୍ଠିତ ହୋଇନାହିଁ। 

Also Read: Uttarakhand: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ

ଯଦିଓ ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିଛି ହେଲେ ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଖଟିମା ଆସନରୁ ପରାସ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ପୁଷ୍କର ସିଂହ ଧାମୀଙ୍କୁ ଆସନ୍ତା ୬ ମାସ ମଧ୍ୟରେ ବିଧାନସଭା ସଭାକୁ ନିର୍ବାଚିତ ହେବାକୁ ପଡିବ। ବର୍ତ୍ତମାନ ସେ ରାଜ୍ୟର କେଉଁ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଉପରେ ରହିଛି ନଜର। ଭାରତୀୟ ସମ୍ବିଧା ଧାରା ୧୬୪ (୪) ଅନୁସାରେ ଯଦି ଜଣେ ବ୍ୟକ୍ତି ବିଧାନସଭାର ସଦସ୍ୟ ନୁହଁନ୍ତି ତାହେଲେ ସେ ୬ ​​ମାସରୁ ଅଧିକ ସମୟ ଧରି ମନ୍ତ୍ରୀ ପଦବୀରେ ରହିପାରିବେ ନାହିଁ। ଏଭଳି ପରିସ୍ଥିତିରେ ତାଙ୍କୁ ୬ ମାସ ମଧ୍ୟରେ ଗୃହର ସଦସ୍ୟତା ନେବାକୁ ପଡ଼ିବ। ଯଦି ଏହା ସମ୍ଭବ ନୁହେଁ ତାହେଲେ ତାଙ୍କୁ ତାଙ୍କ ପଦ ଛାଡିବାକୁ ହେବ।

ପୁଷ୍କର ସିଂହ ଧାମୀ ନିର୍ବାଚନ ହାରିବା ପରେ କିଏ ହେବ ବିଜେପି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସେ ନେଇ ହେଉଥିବା ଚର୍ଚ୍ଚା ଉପରେ ଗତ ସୋମବାର ପଡ଼ିଥିଲା ପୂର୍ଣ୍ଣଚ୍ଛେଦ ଯେତେବଳେ ସେହି ଦିନ ଧାମୀଙ୍କୁ ଦ୍ୱିତୀୟ ଥର ଲାଗି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ବିଜେପି ଏପରି ରଣନୀତି ଗତ ୨୦୧୭ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କରିଥିଲା। ଯେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ଧୂମଲ ନିର୍ବାଚନ ହାରିଯାଇଥିଲେ। ତାଙ୍କ ସ୍ଥାନରେ ଜୟରାମ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି। ହେଲେ ବର୍ତ୍ତମାନ ସ୍ଥିତିରେ ନିର୍ବାଚନ ହାରିଥିବା ଧାମୀଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛି। 

ରାଜନୈତିଜ୍ଞ ବିଶେଷଜ୍ଞଙ୍କ ମତରେ ପୁଷ୍କର ସିଂହ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବା ପରେ ସିରାଥୁ ଆସନର ନିର୍ବାଚନ ହାରିଥିବା ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଲାଗି ରାସ୍ତା ସଫା ହେବା ଭଳି ଦୃଶ୍ୟମାନ ହେଉଛି। ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଡ.ଦୀନେଶ ଶର୍ମାଙ୍କ ଭାଗ୍ୟ କ'ଣ ହେବ ତାହାକୁ ନେଇ ଜାରି ରହିଛି ସନ୍ଦେହ। ଅନ୍ୟପଟେ ପୂର୍ବତନ ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। 

Also Read: Manipur: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ.ବୀରେନ ସିଂହ

 ଗୋଆ ଏବଂ ଉତ୍ତରାଖଣ୍ଡ ଭଳି ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନକରିବା ପଛରେ କାରଣ ମଧ୍ୟ ରହିଛି। ତାହା ହେଉଛି ଉଭୟ ରାଜ୍ୟରେ ଦଳ ମଧ୍ୟରେ ସ୍ଥିରତା ବଜାୟ ରଖିବାକୁ ଚାହୁଁଛି। ଏହା ସହିତ ଦଳ ୨୦୨୪ ଲୋକସଭା ନିର୍ବାଚନ ଉପରେ ମଧ୍ୟ ନଜର ରଖିଛି। ଉଭୟ ଧାମୀ ଏବଂ ସାୱନ୍ତ କଠିନ ପରିସ୍ଥିତିରେ ଭଲ ପ୍ରଦର୍ଶନ କରିଛନ୍ତି। ତ୍ରିବେନ୍ଦ୍ର ସିଂହ ରାୱତ ଏବଂ ତିରଥ ସିଂହ ରାୱତଙ୍କ ପରେ ନିର୍ବାଚନ ପୂର୍ବରୁ ଧାମୀଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ସେହିଭଳି ମନୋହର ପାରିକରଙ୍କ ମୃତ୍ୟୁ ପରେ ପ୍ରମୋଦ ସାୱନ୍ତଙ୍କୁ ଗୋଆ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା।

Also Read: ଦ୍ୱିତୀୟ ଥର ଲାଗି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ପ୍ରମୋଦ ସାୱନ୍ତ-ପୁଷ୍କର ସିଂହ ଧାମୀ

ଯଦିଓ ପ୍ରମୋଦ ସାୱନ୍ତ ନିର୍ବାଚନ ​​ଜିତିଥିଲେ ହେଲେ ତାଙ୍କୁ ବିଶ୍ୱଜିତ ରାଣେଙ୍କ ପକ୍ଷରୁ ବିରୋଧର ସାମ୍ନା କରିବାକୁ ପଡି଼ଥିଲା। ଗୋଆରେ ସରକାର ଗଠନ ପାଇଁ ଦଳ ୨ ସ୍ୱାଧିନ ତାବାଦୀ ଏବଂ ୨ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ବିଧାୟକଙ୍କ ସମର୍ଥନ ପାଇଛି। ମୋଟ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ସରକାର ଗଠନ କରିବା ଲାଗି  କୌଣସି ଦଳକୁ ୨୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ହେଲେ ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ବିଜେପି ୨୦ ଆସନ ପାଇବା ସହ ରାଜ୍ୟର ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି।