Bihar Politics: ବିଜେପି ଚାଣକ୍ୟଙ୍କ ସୀମାଞ୍ଚଳ ଗସ୍ତକୁ ସରଗରମ ରାଜନୀତି, ଜାଣନ୍ତୁ କାରଣ
Advertisement

Bihar Politics: ବିଜେପି ଚାଣକ୍ୟଙ୍କ ସୀମାଞ୍ଚଳ ଗସ୍ତକୁ ସରଗରମ ରାଜନୀତି, ଜାଣନ୍ତୁ କାରଣ

BJP Chanakya Amit Shah: କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିହାର ଗସ୍ତକୁ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। 

Bihar Politics: ବିଜେପି ଚାଣକ୍ୟଙ୍କ ସୀମାଞ୍ଚଳ ଗସ୍ତକୁ ସରଗରମ ରାଜନୀତି, ଜାଣନ୍ତୁ କାରଣ

Amit Shahs Seemanchal Tour: ୨୩-୨୪ ତାରିଖରେ ୨ ଦିନିଆ ବିହାର ସୀମାଞ୍ଚଳ ଗସ୍ତରେ ଆସୁଛନ୍ତି ବିଜେପି ଚାଣକ୍ୟ ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତାକାଲି ଠାରୁ ୨ ଦିନିଆ ବିହାର ଗସ୍ତରେ ଆସି ରାଜ୍ୟର ସୀମାଞ୍ଚଳ କ୍ଷେତ୍ର ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଶାହ। ହେଲେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ସରଗରମ ହୋଇଉଠିଛି ବିହାର ରାଜନୀତି।        

ଏନଡିଏ ମେଣ୍ଟରୁ (NDA Alliance) ଦୂରେଇ ଯିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ (Bihar CM Nitish Kumar) ବିହାର ରାଜନୀତିରେ (Bihar Politics) ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି (BJP)। ଆଉ ଏହି ରଣନୀତିର ଅଂଶବିଶେଷ ସ୍ୱରୂପ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah) ୨ ଦିନିଆ ବିହାର ଗସ୍ତରେ ଆସୁଛନ୍ତି। ମାତ୍ର ଏହି ଗସ୍ତ ସମୟରେ ଗୁରୁବାର ବିହାର ପୂର୍ଣ୍ଣିଆ ଜିଲ୍ଲାରେ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ (Extremist Islamic Organization) ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) କାର୍ଯ୍ୟାଳୟ ଉପରେ ହୋଇଥିବା ଚଢାଉକୁ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ବିରୋଧରେ ଏକ ଶକ୍ତିଶାଳୀ ବାର୍ତ୍ତା ଭାବେ ଦେଖାଯାଉଛି।

ବିହାର ଗସ୍ତ ଅବସରରେ ସେପ୍ଟେମ୍ବର ୨୩ ତାରିଖ ଶୁକ୍ରବାର ରାଜ୍ୟର ପୂର୍ଣ୍ଣିଆ ଜିଲ୍ଲାର ରଙ୍ଗଭୂମି ମଇଦାନ ଠାରୁ ଏକ ବଡ ରାଲି କରିବେ କେନ୍ଦ୍ରନ୍ତ୍ରୀ ଅମିତ ଶାହ। ଏହା ସହିତ କିଶନଗଞ୍ଜ ଜିଲ୍ଲାରେ ଦଳର ସାଂସଦ, ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ନେତାଙ୍କ ଏକ ବୈଠକ କରିବେ ବିଜେପି ଚାଣକ୍ୟ। ଯେଉଁଠି ମିଶନ ବିହାର ଉପରେ ରଣନୀତି ପ୍ରସ୍ତୁତ କରାଯିବ। ଏହା ବ୍ୟତୀତ ବିହାର ବିଜେପି କୋର କମିଟି ସହିତ ଏକ ବୈଠକ ମଧ୍ୟ କରାଯିବ। ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ସେପ୍ଟମ୍ବର ୨୪ ତାରିଖ ଶନିବାର ଦିନ କିଶନଗଞ୍ଜସ୍ଥିତ ବୁଢୀ କାଳୀ ମନ୍ଦିର ପରିଦର୍ଶନ କରିବା ପରେ ଏସଏସବି-ବିଏସଏଫ ଅଧିକାରୀଙ୍କୁ ଭେଟିବ କେନ୍ଦ୍ର-ଗୃହମନ୍ତ୍ରୀ।

Also Read:  Ravi Shankar Prasad: ଅମିତ ଶାହଙ୍କ ବିହାର ଗସ୍ତକୁ ନେଇ ଚିନ୍ତିତ ହୋଇଉଠିଛନ୍ତି ଲାଲୁ ଯାଦବ-ନୀତୀଶ କୁମାର

କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିହାର ଗସ୍ତର ଗୋଟିଏ ଦିନ ପୂର୍ବରୁ ପିଏଫଆଇ ବିରୋଧରେ ଗ୍ରହଣ କରା ଯାଇଥିବା କାର୍ଯ୍ୟାନୁଷ୍ଠାନ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। କାରଣ ବିହାର ପୂର୍ଣ୍ଣିୟା ଜିଲ୍ଲା ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଏକ ଅଞ୍ଚଳ। ଯେଉଁଠାରେ ବହୁ ସଂଖ୍ୟକ ଅନୁପ୍ରବେଶ ଘଟିଥାଏ। ଏହି ଅଞ୍ଚଳ ଦେଇ ବହୁ ସଂଖ୍ୟକ ବେଆଇନ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ବିହାର ସୀମାରେ ପ୍ରବେଶ କରିଥାନ୍ତି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ପ୍ରକାଶ ଯେ, ପିଏଫଆଇ ଏହି ବେଆଇନ ଅନୁପ୍ରବେଶକାରୀଙ୍କୁ ପରିଚୟ ପତ୍ର ଠାରୁ ଆରମ୍ଭ କରି ଆହୁରି ଅନେକ ଆବଶ୍ୟକୀୟ ଦସ୍ତାବିଜ ଯୋଗାଇ ଦେଇଥାଏ। ଯାହାଦ୍ୱାରା ଏହି ବିଦେଶୀ ଅନୁପ୍ରବେଶକାରୀଙ୍କୁ ଭାରତରେ ରହିବାରେ ଯେପରି କୌଣସି ଅସୁବିଧାର ସାମ୍ନା କରିବାକୁ ନ ପଡ଼େ। 

ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିହାର ବେଗୁସରାୟ ଆସନର ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ (Union Minister Giriraj Singh) କହିଛନ୍ତି ଯେ, ଗୋଟିଏ ପଟେ ରାଜ୍ୟର କିଶନଗଞ୍ଜ ଅଞ୍ଚଳରେ ଜନସଂଖ୍ୟା ବଦଳିବାରେ ଲାଗିଛି। ହେଲେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧିନ ମହାମେଣ୍ଟ ସରକାର ଧାର୍ମିକ ତୁଷ୍ଟୀକରଣର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶାହଙ୍କ ରାଲିରେ ସ୍ଥାନୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ବିହାରରେ ଆରଜେଡି ହେଉଛି ସିମି ଏବଂ ପିଏଫଆଇ ହେଉଛି ସିମିର ନୂଆ ରୂପ। ପିଏଫଆଇ ଭଳି ସଙ୍ଗଠନକୁ ବିହାର ମହାମେଣ୍ଟ ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିଛି।

Also Read:  Mission Bihar: ବିହାର ଅଭିଯାନ ଲାଗି ଅଣ୍ଟା ଭିଡି଼ଲେ ବିଜେପି ଚାଣକ୍ୟ, କ'ଣ ରହିଛି ଲକ୍ଷ୍ୟ?

ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ଏନଡିଏ ମେଣ୍ଟ ବିହାରର ମୋଟ ୪୦ ଲୋକସଭା ସିଟ୍ ମଧ୍ୟରୁ ୩୯ ଆସନ ହାତେଇଥିଲା। ହେଲେ ସେତେବେଳେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ଜେଡିୟୁ-ଏଲଜେପି ଭଳି ଦଳ ରହିଥିଲେ। ଏହି ୩୯ ସିଟ୍ ମଧ୍ୟରୁ ଜେଡିୟୁ ୧୬ ଆସନ ଜିତିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଲଗା ହୋଇଯିବା କାରଣରୁ ଏନଡିଏ ୧୬ ଆସନ ହରାଇଛି। ବର୍ତ୍ତମାନ ଏଲଜେପି ଏହାର ପ୍ରତିଷ୍ଠାତା ରାମ ବିଳାଶ ପାସୱାନଙ୍କ ପୁଅ ଚିରାଗ ପାସୱାନ୍ ଏବଂ ତାଙ୍କ ଭାଇ ତଥା କେନ୍ଦ୍ରମନ୍ତ୍ରୀ ପଶୁପତି ପାରସଙ୍କ ନେତୃତ୍ୱାଧିନ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି। ବର୍ତ୍ତମାନ ଉଭୟ ଗୋଷ୍ଠୀ ଏଲଜେପି ସାଂସଦଙ୍କୁ ବିହାରରେ ଏନଡିଏ ମେଣ୍ଟ ପାଖରେ ମୋଟ ୨୩ ସିଟ୍ ରହିଛି। ଏଭଳି ପରିସ୍ଥିତିରେ ବିଜେପିର ଲକ୍ଷ୍ୟ ହେଉଛି ଯେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିନା ସହଯୋଗରେ ୩୫ ସିଟ୍ ହାତେଇବା।